ETV Bharat / bharat

ଭାରସାମ୍ୟ ହରାଇ ବସକୁ ଧକ୍କା ଦେଲା ଦ୍ରୁତଗାମୀ କାର, ୬ ମୃତ

କର୍ଣ୍ଣାଟକରେ ପୃଥକ ପୃଥକ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ସଡକ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଣିରେ ବୁଡି ୪ଜଣ ପ୍ରାଣ ହରାଇଛନ୍ତି । ଅଧିକ ପଢନ୍ତୁ

author img

By

Published : Apr 15, 2023, 7:06 AM IST

karnataka accident
karnataka accident

ବେଙ୍ଗାଲୁରୁ: କର୍ଣ୍ଣାଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର-ବସ ମୁହାଁମୁହିଁ ଧକ୍କାରେ ଚାଲିଗଲା ୬ଜଣଙ୍କ ଜୀବନ । ଗତକାଲି(ଶୁକ୍ରବାର) କର୍ଣ୍ଣାଟକର କୋଡାଗୁ ଜିଲ୍ଲାରେ ଏହି ଦୁର୍ଘଟଣା ହୋଇଥିଲା । ତେବେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଅବସ୍ଥା ଗୁରୁତର ହୋଇଛି । ଦୁହିଁଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ରହିଥିବା ନେଇ ସୂଚନା ଦିଆଯାଇଛି ।

କର୍ଣ୍ଣାଟକର ଦୁଇଟି ସ୍ଥାନରେ ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ । କର୍ଣ୍ଣାଟକର କୋଡାଗୁରେ ସଡକ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବୋଲାଗାଭିର ଗୋକାକ ତାଲୁକରେ ବୁଡି ୪ଜଣ ପ୍ରାଣ ହରାଇଛନ୍ତି । ତେବେ ଶୁକ୍ରବାର ଅପରାହ୍ନରେ କୋଡାଗୁ ଜିଲ୍ଲାର ମାଦିକେରି ତାଲୁକର ସମ୍ପେଜା ନିକଟ ପେଟ୍ରୋଲ ପମ୍ପ ନିକଟରେ କାର ଏବଂ ବସ ମୁହାଁମୁହିଁ ଧକ୍କା ହୋଇଥିଲା । ତେବେ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଥିବା ନେଇ ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ମିଳିଥିବା ସୂଚନାଅନୁସାରେ, କାରଟି ମାଙ୍ଗାଲୋର ଆଡକୁ ଯାଉଥିବା ବେଳେ କର୍ଣ୍ଣାଟକର ସରକାରୀ ବସ ମାଙ୍ଗାଲୋରରୁ ମାଦିକେରି ଅଭିମୁଖେ ଆସୁଥିଲା । ତେବେ କୌଣସି କାରଣବଶତଃ କାର ଡ୍ରାଇଭର ଭାରସାମ୍ୟ ହରାଇ ବସକୁ ଧକ୍କା ଦେଇଥିଲେ । କାରରେ ରହିଥିବା ସମସ୍ତ ଲୋକ ମାଣ୍ଡ୍ୟା ଜିଲ୍ଲାର ରହିଥିଲେ । ତେବେ ଦୁଇ ଗାଡିର ବେଗ ଅଧିକ ରହିଥିବାରୁ ୬ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ଦୁଇଜଣ ଆହତ ହୋଇଥିବା ବେଳେ ଜଣେ ମାଙ୍ଗାଲୋର ହସ୍ପିଟାଲ ଏବଂ ଅନ୍ୟଜଣେ କେଭିଜି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କୋଡାଗୁ ଏସପି ରାମରାଜନ ଏବଂ ଅତିରିକ୍ତ ଏସପି ସୁନ୍ଦରରଞ୍ଜନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିବା ସହ ହସ୍ପିଟାଲ ଯାଇ ଆହତଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ମୋଦିକେରି ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ।

ଅନ୍ୟପଟେ ଘଟପ୍ରଭା ନଦୀରେ ବୁଡି ଅକାଳରେ ୪ଜଣଙ୍କ ଜୀବନ ଚାଲିଯାଇଛି । ଗୋକାକର ଦୁପାଦଲ ଗ୍ରାମରେ ଗତକାଲି ଏହି ଅଘଟଣ ହୋଇଛି । ସମସ୍ତ ମୃତକ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ କମ ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଘଟପ୍ରଭା ପୋଲିସର କହିବା ଅନୁସାରେ, "ସମସ୍ତେ ଉତ୍ତର କାନାଡା ଜିଲ୍ଲା ମୁଣ୍ଡାଗଡ ହିରିଘେରା ଗ୍ରାମର ଅଟନ୍ତି । ସେମାନେ ସମସ୍ତ ଏକ ବାରରେ କାମ କରୁଥିଲେ । ତେବେ ଗତକାଲି ସମସ୍ତେ ନଦୀରେ ପହଁରିବା ପାଇ ଯାଇଥିବା ବେଳେ ବୁଡି ଯାଇଥିଲେ । ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏହାସହ ନିଜ ଆଜୁ ଆମେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛୁ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.