ETV Bharat / bharat

ସ୍ପୁଟନିକ ଭି ତିଆରି କରିବ ସେରମ

author img

By

Published : Jun 4, 2021, 10:51 PM IST

ଟିକା ଉତ୍ପାଦନକାରୀ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଏଣିକି ତିଆରି କରିବ ଋଷ ଟିକା ସ୍ପୁଟନିକ ଭି ।ଶୁକ୍ରବାର ସେରମକୁ ଡ୍ରଗ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ (​ଡିଜିସିଆଇ) ଦେଇଛି ମଞ୍ଜୁରୀ । ଅଧିକ ପଢନ୍ତୁ..

ସ୍ପୁଟନିକ ଭି ତିଆରି କରିବ ସେରମ
ସ୍ପୁଟନିକ ଭି ତିଆରି କରିବ ସେରମ

ନୂଆଦିଲ୍ଲୀ: ଦେଶରେ ଆଉ ଦେଖାଦେବନି ଟିକା ସଙ୍କଟ । ଟିକା ଉତ୍ପାଦନକାରୀ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଏଣିକି ତିଆରି କରିବ ଋଷ ଟିକା ସ୍ପୁଟନିକ ଭି । ଆଷ୍ଟ୍ରାଜେନେକା ସହ ମିଶି ଦେଶରେ କୋଭିଶିଲ୍ଡ ଟିକା କରୁଥିବା ପୁଣେ ସ୍ଥିତ ଦେଶର ସର୍ବବୃହତ୍ତ ଔଷଧ ନିର୍ମାତା କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (SII)କୁ ସ୍ପୁଟନିକ ଭି ତିଆରି ପାଇଁ ମିଳିଛି DCGIର ଅନୁମତି ।

ତଥ୍ୟ ଅନୁସାରେ ଭାରତର ଡ୍ରଗ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ (​ଡିଜିସିଆଇ) ଏସଆଇଆଇକୁ ଦେଶରେ କିଛି ନିଶ୍ଚିତ ସର୍ତ୍ତ ସହ ଅଧ୍ୟୟନ, ପରୀକ୍ଷଣ ତଥା ବିଶ୍ଲେଷଣ ପାଇଁ କୋଭିଡ-19 ନିରୋଧୀ ଟିକା ସ୍ପୁଟନିକ ଭି ଉତ୍ପାଦନ ପାଇଁ ଶୁକ୍ରବାର ମଞ୍ଜୁରୀ ଦେଇଛି ।

ପୁଣେ ସ୍ଥିତ କମ୍ପାନୀ ଏହାର ଲାଇସେନ୍ସ ପ୍ରାପ୍ତ ହଡପସର କେନ୍ଦ୍ରରେ ସ୍ପୁଟନିକ ଭି ଉତ୍ପାଦନ ପାଇଁ ଋଷର ଗେମାଲିଆ ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଅଫ ଏପିଡେମିୟୋଲୋଜି ଆଣ୍ଡ ମାଇକ୍ରୋବାୟୋଲଜି ସହ ଚୁକ୍ତି କରିଛି । ଜଣେ ଅଧିକାରୀ କହିଛନ୍ତି କି , ‘‘ଡିସିଜିଆଇ ସେରମ ଇନଷ୍ଟିଚ୍ୟୁଟକୁ ଭାରତରେ କିଛି ସର୍ତ୍ତ ସହ ଏହାର ଲାଇସେନ୍ସ ପ୍ରାପ୍ତ ହଡପସର କେନ୍ଦ୍ରରେ ଅଧ୍ୟୟନ , ପରୀକ୍ଷଣ ପାଇଁ ସ୍ପୁଟନିକ ଭି ଟିକା ଉତ୍ପାଦନ ପାଇଁ ଗ୍ରୀନ ସିଗନାଲ ଦେଇଛି ।

କମ୍ପାନୀ ଏ ସମ୍ବନ୍ଧରେ ଗୁରୁବାରକୁ ଡିଜିସିଆଇକୁ ଆବେଦନ ଦେଇଥିଲା । ଡିଜିସିଆଇ ଦ୍ବାରା ନିର୍ଦ୍ଧାରିତ ସର୍ତ୍ତ ଅନୁସାରେ ସେରମ ଇନଷ୍ଟିଚ୍ୟୁଟକୁ ଏବଂ ମସ୍କୋ ଇନଷ୍ଟିଚ୍ୟୁଟ୍ ମଧ୍ୟରେ ହୋଇଥିବା ଚୁକ୍ତିନାମାର ଏକ କପି ଦାଖଲ କରିବାକୁ ପଡିବ । SIIର ଆବେଦନ ସମ୍ବନ୍ଧରେ RCGM , କିଛି ପ୍ରଶ୍ନ ପଚାରି ପୁଣେ ସ୍ଥିତ କମ୍ପାନୀ ଏବଂ ଗାମେଲିଆ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମୋଲୋଜି ଏବଂ ମାଇକ୍ରୋବିଓଲୋଜି ମଧ୍ୟରେ ସାମଗ୍ରୀ ସ୍ଥାନାନ୍ତର ଚୁକ୍ତିର ଏକ ନକଲ ମାଗିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.