ETV Bharat / bharat

ପଳାତକଙ୍କ ପାଖରୁ ଫେରିଛି ୧୮ ହଜାର କୋଟି

author img

By

Published : Feb 23, 2022, 8:30 PM IST

ପଳାତକ ଆର୍ଥିକ ଅପରାଧୀଙ୍କଠାରୁ ବ୍ୟାଙ୍କକୁ ଫେରିଛି ୧୮ ହଜାର କୋଟି । ବୁଧବାର ସୁପ୍ରିମକୋର୍ଟକୁ ଏହା ଜଣାଇଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ

ପଳାତକଙ୍କ ପାଖରୁ ଫେରିଲା ୧୮ ହଜାର କୋଟି
ପଳାତକଙ୍କ ପାଖରୁ ଫେରିଲା ୧୮ ହଜାର କୋଟି

ନୂଆଦୀଲ୍ଲୀ: ବ୍ୟାଙ୍କକୁ ଫେରିଛି 18 ହଜାର କୋଟି । ଆଜି (ବୁଧବାର) ସୁପ୍ରିମକୋର୍ଟକୁ ଏହା ଜଣାଇଛନ୍ତି କେନ୍ଦ୍ର ସରକାର । ତେବେ ଏହି ସବୁ ଟଙ୍କା ବିଜୟ ମାଲ୍ୟା, ନୀରବ ମୋଦି ଓ ମେହୁଲ ଚୋକସିଙ୍କ ପାଖରୁ ଫେରାଇ ଆଣିଛି କେନ୍ଦ୍ର ।

ଅନ୍ୟପଟେ ଏହି ତିନି ଜଣଙ୍କୁ 2018 ଅଗଷ୍ଟରେ ଅର୍ଥନୈତିକ ଅପାରାଧୀ ତଥା ପଳାତକ (fugitive economic offenders act) ଘୋଷଣା କରାଯାଇଥିଲା । ତେବେ ସୁପ୍ରମକୋର୍ଟରେ ଏକାଧିକ ଆବେଦନ ଯାଞ୍ଚ ବେଳେ ଅର୍ଥ ହେରଫର କାରବାର ଉପରେ ଆଜି କେନ୍ଦ୍ର ସରକାର ଉତ୍ତର ଦେଇଛନ୍ତି । ଏହି ମାମଲାର ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟ ଦ୍ବାରା ଗଠିତ ଖଣ୍ଡପୀଠ ଜଷ୍ଟିସ୍‌ ଦିନେଶ ମାହେଶ୍ବରୀ ଏବଂ ସିଟି ରବିକୁମାରଙ୍କୁ ବ୍ୟାଙ୍କକୁ ଟଙ୍କା ଫେରିଥିବା କହିଛନ୍ତି ।

ସେହିଭଳି ଏହି ଟଙ୍କା ବିଜୟ ମାଲ୍ୟା, ନୀରବ ମୋଦି ଓ ମେହୁଲ ଚୋକସିଙ୍କ ପାଖରୁ ଫେରାଇ ଅଣାଯାଇଛି ବୋଲି ମେହେଟ୍ଟା ସୁପ୍ରିମକେର୍ଟକୁ କହିଛନ୍ତି । ତେବେ ଏହି ଟଙ୍କା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜବତ କରି ଆଣିଛି । ସେହିପରି ୪ ହଜାର ୭ଶହ ମାମଲାର ତଦନ୍ତ ସରିଥିବା ବେଳେ ୩ଶହ ୧୩ଜଣଙ୍କୁ ଏହି ମାମଲାରେ ଗିରଫ କରାଯାଇଛି ବୋଲି ତୁଷାର ମେହେଟ୍ଟା ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ।

ଅପରପକ୍ଷେ ଗତ ପାଞ୍ଚ ବର୍ଷ(2016-21) ଭିତରେ 2ହଜାର 1 ଶହ 86ଟି ମାମଲା ତଦନ୍ତ ପାଇଁ ଗ୍ରହଣ କରାଯାଇଛି ବୋଲି ସଲିସିଟର ଜେନେରାଲ କହିଛନ୍ତି । ଏହି ଭଳି ପ୍ରାୟ ୩୩ଲକ୍ଷ ମାମଲା ପଞ୍ଜୀକୃତ ହୋଇଥିବା ବେଳେ ଇଡି (Enforcement Directorate) ୨ ହଜାର ୮୬ଟି ମାମଲାର ତଦନ୍ତ କରି ପାରିଛି । ଏଥିସହ ପ୍ରାୟ ୩୩ ଲକ୍ଷ ମାମଲା ପାଞ୍ଚ ବର୍ଷରେ ପଞ୍ଜୀକୃତ ହୋଇଛି ବୋଲି ମେହେଟ୍ଟା କହିଛନ୍ତି ।

ସେହିପରି ଭାରତରେ ଅର୍ଥ ହେରଫେର କାରବାର ହେଉଥିବା ବେଳେ ପ୍ରତ୍ୟେକ ରାଜ୍ୟ ଏଥିପାଇଁ ଆଇନ ଆଣିବା ପାଇଁ ସେ କହିଛନ୍ତି । ଏପଟେ ବିଜୟ ମାଲ୍ୟାଙ୍କ ନାଁରେ ୯ ହଜାର କୋଟି ଟଙ୍କାର ଅର୍ଥ ହେରଫେର ଅଭିଯୋଗ ରହିଥିବା ବେଳେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠାରୁ ୧୩ ହଜାର ୫ଶହ କୋଟି ହେରଫେର ମାମଲା ନୀରବ ମୋଦିଙ୍କ ନାଁରେ ରହିଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠାରୁ ଟଙ୍କା ହେରଫେର ମାମଲରେ ନୀରବ ମୋଦିଙ୍କ ସମ୍ପର୍କୀୟ ମେହୁଲ ଚୋକସିଙ୍କ ନାଁରେ ଏହି ଅଭିଯୋଗ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.