ETV Bharat / bharat

ଭାରସାମ୍ୟ ହରାଇ ରେଲୱେ ଟ୍ରାକକୁ ଖସିଲା ବସ୍; 4 ମୃତ, 28 ଆହତ - ସଡକ ଦୁର୍ଘଟଣା

ରାଜସ୍ଥାନର ଦୌସାରେ ଭାରସାମ୍ୟ ହରାଇ ରେଲୱେ ଟ୍ରାକକୁ ବସ୍ ଖସି ଯିବାରୁ 4 ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅନେକ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ରେଲୱେ ଟ୍ରାକକୁ ଖସିଲା ବସ୍
Bus overturns on railway track
author img

By ETV Bharat Odisha Team

Published : Nov 6, 2023, 7:54 AM IST

Updated : Nov 6, 2023, 10:56 AM IST

ଜୟପୁର/ରାଜସ୍ଥାନ: ଭୟଙ୍କର ସଡ଼କ ଦୁର୍ଘଟଣା । ପୋଲ ଉପରୁ ଖସିଲା ଯାତ୍ରୀବାହୀ ବସ୍ । ଭାରସାମ୍ୟ ହରାଇ ରେଳୱେ ଟ୍ରାକକୁ ବସଟି ଖସିବା ଫଳରେ 4 ଜଣଙ୍କର ମୃତ୍ୟୁ ହୋଇଛି । ରାଜସ୍ଥାନ ଦୌସାରେ ଘଟିଛି ଏଭଳି ଭୟଙ୍କର ସଡ଼କ ଦୁର୍ଘଟଣା । ବସ୍‌ଟି ନିଜ ଗନ୍ତବ୍ୟସ୍ଥଳକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ରେଲୱେ ଟ୍ରାକ୍‌କୁ ଖସି ପଡ଼ିଥିଲା । ରିପୋର୍ଟ ଲେଖାଯିବା ସୁଦ୍ଧା 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 28 ଜଣ ଆହତ ହୋଇଛନ୍ତି । ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

  • #WATCH Rajasthan: Four people died, and several injured after a bus lost its control and fell on the railway track near Dausa Collectorate Circle. All the injured have been taken to the hospital. (05/11) pic.twitter.com/Xge5qLT9My

    — ANI (@ANI) November 6, 2023 " class="align-text-top noRightClick twitterSection" data=" ">

ଦୌସା କଲେକ୍ଟରେଟ୍‌ ସର୍କଲ ଅଞ୍ଚଳରେ ଦୁର୍ଘଟଣା ଘଟିଛି । ପୋଲ ଉପରୁ ଭାରସ୍ୟାମ୍ୟ ହରାଇ ରେଲୱେ ଟ୍ରାକ୍‌କୁ ବସ୍‌ଟି ଖସି ପଡ଼ିଛି । ବସରେ ପ୍ରାୟ 30 ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାର ଖବର ପାଇ ତୁରନ୍ତ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେତେ ଖୁସିରେ ଗନ୍ତବ୍ୟସ୍ଥଳକୁ ଯାତ୍ରା ଆରମ୍ଭ କରିଥିଲେ ହେଲେ ଦୁର୍ଘଟଣା ସବୁ କିଛି ଛାରଖାର କରିଦେଲା ।

ଏହା ବି ପଢନ୍ତୁ...ଓଭରଟେକ୍ କଲାବେଳେ କାରକୁ ଚାପିଦେଲା ଟ୍ରକ; ଚାଲିଗଲା ୬ ଜୀବନ

ଏହା ବି ପଢନ୍ତୁ...Tamilnadu accident: ଟାଟା ସୁମୋ- ବସ ଧକ୍କାରେ 7 ମୃତ, 4 ଆହତ

ପ୍ରକାଶ ଥାଉ କି, ଗତ ନଭେମ୍ବର 2 ତାରିଖରେ ପଞ୍ଜାବ ସଙ୍ଗରୁର ଜିଲ୍ଲାରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଥିଲା । ଟ୍ରକକୁ ଓଭରଟେକ୍ କରିବା ଫଳରେ ଟ୍ରକ ଚାପାରେ କାର୍ ଚୁରମାର ହୋଇଥିଲା । ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଜଣେ ୪ ବର୍ଷୀୟ ଶିଶୁ ରହିଥିଲେ ।

ଦେଶରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି । ନିକଟରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତରେ ଘଣ୍ଟାକୁ 53 ଦୁର୍ଘଟଣା ଘରୁଛି । ତାମିଲନାଡ଼ୁରେ ସର୍ବାଧିକ ଦୁର୍ଘଟଣା ଘଟିଥିବା ବେଳେ ଉତ୍ତରପ୍ରଦେଶରେ ସଡ଼କ ଦୁର୍ଘଟଣାଜିନତ ମୃତ୍ୟୁ ସର୍ବାଧିକ ରହିଛି । ରିପୋର୍ଟ ଅନୁସାରେ ବର୍ଷକରେ ସଡ଼କ ଦୁର୍ଘଟଣାରେ 1.68 ଲକ୍ଷ ଜୀବନ ଯାଇଛି । 2022ରେ ମୋଟ 4 ଲକ୍ଷ 61 ହଜାର 312 ସଡ଼କ ଦୁର୍ଘଟଣା ଘଟି 1 ଲକ୍ଷ 68 ହଜାର 491 ଜଣଙ୍କର ମୃତ୍ୟୁ ହୋଇଛି ।

Last Updated : Nov 6, 2023, 10:56 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.