ETV Bharat / bharat

ସଇଲାନି ବାବାଙ୍କ ଦର୍ଶନ ପାଇଁ ଯିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା, ଲିଭିଲା 12 ଜୀବନ ଦୀପ

author img

By ETV Bharat Odisha Team

Published : Oct 15, 2023, 6:55 AM IST

Updated : Oct 15, 2023, 7:15 AM IST

ଟ୍ରକକୁ ପଛପଟୁ ଧକ୍କା ଦେଲା ଟ୍ରାଭେଲର୍ । ସଇଲାନି ବାବାଙ୍କ ଦର୍ଶନ ପାଇଁ ଯିବା ବାଟରେ ଦୁର୍ଘଟଣା ଘଟିବାରୁ 12 ମୃତ । ଅଧିକ ପଢନ୍ତୁ

samruddhi expressway accident
samruddhi expressway accident

ମୁମ୍ବାଇ: ମହାରାଷ୍ଟ୍ରରେ ଭୟଙ୍କର ସଡକ ଦୁର୍ଘଟଣା। ସଇଲାନି ବାବାଙ୍କୁ ଦର୍ଶନ କରିବା ହେଲା ଶେଷ ଯାତ୍ରା । ଭକ୍ତଙ୍କୁ ନେଇ ଯାଉଥିବା ଏକ ଟ୍ରାଭେଲର୍, ଟ୍ରକକୁ ପଛପଟୁ ଧକ୍କା ଦେବାରୁ 12 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା। ଆଉରଙ୍ଗବାଦର ଛତ୍ରପତି ସମ୍ଭାଜୀନଗର ସମୃଦ୍ଧି ଏକ୍ସପ୍ରେସଓ୍ବେରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ଏକ 4 ବର୍ଷର ଶିଶୁ ରହିଛି । 20 ଜଣ ଆହତ ହୋଇଥିବା ବି ସୂଚନା ମିଳିଛି । ସମସ୍ତ ଆହତଙ୍କୁ ସମ୍ଭାନଗର ଘାଟି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଭାଇଜାପୁର ନିକଟ ସମୃଦ୍ଧି ରାଜପଥରେ ଥିବା ଜମ୍ବର ଗ୍ରାମ ଟୋଲ ବୁଥରେ ଏହି ଦୁର୍ଘଟଣା ଘଟିଛି। ଏକ ଟ୍ରାଭେଲର୍ ଗାଡି ରାସ୍ତାକଡ଼ରେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଟ୍ରାଭେଲରରେ ଥିବା ସମସ୍ତ ଯାତ୍ରୀ ନାଶିକ ଜିଲ୍ଲାର ପଥରଡି ଏବଂ ଇନ୍ଦିରାନଗରର ବାସିନ୍ଦା । ଭାରସାମ୍ୟ ହରାଇ ଟ୍ରକକୁ ପଛପଟୁ ଟ୍ରାଭେଲର ଗାଡ଼ିଟି ଧକ୍କା ଦେଇଥିଲା । ତେବେ ଟ୍ରାଭେଲର୍ ଗାଡ଼ିରେ ମୋଟ କେତେ ଯାତ୍ରୀ ଥିଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ଏହା ମଧ୍ୟ ପଢନ୍ତୁ-ଭ୍ୟାନକୁ ଧକ୍କା ଦେଲା ଟ୍ରକ; 5 ମୃତ, 15 ଗୁରୁତର

ସଇଲାନି ବାବା ଦର୍ଘାକୁ ଯିବା ପାଇଁ ସମସ୍ତ ଯାତ୍ରୀ ଟ୍ରାଭେଲର ଗାଡ଼ିରେ ଯାତ୍ରା କରୁଥିଲେ । କିନ୍ତୁ ବାବାଙ୍କୁ ଦର୍ଶନ କରିବା ପୂର୍ବରୁ ଆଖି ବୁଜିଛନ୍ତି 12 ଜଣ ଯାତ୍ରୀ । ଏନେଇ ଖବର ପାଇଁ ସମୃଦ୍ଧି ରାଜପଥରେ ପୋଲିସ ପହଞ୍ଚିଥିଲା । ଏହାପରେ ଆହତ 20 ଯାତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣାରେ ତଦନ୍ତ ଜାରି ରଖିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ-Serial accident in Karnataka: ଦୁର୍ଘଟଣାରେ ଚାଲିଗଲା ୭ ଜୀବନ, ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା

ଅକ୍ଟୋବର 9 ତାରିଖରେ କର୍ଣ୍ଣାଟକରେ ଏକ ସଡକ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଥିଲା । ବିଜୟନଗର ଜିଲ୍ଲା ଦେଇ ଯାଇଥିବା 50 ନମ୍ବର ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା ହେବାରୁ 7 ଜଣଙ୍କର ମୃତ୍ୟୁ ହୋଇଥିଲା ଏହି ଦୁର୍ଘଟଣାରେ ଏକ କ୍ରୁଜର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ବେଶେ ଟ୍ରକର ସମ୍ମୁଖ ଭାଗ ମଧ୍ୟ ନଷ୍ଟ ହୋଇଯାଇଥିଲା । ଅନ୍ୟ ଏକ ଟ୍ରକ୍‌ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ପଡ଼ିଯାଇଥିବା ଦେଖିବାକୁ ମିଳିଥିଲା ।

ବର 13 ତାରିଖରେ ହରିୟାଣାର ସୋନିପତ ଜିଲ୍ଲା ଅନ୍ତର୍ଗତ କୁଣ୍ଡଳି ମାନେସର ପଲଓ୍ବଲ ଏକ୍ସପ୍ରେସ୍‌ ଓ୍ବେ'ରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା । ଶ୍ରମିକମାନଙ୍କୁ ନେଇ ପିକ୍‌ଅପ୍‌ ଭ୍ୟାନ ଯାଉଥିବା ବେଳେ ଏକ ଟ୍ରକ୍‌ ଫଛପଟୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 15ଜଣ ଗୁରୁତର ଆହତ ହୋଇଥିଲେ ।

Last Updated : Oct 15, 2023, 7:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.