ETV Bharat / bharat

Odisha girl murder in Lucknow: ବଚସାରୁ ବେଡସିଟ୍‌ରେ ତଣ୍ଟି ଚିପି ହତ୍ୟା, ପ୍ରେମିକ ସହ ସହଯୋଗୀ ଗିରଫ - jajpur girl murder in Lucknow

ଲକ୍ଷ୍ନୌରେ ଓଡିଆ ଯୁବତୀଙ୍କୁ ବେଡସିଟରେ ତଣ୍ଟିଚିପି ହତ୍ୟା । ବଚସା ହେବାରୁ ଯୁବତୀଙ୍କୁ ହତ୍ୟା କରିଥିଲେ ତାଙ୍କ ପ୍ରେମିକ । ଅଧିକ ପଢନ୍ତୁ

Sensational disclosure Odisha girl murder

author img

By

Published : Aug 14, 2023, 8:12 AM IST

ଲକ୍ଷ୍ନୌ: ଲକ୍ଷ୍ନୌରେ କାର୍ ଭିତରୁ ଓଡ଼ିଆ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ଦିନକୁ ଦିନ ନୂଆ ନୂଆ ଖୁଲାସା ସାମ୍ନାକୁ ଆସୁଛି । ଗତକାଲି(ରବିବାର) ଚାଞ୍ଚଲ୍ୟକର ତଥ୍ୟ ଖୁଲାସା କରିଛି ଲକ୍ଷ୍ନୌ ପୋଲିସ । ଓଡିଆ ଯୁବତୀଙ୍କୁ ବେଡସିଟରେ ତଣ୍ଟି ଚିପି ହତ୍ୟା କରାଯାଇଛି। ସହଯୋଗୀଙ୍କ ସହ ମିଶି ଯୁବତୀଙ୍କୁ ହତ୍ୟା କରିଛନ୍ତି ତାଙ୍କ ପ୍ରେମିକ । ମୃତ ଯୁବତୀ ପ୍ରେମିକର ଜନ୍ମଦିନ ପାର୍ଟିରେ ସାମିଲ ହୋଇଥିବା ବେଳେ ଘଟିଥିଲା ଏହି ବୀଭତ୍ସ ହତ୍ୟାକାଣ୍ଡ । ପୋଲିସ ଏହି ଘଟଣାରେ 2 ଜଣଙ୍କୁ ଗିରଫ କରିଥିବା ବେଳେ ଆଉ 3 ଜଣଙ୍କୁ ଖୋଜୁଛି । ମୃତ ଯୁବତୀ ହେଉଛନ୍ତି ସୁସ୍ମିତା ରାଉତ । ଗିରଫ ଅଭିଯୁକ୍ତ ହେଉଛନ୍ତି ବିଷ୍ଣୁ ଦ୍ୱିବେଦୀ ଓ ସୁରଜ ଗୁପ୍ତା ।

ଏହା ମଧ୍ୟ ପଢନ୍ତୁ-ଲକ୍ଷ୍ନୌରେ ଓଡ଼ିଆ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, କାରରୁ ମିଳିଲା ମୃତଦେହ

ବିଷ୍ଣୁ ଦ୍ୱିବେଦୀ କାନପୁରର ବାସିନ୍ଦା । ସେ ବିବାହିତ ହୋଇଥିଲେ ମଧ୍ୟ ଗର୍ଲଫ୍ରଣ୍ଡ ରଖିଥିଲେ । ଏଥିସହ ସୁସ୍ମିତାଙ୍କ ସହ ସମ୍ପର୍କରେ ଥିଲେ । କିଛି ଦିନ ପରେ ବିଷ୍ଣୁ ବିବାହିତ ଥିବା ସେ ଜାଣିବାକୁ ପାଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଲାଗି ରହୁଥିଲା । ଗତ ଅଗଷ୍ଟ 9 ତାରିଖ ଦିନ ବିଷ୍ଣୁଙ୍କ ଜନ୍ମଦିନ ଥିଲା । ସେ ତାଙ୍କ ସାଙ୍ଗ ମାନଙ୍କ ସହିତ ବୃନ୍ଦାବନ ସେକ୍ଟର ୧୯ରେ ଏକ ଭଡାଘରରେ ପାର୍ଟି କରୁଥିଲେ । ସେହିଦିନ ସୁସ୍ମିତା ମଧ୍ୟ ପାର୍ଟିରେ ସାମିଲ ହୋଇଥିଲେ । ଏହା ପରେ ବିଷ୍ଣୁ ଓ ସୁସ୍ମିତାଙ୍କ ମଧ୍ୟରେ ବଚସା ହୋଇଥିଲା । ଶେଷରେ ଉତକ୍ଷିପ୍ତ ହେଇ ବିଷ୍ଣୁ ସହଯୋଗୀଙ୍କ ସହ ମିଶି ଏକ ବେଡସିଟରେ ସୁସ୍ମିତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ । ପରେ ଏକ କାରର ପଛ ସିଟରେ ମୃତଦେହ ରଖି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣାର ଗୋଟିଏ ଦିନ ପରେ ମୃତଦେହ ଉଦ୍ଧାର କରିଥିଲା ପୋଲିସ ।

ଏହା ମଧ୍ୟ ପଢନ୍ତୁ-ଲକ୍ଷ୍ନୌରେ ଓଡିଆ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାର ଖୋଲିଲା ରହସ୍ୟ, ଚାକିରି ପାଇଁ ଡାକି ଜୀବନ ନେଇଥିଲା ଅଭିଯୁକ୍ତ

ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ: ଇନ୍ସପେକ୍ଟର ପିଜିଆଇ ରାଣା ରାଜେଶ କୁମାର ସିଂ କହିଛନ୍ତି ଯେ, ଗୁରୁବାର ଦିନ ଲକ୍ଷ୍ନୌର ପିଜିଆଇ ଥାନା ଅନ୍ତର୍ଗତ ବୃନ୍ଦାବନ ସେକ୍ଟର ୧୯ ଅଞ୍ଚଳରୁ ସସ୍ମିତାଙ୍କ ମୃତଦେହ ଏକ କାରର ପଛ ସିଟରୁ ଉଦ୍ଧାର କରାଯାଇଥିଲା । ଏନେଇ ଓଡ଼ିଶାର ଯାଜପୁର ଜିଲ୍ଲାର ମିର୍ଜାପୁର ବାଙ୍କିପାଲ ବାସିନ୍ଦା ସୂର୍ଯ୍ୟମଣି ରାଉତ ଝିଅ ସୁସ୍ମିତା ରାଉତଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ ତଦନ୍ତ କରି ରବିବାର ଦିନ କାନପୁରର ବାରା ଅଞ୍ଚଳର ବିଶ୍ବବ୍ୟାଙ୍କର ବାସିନ୍ଦା ବିଷ୍ଣୁ କୁମାର ଦ୍ୱିବେଦୀ ଏବଂ ବାରୁଲି ରେଳ କ୍ରସିଂ ନିକଟ ଇଟାୱାର ଜସୱନ୍ତ ନଗର ଅଞ୍ଚଳର ମୋହାଲା କୋଥୀ କାଣ୍ଡର ବାସିନ୍ଦା ସୁରଜ ଗୁପ୍ତାଙ୍କୁ ଗିରଫ କରିଛି । ହତ୍ୟା ମାମଲାରେ ବ୍ୟବହୃତ ବେଡସିଟ୍ ଅଭିଯୁକ୍ତଙ୍କ ଠାରୁ ଜବତ କରିଛି ପୋଲିସ । 2 ଜଣ ଗିରଫ ହୋଇଥିବା ବେଳେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଆଉ ତିନି ଜଣ ଫେରାର ରହିଛନ୍ତି । ପୋଲିସ ସେମାନଙ୍କୁ ଗିରଫ କରିବା ପାଇଁ ତଦନ୍ତ ଜାରି ରଖିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.