ETV Bharat / bharat

ବିଆରଏସ ବୈଠକ ବେଳେ ସିଲିଣ୍ଡର ବିସ୍ଫୋରଣ: ୪ ମୃତ, ୪ ଗୁରୁତର

author img

By

Published : Apr 13, 2023, 7:44 AM IST

ତେଲେଙ୍ଗାନାରେ ବିଆରଏସ୍‌ର କାର୍ଯ୍ୟକ୍ରମସ୍ଥଳରେ ଫାଟିଲା ସିଲିଣ୍ଡର । ଅଘଟଣରେ ଦଳୀୟ କର୍ମୀଙ୍କ ସମେତ ୪ ମୃତ । ଅଧିକ ପଢନ୍ତୁ

ବିଆରଏସ ବୈଠକ ବେଳେ ସିଲିଣ୍ଡର ବିସ୍ଫୋରଣ
ବିଆରଏସ ବୈଠକ ବେଳେ ସିଲିଣ୍ଡର ବିସ୍ଫୋରଣ

ହାଇଦ୍ରାବାଦ: ତେଲେଙ୍ଗାନାର ଖମାମ ଜିଲ୍ଲାରେ ଏକ ବଡ ଅଘଟଣ ଘଟିଯାଇଛି । ଗତକାଲି(ବୁଧବାର) ଖମାମ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଭାରତ ରାଷ୍ଟ୍ର ସମିତିର(BRS) ଏକ କାର୍ଯ୍ୟକ୍ରମସ୍ଥଳରେ ବିସ୍ଫୋରଣ ଘଟି ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତାହତଙ୍କ ମଧ୍ୟରେ ବିଆରଏସ କର୍ମୀ ଓ ଜଣେ ପୋଲିସ ଥିବା ସୂଚନା ମିଳିଛି । ବିଆରଏସ ଦଳର ବୈଠକ ସମୟରେ ବାଣ ଫୁଟିବା ଯୋଗୁଁ ପାଖରେ ଥିବା ଏକ ଝୁମ୍ପୁଡି ଘରେ ନିଆଁ ଲାଗି ଯାଇଥିଲା । ଫଳରେ ସେହି ଘରେ ଥିବା ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା ।

ସୂଚନା ମୁତାବକ, ଗତକାଲି ଖମାମ ଜିଲ୍ଲାର ଏକ ଗ୍ରାମରେ ଶାସକ ବିଆରଏସ ଦଳର କାର୍ଯ୍ୟକ୍ରମ ଥିଲା । ଏହି ଅବସରରେ କିଛି ବିଆରଏସ କର୍ମୀ ବାଣ ଫୁଟାଇ ଥିଲେ । ଏହି ସମୟରେ ଗୋଟିଏ ବାଣ ପାଖରେ ଥିବା ଏକ ଝୁମ୍ପୁଡି ଘରେ ପଡିଥିଲା । ଫଳରେ ଚାହୁଁ ଚାହୁଁ ଘରେ ନିଆଁ ଲାଗି ଯାଇଥିଲା । ଏହାଦେଖି ଉପସ୍ଥିତ କର୍ମୀମାନେ ସଙ୍ଗେ ସଙ୍ଗେ ନିଆଁକୁ ଆୟତ୍ତ କରିଥିଲେ । ମାତ୍ର ଘରେ ଭିତରେ ଥିବା ଗ୍ୟାସ ସିଲିଣ୍ଡର ଉପରେ କାହାର ନଜର ପଡିନଥିଲା । ଯେଉଁ କାରଣରୁ ହଠାତ୍ ସିଲିଣ୍ଡର ଫାଟି ଯାଇଥିଲା ।

ଏହି ଅଘଟଣରେ ୮ ଜଣ ଲୋକ ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଥମେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଆଉ ଦୁଇ ଜଣ ଆଖି ବୁଜିଛନ୍ତି । ଏବେ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଗୁରୁତରଙ୍କ ମଧ୍ୟରୁ ଜଣଙ୍କ ଦୁଇଟିଯାକ ଗୋଡ କାଟିବାକୁ ପଡିଥିବା ଡାକ୍ତର କହିଛନ୍ତି ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏହି ଅଘଟଣରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କେସିଆର ଖମାମ ଦୁର୍ଘଟଣାସ୍ଥଳରେ ଉପସ୍ଥିତ ଥିବା ମନ୍ତ୍ରୀ ପୁଭଦା ଅଜୟ କୁମାର ଏବଂ ସାଂସଦ ନମା ନାଗେଶ୍ବର ରାଓଙ୍କ ଠାରୁ ଫୋନ ଯୋଗେ ଘଟଣା ସମ୍ପର୍କରେ ଅବଗତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ପକ୍ଷରୁ ମୃତକଙ୍କ ପରିବାରବର୍ଗକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବା ନେଇ ପ୍ରତିଶ୍ରୁତି ଦିଆଯାଇଛି । ମନ୍ତ୍ରୀ ଅଜୟ କୁମାର ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ସହ ଆହତଙ୍କ ପାଇଁ ୨ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି । ସେହିପରି ସାଂସଦ ନାଗେଶ୍ବର ରାଓ ମଧ୍ୟ ମୃତକଙ୍କ ପରିବାରବର୍ଗକୁ ୨ ଲକ୍ଷ ଏବଂ ଆହତଙ୍କ ପାଇଁ ୫୦ ହଜାର ସହାୟତା ଘୋଷଣା କରିଛନ୍ତି । ବିଆରଏସ ଏମଏଲସି ଟାଟା ମଧୁସୁଧନ ଦଳୀୟ ନେତା ଓ କର୍ମୀଙ୍କୁ ତିନି ଦିନିଆ ଶୋକ ପାଳନ କରିବାକୁ ନିବେଦନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.