ETV Bharat / bharat

କାଲିଫର୍ଣ୍ଣିଆରେ ଅଜଣା ଆତତାୟୀଙ୍କ ଗୁଳିମାଡ: 6 ମୃତ, 9 ଆହତ - ଆମେରିକା ଗୁଳିକାଣ୍ଡ

ଆମେରିକାର କାଲିଫର୍ଣ୍ଣିଆରେ ଅତର୍କିତ ଗୁଳିମାଡ । 6 ମୃତ, 9ରୁ ଊର୍ଦ୍ଧ୍ବ ଆହତ । ସମଗ୍ର ସହରରେ ହାଇଆଲର୍ଟ ଜାରି । ଜାରି ରହିଛି ତଦନ୍ତ । ଅଧିକ ପଢନ୍ତୁ

କାଲିଫର୍ଣ୍ଣିଆରେ ଅଜଣା ଆତତାୟୀଙ୍କ ଗୁଳମାଡ: 6 ମୃତ, 9 ଆହତ

author img

By

Published : Apr 3, 2022, 8:25 PM IST

ଓ୍ବାଶିଂଟନ: ଆମେରିକାର କାଲିଫର୍ଣ୍ଣିଆରେ ଅଜଣା ଆତତାୟୀଙ୍କ ଅତର୍କିତ ଗୁଳିମାଡରେ 6 ଜଣ ପ୍ରାଣ ହରାଇଥିବାବେଳେ 9ଜଣ ଆହତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 6ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ପୋଲିସ ସୂତ୍ରରୁ ଆମେରିକୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମଗ୍ର କାଲିଫର୍ଣ୍ଣିଆରେ ହାଇଆଲର୍ଟ ଜାରି କରାଯାଇଛି ।

  • As per police, 9 injured, 6 dead in downtown Sacramento shooting, reports Reuters

    — ANI (@ANI) April 3, 2022 " class="align-text-top noRightClick twitterSection" data=" ">

ସୂଚନା ଅନୁସାର, ସ୍ଥାନୀୟ ସମୟ ସକାଳେ ଏହି ଅଘଟଣ ଘଟିଥିବା ପୋଲିସ କହିଛି । ଆକ୍ରମଣ ସମୟର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗୁଳିମାଡ ଆରମ୍ଭ ହେବା ପରେ ଲୋକମାନେ ଭୟରେ ଏଣେତେଣେ ଧାଉଁଥିବା ଦେଖିବାକୁୁ ମିଳିଥିଲା ।

ଆତତାୟୀ ଗୁଳିକାଣ୍ଡ ପରେ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି । ପୋଲିସ ପୁରା ସହର ଉପରେ ଏକ କଡା ନଜର ରଖିବା ସହ ତଦନ୍ତକୁ ମଧ୍ୟ ତ୍ବରାନ୍ବିତ କରିଛି । କିନ୍ତୁ ବର୍ତ୍ତମାନ ଦୁର୍ବୃତ୍ତଙ୍କୁ ଚିହ୍ନଟ କରାଯାଇ ପାରିନାହିଁ ।ଆକ୍ରମଣର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସ୍ପଷ୍ଟ ହୋଇପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.