ETV Bharat / bharat

ବେଙ୍ଗାଲୁରୁରେ ବିଳାସପୂର୍ଣ୍ଣ କାର ଦୁର୍ଘଟଣାଗ୍ରସ୍ତ, ବିଧାୟକଙ୍କ ପୁଅବୋହୂ ସମେତ 7 ମୃତ - ଡକ ଦୁର୍ଘଟଣାରେ ୭ ମୃତ

ବେଙ୍ଗାଲୁରୁର କୋରାମଙ୍ଗାଲା ଅଞ୍ଚଳରେ ଏକ କାର ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ରହିଛନ୍ତି ବିଧାୟକଙ୍କ ପୁଅବୋହୂ । ଅଧିକ ପଢନ୍ତୁ...

ଭୟଙ୍କର ସଡକ ଦୁର୍ଘଟଣା, ୭ ମୃତ
ଭୟଙ୍କର ସଡକ ଦୁର୍ଘଟଣା, ୭ ମୃତ
author img

By

Published : Aug 31, 2021, 9:06 AM IST

Updated : Aug 31, 2021, 1:55 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । 6 ଜଣ ଘଟଣାସ୍ଥଳରେ ପ୍ରାଣ ହରାଇ ଥିବାବେଳେ ଜଣେ ହସ୍ପିଟାଲରେ ଆଖି ବୁଜିଛନ୍ତି । ମୃତକଙ୍କ ମଧ୍ୟରେ ତାମିଲନାଡୁ ହୋସୁରର କଂଗ୍ରେସ ବିଧାୟକ ୱାଇ ପ୍ରକାଶଙ୍କ ପୁଅ କରୁଣା ସାଗର ଓ ତାଙ୍କ ବୋହୂ ବିନ୍ଦୁ ରହିଛନ୍ତି । ସେହିପରି ଅନ୍ୟମାନଙ୍କ ମଧ୍ୟରେ ୨ ଜଣ ମହିଳା ଓ ୩ ଜଣ ଯୁବକ ଥିବା ପୋଲିସ ସୂଚନା ଦେଇଛି ।

ବେଙ୍ଗାଲୁରୁରେ ବିଳାସପୂର୍ଣ୍ଣ କାର ଦୁର୍ଘଟଣାଗ୍ରସ୍ତ

ମିଳିଥିବା ସୂଚନା ଅନୁଯାୟୀ ଗତକାଲି (ସୋମବାର) ବିଳମ୍ବିତ ରାତି ପ୍ରାୟ ୧ ଟା ୩୦ ମିନିଟ ସମୟରେ ଅଡି Q3 କାର ରାସ୍ତାରେ ଭାରସାମ୍ୟ ହରାଇ କୋରାମଙ୍ଗାଲା ସ୍ଥିତ ଏକ କାନ୍ଥରେ ପିଟି ହୋଇଥିଲା । ଫଳରେ ଗାଡିଟି ରାସ୍ତା ପାର୍ଶ୍ବକୁ ଓଲଟି ପଡିଥିଲା । ଏନେଇ ଖବର ପାଇ ଘଟଣାସ୍ଥଳରେ ଆଡୁଗୋଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ କେତେ ଜଣ ଆହତ ହୋଇଛନ୍ତି ସେ ନେଇ ମଧ୍ୟ ସୂଚନା ହସ୍ତଗତ ହୋଇନାହିଁ । ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ଚୁରମାର ହୋଇ ନଷ୍ଟ ହୋଇଯାଇଥିବା ପୋଲିସ ସୂଚନା ଦେଇଛି । ଏନେଇ ଆଡୁଗୋଡି ଟ୍ରାଫିକ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି।

@ANI

Last Updated : Aug 31, 2021, 1:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.