ETV Bharat / bharat

ଉତ୍ତରାଖଣ୍ଡରେ ବରଯାତ୍ରୀ ବସ୍ ଦୁର୍ଘଟଣା: ଚାଲିଗଲା ୨୫ ଜୀବନ - ପାଉରୀ ବରଯାତ୍ରୀ ବସ୍ ଦୁର୍ଘଟଣା

ଉତ୍ତରାଖଣ୍ଡରେ ପାଉରୀ ଗରୱାଲ୍‌ ଜିଲ୍ଲାରେ ଘାଟି ତଳକୁ ବସ୍ ଖସିବା ଘଟଣା । ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ସୁରକ୍ଷିତ ଉଦ୍ଧାର । ଅଧିକ ପଢନ୍ତୁ

ଉତ୍ତରାଖଣ୍ଡ ବରଯାତ୍ରୀ ବସ୍ ଦୁର୍ଘଟଣା:  ଚାଲିଗଲା ୨୫ ଜୀବନ

author img

By

Published : Oct 5, 2022, 6:52 AM IST

Updated : Oct 5, 2022, 1:03 PM IST

ଡେରାଡୁନ୍‌: ଉତ୍ତରାଖଣ୍ଡ ପାଉରୀ ଗରୱାଲ୍‌ ଜିଲ୍ଲାରେ ବରଯାତ୍ରୀ ବସ୍ ଦୁର୍ଘଟଣାରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି । ବସ୍ ଭିତରୁ ମୋଟ ୨୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ୧୨ ଜଣ ଆହତ ହୋଇ ଥିବାବେଳେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢେ ୭ଟା ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା(Uttarakhand bus accident) । ପାଖାପାଖି ୫୦ ଜଣ ବରଯାତ୍ରୀଙ୍କୁ ନେଇ ଲାଲଢାଙ୍ଗରୁ ବିରୋନଖାଲ ଯାଉଥିବା ବସ୍ ଭାରସାମ୍ୟ ହରାଇ ସିମ୍‌ଡୀ ଗ୍ରାମ ରିଖ୍‌ନୀଖାଲ୍‌-ବୀରୋଖାଲ୍‌ ରାସ୍ତାରେ ଥିବା ଏକ ଘାଟି ତଳକୁ ଖସି ପଡିଥିଲା ।

ଏହାମଧ୍ୟ ପଢନ୍ତୁ: ଉତ୍ତରାଖଣ୍ଡରେ ଘାଟି ତଳକୁ ଖସିଲା ବସ୍‌, ଯାତ୍ରୀବାହୀ ବସ୍‌ରେ ଥିଲେ ୪୦ରୁ ୫୦ ଯାତ୍ରୀ

ଘାଟି ତଳକୁ ଖସି ଥିବା ବସ୍‌ରେ ପ୍ରାୟ ୪୦ରୁ ୫୦ ଜଣ ଯାତ୍ରୀ ଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଅନ୍ଧାର ହୋଇଥିବା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଓ SDRF ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ୨୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାସ୍ଥଳରେ କୌଣସି ପ୍ରକାର ଆଲୋକ ବ୍ୟବସ୍ଥା ନଥିବା କାରଣରୁ ବସ୍ ଭିତରୁ ଯାତ୍ରୀଙ୍କୁ ବାହାର କରିବାରେ ସମସ୍ୟା ହେଉଥିବା କୁହାଯାଉଛି । ମୋବାଇଲ ଟର୍ଚ୍ଚରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ ଜଣାଇଛନ୍ତି ।

  • पौड़ी गढ़वाल, उत्तराखंड में बस के घाटी में गिरने पर कई लोगों के हताहत होने की दुर्घटना से दुखी हूं। इस दुर्घटना में अपने प्रियजनों को खोने वाले परिवारों के प्रति मेरी गहरी शोक-संवेदनाएं। मैं घायलों के शीघ्र स्वस्थ होने की कामना करती हूं।

    — President of India (@rashtrapatibhvn) October 5, 2022 " class="align-text-top noRightClick twitterSection" data=" ">

ଏହି ଉତ୍ତରାଖଣ୍ଡ ବସ୍ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Narendra Modi) ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ(President Draipadi Murmu) ମଧ୍ୟ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କୁ ପରିବାର ପ୍ରତି ଗଭୀର ସମବେଦନା ଜାଇଛନ୍ତି । ରାଷ୍ଟ୍ରପତି ଟ୍ବିଟ୍ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ସମୁଦ୍ରରେ ଭାସିଯାଇ ୪ ମୃତ, ଜଣେ ନିଖୋଜ

Last Updated : Oct 5, 2022, 1:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.