ETV Bharat / bharat

ବିଷାକ୍ତ ମଦ ପିଇ ଗୁଜରାଟରେ 28 ଜଣଙ୍କ ଗଲାଣି ଜୀବନ

author img

By

Published : Jul 26, 2022, 6:50 AM IST

Updated : Jul 26, 2022, 1:53 PM IST

ବିଷାକ୍ତ ମଦ ପିଇ ଗୁଜୁରାଟରେ ୨୮ ମୃତ । ଅନେକ ଲୋକ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ଗୁଜୁରାଟରେ ବିଷାକ୍ତ ମଦ ପିଇ ୧୦ ମୃତ
ଗୁଜୁରାଟରେ ବିଷାକ୍ତ ମଦ ପିଇ ୧୦ ମୃତ

ଗାନ୍ଧୀନଗର: ମଦ ହେଲା କାଳ । ବିଷାକ୍ତ ମଦ(poisonous liquor) ପିଇ ଗୁଜରାଟରେ ୨୮ ଜଣଙ୍କ ମୃତ୍ୟୁ ଘଟିଛି । ବେଳକୁ ବେଳ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି । ୪୦ରୁ ଅଧିକ ଲୋକ ବର୍ତ୍ତମାନ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଥିବାର ସୂଚନା ମିଳିଛି । ଗୁଜୁରାଟ ବୋଟାଦ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି ।

ଏହି ବିଷାକ୍ତ ମଦ କାରବାର ଘଟଣାରେ ପୋଲିସ ୧୦ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏହାସହିତ ସେମାନଙ୍କ ନିକଟରୁ ଅନେକ ରାସାୟନିକ ସାମଗ୍ରୀ ଜବତ କରିଛି । ଗୁଜୁରାଟ ବୋଟାଦରେ ଏହି ମଦ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଏସଆଇଟି ଟିମ୍ ଗଠନ କରାଯାଇଛି ।

ତେବେ ବିଷାକ୍ତ ମଦ ପିଇ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଧିକାଂଶ ଶ୍ରମିକ ହୋଇଥିବା ଜଣାପଡିଛି । କିଛି ଦିନ ପୂର୍ବରୁ କୋଲକାତା ହାଓ୍ବଡାରେ ମଧ୍ୟ ସମାନ ଘଟଣା ଘଟିଥିଲା । ଏଠାରେ ବିଷାକ୍ତ ମଦ୍ୟପାନ ହେତୁ ୯ ଜଣଙ୍କ ମୃତ୍ୟୁ ଘଟିଥିଲା ।

Last Updated : Jul 26, 2022, 1:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.