ETV Bharat / bharat

Stray Dogs Attack: ୭ବର୍ଷର ନାବାଳକକୁ ଝୁଣିଦେଲା କୁକୁର, ବାପାଙ୍କ ପାଇଁ ନେଇ ଯାଉଥିଲା ଚା' - ଉତ୍ତରପ୍ରଦେଶରେ କୁକୁର ଆତଙ୍କ

ଉତ୍ତରପ୍ରଦେଶରେ ପୁଣି ବୁଲା କୁକୁରଙ୍କ ଆତଙ୍କରାଜ । ବାପା ପାଇଁ ଚା' ନେଇ ଯାଉଥିବା ବେଳେ ବୁଲା କୁକୁର ଆକ୍ରମଣରେ ୭ବର୍ଷର ନାବାଳକ ମୃତ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 24, 2023, 6:47 PM IST

ଲକ୍ଷ୍ନୌ: ଅନେକ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ବୁଲା କୁକୁର ଆତଙ୍କ । ପିଲାଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ବୁଲା କୁକୁର ଆକ୍ରମଣରେ ମୃତ୍ୟୁମୁଖରେ ପଡୁଛନ୍ତି । ଏଭଳି ଆଉ ଏକ ଘଟଣା ଆସିଛି ଉତ୍ତରପ୍ରଦେଶ ମୁରାଦାବାଦ ଅଞ୍ଚଳରୁ । ଏଠାରେ ବୁଲା କୁକୁର ଆକ୍ରମଣରେ ଜଣେ ୭ବର୍ଷ ନାବାଳକର ମୃତ୍ୟୁ ଘଟିଛି । ନାବାଳକ ଜଣକ ତା' ବାପାଙ୍କ ଲାଗି ଚା' ନେଇ ଯାଉଥିବା ସମୟରେ ଏଭଳି ଆକ୍ରମଣର ଶିକାର ହୋଇଥିଲା । ଏହାପରେ ସ୍ଥାନୀୟ ଲୋକେ ବୁଲା କୁକୁରଙ୍କୁ ଧରିବା ଲାଗି ଦାବି କରିଛନ୍ତି ।

ମୁରାଦାବାଦ ବିଲାରି ଥାନା ଅଞ୍ଚଳରେ ରୁସ୍ତମପୁର ଗାଁର ୭ବର୍ଷର ପୁଅ ସବେନ୍ଦ୍ର ରବିବାର ସକାଳେ ବୁଲା କୁକୁରଙ୍କ ଆକ୍ରମଣର ଶିକାର ହୋଇଥିଲା । ଚାଷଜମିରେ ଚାଷ କରୁଥିବା ପିତାଙ୍କ ଲାଗି ଚା' ଧରି ସବେନ୍ଦ୍ର ନିଜ ବଡ଼ ଭଉଣୀ ସହିତ ଯାଉଥିଲା । ଏହି ସମୟରେ ରାସ୍ତାରେ କିଛି ବୁଲା କୁକୁର ତାକୁ ଘେରି ଯାଇଥିଲେ । ଏହି ସମୟରେ ବଡ଼ ଭଉଣୀ ଜୋରରେ ଚିତ୍କାର କରିଥିଲା । ଏହାପରେ ଗ୍ରାମବାସୀ ବାଡ଼ି ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ସଙ୍ଗେ ସଙ୍ଗେ ଆହତ ସବେନ୍ଦ୍ରକୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାକୁ ମୃତ ଘୋଷିତ କରିଥିଲେ ।

ଏହା ବି ପଢନ୍ତୁ- ତିନି ମାସ ଝିଅକୁ ଘରୁ ଟାଣି ନେଇ ଝୁଣି ଦେଲା କୁକୁର, ନବଜାତକ ମୃତ

ସବେନ୍ଦ୍ର ଦ୍ବିତୀୟ ଶ୍ରେଣୀରେ ପାଠ ପଢୁଥିଲା । ଏହି ଦୁଃଖଦ ଘଟଣା ଘଟିବା ପରେ ମୁରାଦାବାଦ ଲୋକ ବୁଲା କୁକୁର ଧରିବା ଅଭିଯାନ ଆରମ୍ଭ କରିବା ଲାଗି ଦାବି କରିଛନ୍ତି । ମୁରାଦାବାଦରେ ପ୍ରାୟ ୫୦ ହଜାର ବୁଲା କୁକୁର ରହିଥିବା ଲୋକେ କହିଛନ୍ତି । ଏମାନଙ୍କ ଆତଙ୍କରାଜ ଅଞ୍ଚଳରେ ଚାଲିଥିବା ଲୋକେ ହଇରାଣ ହେଉଛନ୍ତି । ଏହା ପୂର୍ବରୁ ମଧ୍ୟ ବୁଲା କୁକୁରଙ୍କ ଆକ୍ରମଣରେ ଅନେକ ଶିଶୁଙ୍କ ଜୀବନ ଯାଇଛି । ଏଥିଲାଗି ସ୍ଥାନୀୟ ପ୍ରଶାସନ ନିକଟରେ କୁକୁରକୁ ଧରିବା ଲାଗି ବାରମ୍ବାର ଦାବି କରିଆସୁଥିବା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

ସୂଚନା ଥାଉ କି ଉତ୍ତରପ୍ରଦେଶର ଆଲିଗଡ଼ରେ ମଧ୍ୟ ସମାନ ଘଟଣା ଘଟିଥିଲା । ଜଣେ ୩ମାସର ଶିଶୁକୁ ଘରୁ ଟାଣି ନେଇ ନିଜର ଶିକାର କରିଥିଲା । ରବିବାର ଏହି ଘଟଣା ଉକ୍ତ ଅଞ୍ଚଳରେ ଦେଖିବାକୁ ମିଳିଥିଲା । ମହାରଣା ପ୍ରତାପ କଲୋନିରେ ରହୁଥିବା ପବନ କୁମାରଙ୍କ ଯାଆଁଳା ଶିଶୁ ଘର ପ୍ରାଙ୍ଗଣରେ ଶୋଇଥିବା ବେଳେ ୨ଟି ବୁଲା କୁକୁର ଘରେ ପଶି ଏପରି ଆକ୍ରମଣ କରିଥିଲେ । ଫଳରେ ୩ମାସ ଶିଶୁର ମୃତ୍ୟୁ ଘଟିଥିଲା । ଘର ଲୋକ ବିବାହ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ଏପରି ଦୁଃଖଦ ଘଟଣା ଘଟିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.