ETV Bharat / bharat

Road Mishap: ହୋଲିରେ ଅଘଟଣ, ବସ ଓଲଟି ୮ ମୃତ

କର୍ଣ୍ଣାଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ ଓଲଟି ଯିବାରୁ ୮ ଜଣଙ୍କ ମୃତ୍ୟୁ ସୂଚନା । ଅଧିକ ପଢନ୍ତୁ

author img

By

Published : Mar 19, 2022, 11:46 AM IST

Road Mishap: ଓଲଟିଲା ବସ୍, ୮ ମୃତ
Road Mishap: ଓଲଟିଲା ବସ୍, ୮ ମୃତ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ଚଳାଚଳ କରୁଥିବା ଏକ ଘରୋଇ ବସ ଓଲଟି ପଡିବା ଯୋଗୁଁ ଘଟଣାସ୍ଥଳରେ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି(Eight killed as bus overturns) । ଦୁର୍ଘଟଣାରେ ୨୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି ପୋଲିସ କହିଛି ।

ଆଜି(ଶନିବାର) ସକାଳେ କର୍ଣ୍ଣାଟକର ପାବାଗଡା ତାଲୁକ(Pavagada taluk) ଅଞ୍ଚଳରେ ଏହି ଅଘଟଣ ଘଟିଛି । ତେବେ କେଉଁ ପରିସ୍ଥିତିରେ ବସ୍‌ଟି ଓଲଟିଲା ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ପାଭାଗଡା ପୋଲିସ ଘଟଣାରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିବା କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.