ETV Bharat / bharat

କର୍ଣ୍ଣାଟକ ଟକ୍କର: ପ୍ରାର୍ଥୀ ଘୋଷଣା ପୂର୍ବରୁ ବିଜେପି ବିଧାୟକଙ୍କ ବଡ ଘୋଷଣା, ନଡ୍ଡାଙ୍କ ନିକଟରେ ପହଞ୍ଚିଲା ଖବର

author img

By

Published : Apr 11, 2023, 5:33 PM IST

ନିର୍ବାଚନ ଲଢିବେନି କର୍ଣ୍ଣାଟକ ବିଜେପିର ବରିଷ୍ଠ ନେତା ଇଶ୍ବରପ୍ପା । ଚିଠି ଲେଖି ନଡ୍ଡାଙ୍କୁ କଲେ ଅବଗତ । ବୟସାଧିକ କାରଣ ନେଇ ଚର୍ଚ୍ଚା । ଅଧିକ ପଢନ୍ତୁ

ନିର୍ବାଚନ ଲଢିବେନି କର୍ଣ୍ଣାଟକ ବିଜେପିର ବରିଷ୍ଠ ନେତା ଇଶ୍ବରପ୍ପା, ନଡ୍ଡାଙ୍କୁ କଲେ ଅବଗତ

ବେଙ୍ଗାଲୁରୁ: ନିର୍ବାଚନୀ ରାଜନୀତିରୁ ସନ୍ୟାସ ଘୋଷଣା କରିଛନ୍ତି କର୍ଣ୍ଣାଟକ ବିଜେପିର ବରିଷ୍ଠ ନେତା କେ.ଏସ ଇଶ୍ବରପ୍ପା । ରାଜ୍ୟରେ ଆସନ୍ତା ମାସ 10 ତାରିଖରେ ବିଧାନସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ସେ ନିର୍ବାଚନ ଲଢିବେ ନାହିଁ ବୋଲି ଦଳ ସଭାପତି ଜେ.ପି ନଡ୍ଡାଙ୍କୁ ଚିଠି ଲେଖି ସ୍ପଷ୍ଟ କରିଛନ୍ତି । ତେବେ ଏପରି ନିଷ୍ପତ୍ତି ସମ୍ପର୍କରେ କୋଣସି ନିର୍ଦ୍ଦିଷ୍ଟ କାରଣ ଉଲ୍ଲେଖ କରିନଥିବା ବେଳେ ନିଜସ୍ବ ଇଚ୍ଛାରେ ସେ ଏହି ନିଷ୍ପତ୍ତି ଗ୍ରହଣ କରିଥିବା ଚିଠିରେ ଦର୍ଶାଇଛନ୍ତି ।

କର୍ଣ୍ଣାଟକ ଭାରତୀୟ ଜନତା ପାର୍ଟିର ଏହି ଭେଟେରାନ ନେତା ଏକାଧିକ ଥର ବିଧାୟକ ଓ ଉପମୁଖ୍ୟମନ୍ତ୍ରୀ ମଧ୍ୟ ରହିସାରିଛନ୍ତି । ନିକଟରେ ସେ କିଛି ମନ୍ତବ୍ୟ ପାଇଁ ବିବାଦ ପରିସରକୁ ଆସିଥିଲେ । ତେବେ ସେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ନକରିବା ପରି ଚର୍ଚ୍ଚା ଆଦୌ ନଥିଲା । ଆଜି ତାଙ୍କର ଏପରି ଘୋଷଣା ପରେ ଅନେକ ଚର୍ଚ୍ଚା ମଧ୍ୟ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଭାରତୀୟ ଜନତା ପାର୍ଟିରେ ନିର୍ବାଚନ ଲଢିବାକୁ ନେଇ ସାଙ୍ଗଠନିକ ସମ୍ବିଧାନର ବୟସ ସୀମା ମଧ୍ୟ ଚର୍ଚ୍ଚାକୁ ଆସିଛି । କାରଣ ଜୁନ ମାସରେ ଇଶ୍ବରପ୍ପା 75 ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି । ତେବେ ଏହା ମଧ୍ୟ ତାଙ୍କର ନର୍ବାଚନ ନଢିବା ପଛରେ ସମ୍ଭାବ୍ୟ କାରଣ ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି ।

ମେ 10 ରେ କର୍ଣ୍ଣାଟକ ନିର୍ବାଚନ ହେବାକୁ ଥିବା ବେଳେ ଶାସନରେ ଥିବା ବିଜେପି ଏପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ମଧ୍ୟ ଘୋଷଣା କରିନାହିଁ । 224 ଆସନ ବିଶିଷ୍ଟ ବିଧାନସଭା ଆସନ ପାଇଁ ବିଜେପି ତାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ମଙ୍ଗଳ କିମ୍ବା ବୁଧବାର ସୁଦ୍ଧା ଘୋଷଣା କରିବା ନେଇ ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇ ସୂଚନା ଦେଇଥିଲେ । ଏବେ ଦଳର ପ୍ରାର୍ଥୀ ଚୂଡାନ୍ତ ପ୍ରକ୍ରିୟା ଜାରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ କେନ୍ଦ୍ରୀୟ ନିର୍ବାଚନ କିମିଟି ବୈଠକରେ ଅଧ୍ୟକ୍ଷତା କରି ପ୍ରାର୍ଥୀ ଚୂଡାନ୍ତ ପ୍ରସଙ୍ଗରେ ଅବଗତ ହୋଇଥିଲେ ।

ତେବେ କର୍ଣ୍ଣାଟକରେ ବିଜେପି ପ୍ରାର୍ଥୀ ଚୂଡାନ୍ତ ପ୍ରକ୍ରିୟା ସାମାନ୍ୟ ବିଳମ୍ବ ହେଉଥିବା ପରି ମନେ ହେଉଥିଲେ ସୁଦ୍ଧା ଏହାକୁ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ୟାଦ୍ଦିରୋପ୍ପା ଖଣ୍ଡନ କରିଛନ୍ତି । ସମସ୍ତ କାର୍ଯ୍ୟ ସଠିକ ସମୟରେ ଶେଷ ହେବା ନେଇ ସେ ସୂଚନା ଦେଇଛନ୍ତି । ୟାଦ୍ଦିରୋପ୍ପାଙ୍କ ନେତୃତ୍ବରେ କଂଗ୍ରେସର ସିଦ୍ଧରମୈୟା ସରକାରକୁ କ୍ଷମତାରୁ ହଟାଇ ଭାରତୀୟ ଜନତା ପାର୍ଟି ଦକ୍ଷିଣ ରାଜ୍ୟ କର୍ଣ୍ଣାଟକରେ ସରକାର ଗଠନ କରିବାରେ ସଫଳ ହୋଇଥିଲା । ପରେ ୟାଦ୍ଦିରୋପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପରିବର୍ତ୍ତନ କରାଯାଇ ଦଳର ଅନ୍ୟତମ ବରିଷ୍ଠ ଚେହେରା ବଶବରାଜ ବୋମ୍ମାଇଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ଚଳିତ ନିର୍ବାଚନ ମଧ୍ୟ ବିଜେପି ବୋମ୍ମାଇଙ୍କ ନେତୃତ୍ବରେ ଲଢୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.