ETV Bharat / bharat

ଅଧାରେ ରହିଲା ଦେବୀ ଦର୍ଶନ, ଦୁର୍ଘଟଣାରେ ଲିଭିଗଲା 6 ଜୀବନ ଦୀପ

ବେଲାଗାଭି ଜିଲ୍ଲାରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ ଡାଲା ଅଟୋ ଗଛରେ ପିଟି ହେବାରୁ ୬ ଜଣଙ୍କର ମୃତ୍ୟୁ । ଅଧିକ ପଢନ୍ତୁ

author img

By

Published : Jan 5, 2023, 9:01 AM IST

Vehicle hits a Tree in Karnataka
Vehicle hits a Tree in Karnataka

ବେଙ୍ଗାଲୁରୁ: କର୍ଣ୍ଣାଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୟାଲମ୍ମା ଦେବୀ(Goddess Yallammma devi)ଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ଘଟିଲା ଅଘଟଣ । ଭାରସାମ୍ୟ ହରାଇ ଏକ ଡାଲା ଅଟୋ ଗଛରେ ପିଟି ହେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବେଲାଗାଭି ଜିଲ୍ଲାର ରାମଦୁର୍ଗା ତାଲୁକୁର ଚିଚାନୁର ଠାରେ । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ-Omicron sub Variant BF.7: ପଶ୍ଚିମବଙ୍ଗରୁ ୪ ଆକ୍ରାନ୍ତ ଚିହ୍ନଟ

ମିଳିଥିବା ସୂଚନା ଅନୁଯାୟୀ ରାମଦୁର୍ଗା ତାଲୁକର ହୁଲାକୁଣ୍ଡା ଗ୍ରାମବାସୀ ଗତ ରାତିରେ ଦେବୀ ୟାଲମ୍ମାଙ୍କୁ ଦର୍ଶନ କରିବାକୁ ସାଭାଦତୀକୁ ଅଭିମୁଖେ ବାହାରିଥିଲେ । କିନ୍ତୁ କୋଣସି କାରଣ ବଶତଃ ଚିଚାନୁର ଠାରେ ଗାଡିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ଏନେଇ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି । ଆହତଙ୍କ ପରିଚୟ ମିଳିନଥିବା ବେଳେ ୬ ମୃତକ ହେଉଛନ୍ତି ହାନାମଭା ମେଗାଡି, ଦୀପା, ସବିତା, ସୁପ୍ରିତା, ମାରୁତି ଓ ଇନ୍ଦ୍ରଭା । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ରାଜସ୍ଥାନ ଦୁର୍ଘଟଣାରେ ଯାଇଥିଲା 12 ଜୀବନ: ସେହିପରି ନିକଟରେ ଖଣ୍ଡେଲା-ପାଲସାନା ରାସ୍ତାରେ ସିକରର ଖଣ୍ଡେଲା ଅଞ୍ଚଳରେ ଏକ ପିକ-ଅପ ଭ୍ୟାନ ପ୍ରଥମେ ଏକ ବାଇକ ଓ ପରେ ଏକ ଟ୍ରକକୁ ଧକ୍କା ଦେଇଥିଲା (Road Accident in Rajasthan)। ଏହି ଦୁର୍ଘଟଣାରେ ୧୨ ଜଣ ଆଖି ବୁଜିଥିବା ବେଳେ ୬ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ରହିଛି । ଗୁରୁତରଙ୍କୁ ରାଜକୀୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା ।

କାର-ବସ୍‌ ଧକ୍କାରେ ଯାଇଥିଲା 9 ଜୀବନ: ସେହିପରି ଗୁଜୁରାଟରେ ମଧ୍ୟ ଏକ ସଡକ ଦୁର୍ଘଟଣାର ଖବର ସାମ୍ନାକୁ ଆସିଥିଲା । ନଭସରୀରେ ବସ-କାର ମୁହାଁମୁହିଁ ଧକ୍କା ଫଳରେ ୯ ଜଣ ମୃତ୍ୟୁ ହୋଇଥିବା ବେଳେ 30ରୁ ଅଧିକ ଆହତ ହୋଇଥିଲେ । ବସଟି ଅହମ୍ମଦାବାଦରୁ ବଲସାଡ ଅଭିମୁଖେ ଯାଉଥିବା ବେଳେ ଡ୍ରାଇଭରଙ୍କୁ ହଠାତ ହାର୍ଟଆଟାକ ଆସିଯାଇଥିଲା । ଫଳରେ ବସଟି ଭାରସାମ୍ୟ ହରାଇ ନଭସାରୀ ଜିଲ୍ଲାର ଭେସମା ଗ୍ରାମ ନିକଟରେ ବିପରୀତ ଦିଗରୁ ଆସୁଥିବା ଫର୍ଚୁନର କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ବସରେ ରହିଥିବା ଯାତ୍ରୀମାନଙ୍କର ଚିତ୍କାର କରି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେବା ସହ ଯାତ୍ରାମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.