ETV Bharat / bharat

ମୁହଁ ଖୋଲିଲେ ମୁକୁଲ ରୟ: କହିଲେ TMCରେ ନାହିଁ, ଏବେ BJP ବିଧାୟକ

author img

By

Published : Apr 19, 2023, 4:44 PM IST

Updated : Apr 20, 2023, 8:46 AM IST

ବିଜେପିରେ ମିଶିବା ଚର୍ଚ୍ଚା ମଧ୍ୟରେ ମୁହଁ ଖୋଲିଲେ ମୁକୁଲ ରାୟ । କହିଲେ ସେ ତୃଣମୂଳ କଂଗ୍ରେସରେ ନାହାନ୍ତି, ଇସ୍ତଫା ଦେବାର ଆବଶ୍ୟକତା କ‘ଣ । ଅଧିକ ପଢନ୍ତୁ

ମୁଁହ ଖୋଲିଲେ ମୁକୁଲ ରୟ: ସେ TMC ନାହାନ୍ତି, ଏବେ BJP ବିଧାୟକ

କୋଲକାତା: ପଶ୍ଚିମବଙ୍ଗର ବରିଷ୍ଠ ଟିଏମସି ନେତା ମୁକୁଲ ରୟ ବିଜେପିରେ ମିଶିବା ଚର୍ଚ୍ଚା ମଧ୍ୟରେ ନିଜେ ଆଜି ମୁହଁ ଖୋଲିଛନ୍ତି । ସେ ବିଜେପିରେ ହିଁ ଅଛନ୍ତି ବୋଲି କହିଛନ୍ତି । ମୁକୁଲ କହିଛନ୍ତି, ତାଙ୍କର ଟିଏମସିରୁ ଇସ୍ତଫା ଦେବାର ପ୍ରଶ୍ନ ଉଠୁନାହିଁ । କାରଣ ସେ ଟିଏମସିରେ ହିଁ ନାହାନ୍ତି । ସେ 2017 ରୁ ଟିଏମସିରୁ ଇସ୍ତଫା ଦେଇ ସାରିଛନ୍ତି । ତେଣୁ ବର୍ତ୍ତମାନ ତାଙ୍କର ଟିଏମସି ସହ କ’ଣ ସମ୍ପର୍କ ବୋଲି ଗଣମାଧ୍ୟମକୁ ସେ ପାଲଟା ପ୍ରଶ୍ନ କରିଥିଲେ । ଆହୁରି ମଧ୍ୟ ନିଜକୁ ଜଣେ ବିଜେପି ବିଧାୟକ କହିବା ସହ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିବାକୁ ଚାହାଁନ୍ତି ବୋଲି କହିଥିଲେ ।

ସୋମବାର ଅଚାନକ ଦିଲ୍ଲୀ ଗସ୍ତ କରିଥିଲେ ମୁକୁଲ । ପରିବାର ସଦସ୍ୟ ତାଙ୍କ ସହ ଯୋଗାଯୋଗ ନକରିପାରି ଥାନାରେ ଏକ ନିଖୋଜ ମାମଲା ମଧ୍ୟ ପଞ୍ଜୀକରଣ କରାଇଥିଲେ । ହେଲେ ସେ ଦିଲ୍ଲୀରେ ଥିବା ସ୍ପଷ୍ଟ ହେବା ପରେ ବିଜେପିରେ ସାମିଲ ହେବା ପାଇଁ ଦିଲ୍ଲୀ ଗସ୍ତ ଥାଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ହେଲେ ସେ ବ୍ୟକ୍ତିଗତ କାର୍ଯ୍ୟରେ ଦିଲ୍ଲୀ ଆସିଥିବା କହିଥିଲେ ।

ଆଜି ତାଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ ଏବେ ସୁଦ୍ଧା ବିଜେପିରେ ଅଛନ୍ତି ଓ ସେ ଜଣେ ବିଜେପି ବିଧାୟକ ବୋଲି କହିଛନ୍ତି ମୁକୁଲ । ସେ 2017 ରେ ଇସ୍ତଫା ଦେବା କେବେ ହେଲେ ତୃଣମୂଳ କଂଗ୍ରେସ ସହ ଯୋଡି ହୋଇନାହାନ୍ତି ବୋଲି କହିଥିଲେ । ସେ ତାଙ୍କର ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ସେ ସକ୍ରିୟ ରାଜନୀତିରୁ ସାମୟିକ ଦୂରରେ ରହିଥିଲେ । ହେଲେ ସେ ଏବେ ଠିକ ଅଛନ୍ତି ବୋଲି କହିଥିଲେ ମୁକୁଲ ।

2017ରେ ମୁକୁଲ ରୟ ଟିଏମସି ଛାଡି ବିଜେପିରେ ସାମିଲ ହୋଇଥିଲେ । 2020 ରେ ସେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପସଭାପତି ମଧ୍ୟ ହୋଇଥିଲେ । 2020 ରେ ସେ ବିଜେପି ଟିକେଟରେ ବିଧାନସଭା ନିର୍ବାଚନ ଲଢିଥିଲେ । ବିଜେପି କ୍ଷମତା ହାତେଇବା ନେଇ ଆଶା କରାଯାଉଥିଲେ ସୁଦ୍ଧା ରାଜ୍ୟରେ ପୁଣି ଥରେ ମମତା ସରକାର କ୍ଷମତାକୁ ଆସିଥିଲା । ହେଲେ ବିଜେପି କ୍ଷମତାକୁ ନଆସିବା ପରେ ମୁକୁଲ ପୁଣି ଥରେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିଲେ ।

ବିଜେପି ଏହାକୁ ଧୋକ୍କା ବୋଲି କହିଥିଲା । ମୁକୁଲ ସେତେବେଳେ ଏହାକୁ ଘର ବାହୁଡା ବୋଲି କହିଥିବା ବେଳେ ଏବେ ଏହାକୁ ନାଟକୀୟ ଢଙ୍ଗରେ ଖଣ୍ଡନ କରିଛନ୍ତି । ସେ କେବେ ହେଲେ ତୃଣମୂଳ କଂଗ୍ରେସରେ ନଥିଲେ ଓ ଏବେ ଜଣେ ବିଜେପି ବିଧାୟକ ବୋଲି କହିଛନ୍ତି ମୁକୁଲ । ହେଲେ ବିଜେପି ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 20, 2023, 8:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.