ETV Bharat / bharat

ସ୍କୁଲରେ ମାଡ ହେଲା ଋଷ ମିସାଇଲ, ୨୧ ମୃତ

author img

By

Published : Mar 17, 2022, 10:29 PM IST

ୟୁକ୍ରେନର ଖାର୍କିଭରେ ସ୍କୁଲ ଓ ସାଂସ୍କୃତିକ କେନ୍ଦ୍ରରେ ଋଷ କ୍ଷେପଣାସ୍ତ୍ର ମାଡ । ୨୧ ମୃତ ଓ ୧୦ ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ଅଭିଯୋଗ କଲା ୟୁକ୍ରେନ । ଅଧିକ ପଢନ୍ତୁ

ସ୍କୁଲରେ ମାଡ ହେଲା ଋଷ ମିସାଇଲ,  ୨୧ ମୃତ
ସ୍କୁଲରେ ମାଡ ହେଲା ଋଷ ମିସାଇଲ, ୨୧ ମୃତ

କିଭ: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ଟାର୍ଗେଟ ହେଉଛି ଗୋଟିଏ ପରେ ଗୋଟିଏ ସାଧାରଣ ଅନୁଷ୍ଠାନ । ଆକ୍ରମଣରେ ପ୍ରାଣ ହରାଉଛନ୍ତି ସାଧାରଣ ଜନତା । ଆଜିି ୟୁକ୍ରେନର ଖାର୍କିଭ ସହର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଏକ ସ୍କୁଲ ଓ ସାଂସ୍କୃତିକ କେନ୍ଦ୍ରରେ ଋଷ ସେନାର କ୍ଷେପଣାସ୍ତ୍ର ମାଡ ହୋଇଥିବା ଅଭିଯୋଗ ହୋଇଛି । ଏଥିରେ ୨୧ଜଣ ପ୍ରାଣ ହରାଇଥିବା ସହ ପ୍ରାୟ ୧୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଆହତଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ରହିଛନ୍ତି । ଏହି ଆକ୍ରମଣ ସମ୍ପର୍କିତ ଏକ ଫୋଟୋ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ସ୍ଥାନୀୟ ଜଣେ ୟୁକ୍ରେନୀୟ । ତେବେ ଜାରି ରହିଥିବା ଆକ୍ରମଣରେ ଅନେକ ସାଧାରଣ ନାଗିରିକ ପ୍ରାଣ ହରାଇ ସାରିଥିବା ଜାତିସଂଘ ମଧ୍ୟ ତାର ରିପୋର୍ଟରେ ଦର୍ଶାଇବା ସହ ଉଦବେଗ ପ୍ରକାଶ କରିଥିଲା ।

ଗତକାଲି ଅନ୍ତର୍ଜାତୀୟ ନ୍ୟାୟ ଅଦାଲତରେ ଋଷକୁ ବଡ ଝଟକା ଲାଗିଥିଲା । ଆକ୍ରମଣକୁ ନିନ୍ଦା କରିବା ସହ ତୁରନ୍ତ ଯୁଦ୍ଧ ବନ୍ଦ କରିବା ପାଇଁ କୋର୍ଟ ଋଷକୁ ନିର୍ଦ୍ଦେଶ ଦେଇଥିଲେ । ୟୁକ୍ରେନ ଏପରି ନିଷ୍ପତ୍ତିକୁ ବୃହତ ବିଜୟ ବୋଲି କହିବା ସହ ଋଷ ଏହାକୁ ପାଳନ କରିବାକୁ ବାଧ୍ୟ ବୋଲି କହିଥିଲା । ତେବେ ଆସିଜେଙ୍କ ନିର୍ଦ୍ଦେଶ ସମ୍ପର୍କରେ ଋଷ କୌଣସି ସକରାତ୍ମକ ଆଭିମୁଖ୍ୟ ଦେଖାଇଥିବା ପରି ମଧ୍ୟ ଦୃଷ୍ଟି ଗୋଚର ହେଉନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.