ETV Bharat / bharat

କେଦାରନାଥ ଯାତ୍ରା ପଥରେ ଭୂସ୍ଖଳନ: 3 ମୃତ, 17 ରୁ ଅଧିକ ନିଖୋଜ

author img

By

Published : Aug 5, 2023, 11:03 AM IST

Updated : Aug 6, 2023, 7:51 PM IST

ଉତ୍ତରାଖଣ୍ଡର କେଦାରନାଥ ଯାତ୍ରା ମାର୍ଗରେ ଭୟଙ୍କର ଭୂସ୍ଖଳନ । 3 ଜଣଙ୍କ ମୃତଦେହ ମିଳିଥିବା ବେଳେ ଏବେ ବି ପ୍ରାୟ 17 ଜଣ ନିଖୋଜ । ଅଧିକ ପଢନ୍ତୁ

କେଦାରନାଥ ଯାତ୍ରା ପଥରେ ଭୂସ୍ଖଳନ
କେଦାରନାଥ ଯାତ୍ରା ପଥରେ ଭୂସ୍ଖଳନ

ଡେରାଡୁନ: ଦେବଭୂମି ଉତ୍ତରାଖଣ୍ଡରେ ପୁଣିଥରେ ପ୍ରବଳ ବର୍ଷା ତାଣ୍ଡବ ରଚିଛି । ମୂଷଳ ଧାରାରେ ବର୍ଷା ଯୋଗୁଁ କେଦାରନାଥ ଯାତ୍ରା ପଥର ଗୌରୀକୁଣ୍ଡ ଠାରେ ଭୟଙ୍କର ଭୂସ୍ଖଳନ ହୋଇଛି । ଏଥିରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି 17ରୁ ଅଧିକ ଲୋକେ ନିଖୋଜ ଅଛନ୍ତି । ମୃତକ ଓ ନିଖୋଜଙ୍କ ମଧ୍ୟରେ ଅଧିକାଂଶ ନେପାଳି ନାଗରିକ ଥିବାର ସୂଚନା ରହିଛି । ଏହି ଭୂସ୍ଖଳନ ପରେ କେଦାରନାଥ ଯାତ୍ରା ସ୍ଥଗିତ ରଖାଯାଇଛି । ପୋଲିସ, ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ଗୌରୀକୁଣ୍ଡ ଭୂସ୍ଖଳନରେ ତିନୋଟି ଦୋକାନ ଓ କିଛି ସମ୍ପୂର୍ଣ୍ଣ ହୋଟେଲ ମାଟିରେ ମିଶିଯାଇଛି । ସେହି ସମୟରେ ଦୋକାନରେ ଅନେକ ଲୋକ ଶୋଇଥିଲେ । ସେମାନଙ୍କର କୌଣସି ପତ୍ତା ମିଳୁନି । ଏବେ ସୁଦ୍ଧା ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ୪ ଜଣଙ୍କ ମୃତଦେହ ଉଦ୍ଧାର କରିଛି । ପ୍ରାୟ ୨୦ ଜଣ ନିଖୋଜ ଥିବା କୁହାଯାଉଥିବା ବେଳେ ସେମାନେ ପଥର ଖଣ୍ଡ ତଳେ ଫସି ଥାଇପାରନ୍ତି ନଚେତ୍ ସେଠାରେ ପ୍ରବାହିତ ମନ୍ଦାକିନୀ ନଦୀରେ ଭାସି ଯାଇଥିବାର ଆଶଙ୍କା କରାଯାଉଛି । ନିଖୋଜଙ୍କ ମଧ୍ୟରେ ଅଧିକାଂଶ ନେପାଳର ନାଗରିକ ଅଛନ୍ତି । କିଛି ମହିଳା ଓ ଶିଶୁ ଥିବାର ମଧ୍ୟ ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ: Himachal Rains: ଗଲାଣି ୨୦୦ ଜଣଙ୍କ ଜୀବନ, ଏବେ ବି ୩୧ ନିଖୋଜ

ଗୁରୁବାର ବିଳମ୍ବିତ ରାତିରେ ଗୌରୀକୁଣ୍ଡରେ ଏହି ଭୂସ୍ଖଳନ ହୋଇଥିଲା । ପାହାଡରୁ ପଥର ଖସି ତଳେ ରାସ୍ତାକଡରେ ଥିବା ଦୋକାନ ଓ ହୋଟେଲ ଉପରେ ଅଜାଡି ହୋଇପଡିଥିଲା । ତେବେ ପାହାଡର ଗୋଟିଏ ଭାଗରେ ବଜ୍ରପାତ ଯୋଗୁଁ ପଥର ଗୁଡିକ ଏପରି ଭାବେ ଖସି ପଡିଥିବା ଚର୍ଚ୍ଚା ହେଉଛି । ଭୂସ୍ଖଳନରେ ପ୍ରାୟ ୨୦ ଜଣ ନିଖୋଜ ହୋଇଯାଇଥିବା କୁହାଯାଉଛି । ସେମାନଙ୍କୁ ଠାବ କରିବାକୁ ଗତକାଲି(ଶୁକ୍ରବାର) ଦିନ ତମାମ ଉଦ୍ଧାର କାର୍ଯ୍ୟ ଚାଲିଥିଲା ।

ଆଜି ସକାଳୁ ମନ୍ଦିକିନୀ ନଦୀରେ ରେସ୍କ୍ୟୁ ଅପରେସନ ଆରମ୍ଭ କରାଯାଇଛି । ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ଡ୍ରୋନ ମାଧ୍ୟମରେ ତଲାସି ଅଭିଯାନ ଜାରି ରଖିଛି । ଏହାରି ଭିତରେ ଆଜି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ହେଲିକପ୍ଟର ଯୋଗେ ଗୌରୀକୁଣ୍ଡ ଗସ୍ତ କରିବେ । ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବେ । ଉଦ୍ଧାର କାର୍ଯ୍ୟ ସମୀକ୍ଷା କରିବା ସଙ୍ଗେ ସଙ୍ଗେ ମୃତକଙ୍କ ପରିଜନଙ୍କୁ ଓ ପୀଡିତଙ୍କୁ ଭେଟିବାର କାର୍ଯ୍ୟକ୍ରମ ଅଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 6, 2023, 7:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.