ETV Bharat / bharat

Visakhapatnam Building collapsed: କୋଠା ଭୁଶୁଡି ଭାଇ-ଭଉଣୀଙ୍କ ସମେତ ୩ ମୃତ

author img

By

Published : Mar 23, 2023, 11:13 AM IST

ବିଶାଖାପାଟଣାରେ ଭୁଶୁଡିଲା ୩ ମହଲା କୋଠା । ଦୁର୍ଘଟଣାରେ ଦୁଇ ଭାଇ ଭଉଣୀଙ୍କ ସମେତ ୩ ଜଣଙ୍କର ମୃତ୍ୟୁ । ଅଧିକ ପଢନ୍ତୁ

Visakhapatnam Building collapsed
Visakhapatnam Building collapsed

ଅମରାବତୀ: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଏକ ବଡ ଅଘଟଣ ଘଟିଯାଇଛି । ଗତକାଲି ବିଳମ୍ବିତ ରାତିରେ ଏଠାରେ ଗୋଟିଏ ତିନି ମହଲା କୋଠା ଭୁଶୁଡି ପଡିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି ଓ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଛୋଟ ପିଲା ରହିଛନ୍ତି । ସମ୍ପର୍କରେ ସେମାନେ ଭାଇ ଭଉଣୀ ହୋଇଥିବା ସୂଚନା ମିଳିଛି । ଖବର ପାଇ ପୋଲିସ ଓ ଏନଡିଆରଏଫ ଟିମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି ।

ସୂଚନା ମୁତାବକ, ଗତକାଲି ମଧ୍ୟରାତ୍ରିରେ ବିଶାଖାପାଟଣା ରାମଜୋଗିପେଟ ଅଞ୍ଚଳରେ ଥିବା ଉକ୍ତ ତିନି ମହଲା କୋଠାଟି ଭୁଶୁଡି ପଡିଥିଲା । ଖବର ପାଇ ସଙ୍ଗେ ସଙ୍ଗେ ପୋଲିସ, ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୁର୍ଘଟଣା ସମୟରେ ଏହି ବିଲ୍ଡିଂରେ ମୋଟ ୮ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଭଗ୍ନାବଶେଷ ତଳୁ ୫ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି । ଆହତମାନଙ୍କୁ ପ୍ରଥମେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ କେଜିଏଚ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: Sukesh Chandrasekhar Desire: ମହାଠକକୁ କଏଦୀ ଚିନ୍ତା, ଜେଲ ଡିଜିଙ୍କୁ ଚିଠି ଲେଖି ଜଣାଇଲା ଇଚ୍ଛା

ମୃତକଙ୍କ ମଧ୍ୟରେ ବିହାରର ୨୭ ବର୍ଷୀୟ ଯୁବକ ଛୋଟୁ, ୧୪ ବର୍ଷୀୟ ଅଞ୍ଜଳି ଓ ତା'ର ଭାଇ ଦୁର୍ଗପ୍ରସାଦ(୧୭) ରହିଛନ୍ତି । ଦୁଇ ପିଲାଙ୍କ ବାପାମାଆ ରାମା ରାଓ ଓ କଲ୍ୟାଣୀ ଏବେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଉଦ୍ଧାରକାରୀ ଟିମ୍ ଆଜି ସକାଳୁ ମଧ୍ୟ ଭଙ୍ଗା କୋଠା ତଳୁ ଜଣଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ବିଶାଖପାଟଣା ଡିସିପି ସୁମିତ ଗରୁଡ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: PM Modi Unveils 6G Vision Documents: 6ଜି ଯୁଗରେ ପାଦ ଥାପିବାକୁ ଯାଉଛି ଭାରତ

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଦୁର୍ଘଟଣାଗ୍ରସ୍ତ ତିନି ମହଲା ବିଲ୍ଡିଂ ପାଖରେ ଖନନ କାର୍ଯ୍ୟ ହୋଇଥିଲା । ପାଖ ପଡୋଶୀ ସେଠାରେ ଏକ ବୋରୱେଲ ଖୋଳିଥିଲେ । ଯେଉଁ କାରଣରୁ ଉକ୍ତ ବିଲ୍ଡିଂ ଦୁର୍ବଳ ହୋଇ ଭୁଶୁଡି ପଡିଥିବା ସନ୍ଦେହ କରାଯାଉଛି । ଏହି ଘଟଣାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.