ETV Bharat / bharat

ଘାଟିରୁ ତଳକୁ ଖସିପଡିଲା ବୋଲେରୋ, 6 ପର୍ଯ୍ୟଟକ ମୃତ

author img

By

Published : May 25, 2022, 5:27 PM IST

ଉତ୍ତରାଖଣ୍ଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘାଟିରୁ ତଳକୁ ଖସିଲା ବୋଲେରୋ । 6 ପର୍ଯ୍ୟଟକ ମୃତ । ସମସ୍ତ ମୃତକ ପଶ୍ଚିମବଙ୍ଗର ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଘାଟିରୁ ତଳକୁ ଖସିପଡିଲା ବୋଲୋେରୋ, 6 ପର୍ଯ୍ୟଟକ ମୃତ

ଡେରାଡୁନ: ଉତ୍ତରାଖଣ୍ଡରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 6 ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାଟି ଉତ୍ତରକାଶୀ ନିକଟ ଗଙ୍ଗୋତ୍ରୀ ରାଜମାର୍ଗରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବୋଲେରୋ ଗାଡି ଘାଟିରୁ ତଳକୁ ଖସି ପଡିବାରୁ ଯାତ୍ରା କରୁଥିବା ସମସ୍ତ 6 ପର୍ଯ୍ୟଟକ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି । ସମସ୍ତ ମୃତ ପର୍ଯ୍ୟଟକ ପଶ୍ଚିମବଙ୍ଗର ବୋଲି ପ୍ରାଥମିକ ଭାବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

  • Tehri Garhwal, Uttarakhand | Six people died in a car crash on the road going from Tehri Garhwal towards Uttarkashi. All bodies were burnt. An administration team has reached the spot: District Administration

    — ANI UP/Uttarakhand (@ANINewsUP) May 25, 2022 " class="align-text-top noRightClick twitterSection" data=" ">

ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି । ଗାଡିଟି ଘାଟିରୁ ତଳକୁ ଖସି ପଡିଥିବା ବେଳେ ସେଥିରେ ନିଆଁ ଲାଗି ଯାଇଥିଲା । ଗାଡି ଭିତରେ ଥିବା ସମସ୍ତ ପର୍ଯ୍ୟଟକ ଜଳିଯାଇଥିଲେ । ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ଦୁର୍ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ଗାଡିଟି ଭାରସାମ୍ୟ ହରାଇ ଘାଟିରୁ ଖସି ପଡିଥିବା ପାରିପାର୍ଶ୍ବିକ ସ୍ଥିତିରୁ ସନ୍ଦେହ କରାଯାଉଛି । ସ୍ଥାନୀୟ ପ୍ରଶାସନ ଉଦ୍ଧାରକାରୀ ଟିମ ସହ ଘଟଣାସ୍ଥଳରେ ପହଞ୍ଚିଛି । ଦୁର୍ଘଟଣାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.