ଚଣ୍ଡିଗଡ: ଅଧାରେ ରହିଗଲା ଘର ବାହୁଡା । ବାହାଘର ଭୋଜିରୁ ଫେରୁଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଫେରୁଥିବା ବେଳେ ଅଟୋକୁ ଧକ୍କା ଦେଲା ବସ । ଫଳରେ ୫ଜଣଙ୍କ ମୃତ୍ୟୁ ସୂଚନା । ଆହତମାନଙ୍କୁ ଉଦ୍ଧାରକରି ପୋଲିସ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି ।
-
Haryana | 5 people, including three women, were killed after an auto in which they were travelling collided with a school bus. The deceased were returning from a marriage function. 5 got injured & are undergoing treatment. Case registered&investigation underway: DSP Palwal (17.2) pic.twitter.com/KbkOiIBD95
— ANI (@ANI) February 17, 2023 " class="align-text-top noRightClick twitterSection" data="
">Haryana | 5 people, including three women, were killed after an auto in which they were travelling collided with a school bus. The deceased were returning from a marriage function. 5 got injured & are undergoing treatment. Case registered&investigation underway: DSP Palwal (17.2) pic.twitter.com/KbkOiIBD95
— ANI (@ANI) February 17, 2023Haryana | 5 people, including three women, were killed after an auto in which they were travelling collided with a school bus. The deceased were returning from a marriage function. 5 got injured & are undergoing treatment. Case registered&investigation underway: DSP Palwal (17.2) pic.twitter.com/KbkOiIBD95
— ANI (@ANI) February 17, 2023
ଖବରଅନୁସାରେ, ଗତକାଲି(ଶୁକ୍ରବାର) ହରିୟାଣାରେ ମହାଶିବରାତ୍ରୀ ପୂର୍ବରୁ ମହାଅଘଟଣ ଘଟିଥିଲା । ସ୍କୁଲବସ- ଅଟୋ ପରସ୍ପର ଧକ୍କା ହୋଇଥିଲେ । ତେବେ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଜାରି ରହିଥିବା ନେଇ ଡିଏସପି ପଲଓ୍ବାଲ କହିଛନ୍ତି । ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି । ଗାଡିର ବେଗ ଅଧିକ ଥିବାରୁ ଭୟଙ୍କର ଦୁର୍ଘଟଣା ହୋଇଥିବା ନେଇ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରେ ୩ଜଣ ମହିଳା ରହିଥିବା ବେଳେ ଆଉ ଦୁଇଜଣ ଶିଶୁ ରହିଥିବା କୁହାଯାଇଛି । ଦୁର୍ଘଟଣା ବିଷୟରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାରକରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି । ଏହାସହ ମୃତକଙ୍କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି । ତେବେ ଏହି ଘଟଣାରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।
ପ୍ରକାଶଥାଉକି, ହରିୟାଣାର ଭିବାନୀ ଜିଲ୍ଲାରେ ଏକ ବୋଲେରୋ ଭିତରୁ ଦୁଇ ଜଣ ମୁସଲିମ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା । ଅପହରଣ କରାଯାଇଥିବା ନେଇ ଦୁଇ ଦିନ ତଳେ ଥାନାରେ ଅଭିଯୋଗ ହୋଇଥିଲା । ତେବେ ଗତକାଲି ଏକ ଜଳନ୍ତା ବୋଲେରୋ ଭିତରୁ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଦୁହେଁ ରାଜସ୍ଥାନ ଭରତପୁର ନିବାସୀ ହୋଇଥିବା ଜଣାପଡିଥିବା ବେଳେ ସେମାନଙ୍କୁ ଉପହରଣ କରାଯାଇଥିବା ନେଇ ପୂର୍ବରୁ ଥାନାରେ ଅଭିଯୋଗ ହୋଇଥିଲା । ମୃତକ ହେଲେ ୨୫ ବର୍ଷୀୟ ନାସିର ଏବଂ ୩୫ ବର୍ଷୀୟ ଜୁନାଏଦ ଓରଫ ଜୁନା ।
ଗୁରୁବାର ସକାଳ ୮ଟା ସମୟରେ ହରିୟାଣା ଭିବାନୀ ଜିଲ୍ଲା ଲୋହାରୁ ଥାନା ଅଞ୍ଚଳରେ ଏକ ଜଳନ୍ତା ବୋଲେରା ଠାବ ହୋଇଥିଲା । ବୋଲେରୋ ଭିତରେ ଦୁଇ ଯୁବକଙ୍କ ଅର୍ଦ୍ଦଦଗ୍ଧ ମୃତଦେହ ଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଓ ଫରେନସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲେ ।