ETV Bharat / bharat

ରାମ ମନ୍ଦିର ନିର୍ମାଣ ପାଇଁ ଦିଗବିଜୟ ସିଂ ଦେଲେ ଏକଲକ୍ଷ - ବରିଷ୍ଠ କଂଗ୍ରସ ନେତା ଦିଗ ବିଜୟ ସିଂ

ରାମ ମନ୍ଦିର ନିର୍ମାଣ ପାଇଁ ବରିଷ୍ଠ କଂଗ୍ରସ ନେତ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ ....

ରାମ ମନ୍ଦିର ନିର୍ମାଣ ପାଇଁ ଦିଗବିଜୟ ସିଂ ଦେଲେ ଆର୍ଥିକ ସହାୟତା

author img

By

Published : Jan 18, 2021, 8:33 PM IST

ଭୋପାଳ: ରାମ ମନ୍ଦିର ନିର୍ମାଣ ପାଇଁ ବରିଷ୍ଠ କଂଗ୍ରସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଧ୍ୟମରେ ସେ 1 ଲକ୍ଷ 11 ହଜାର 1 ଶହ 11 ଟଙ୍କାର ଚେକ ପଠାଇଥିବା ଜଣା ପଡିଛି । ଚେକ ପ୍ରଦାନ କିରବା ସହ ସେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ମଧ୍ୟ ଲେଖିଛନ୍ତି । ଦିଗବିଜୟ ଲେଖିଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ ପ୍ରଭୁ ଶ୍ରୀ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଯେଉଁ ଅର୍ଥ ସଂଗ୍ରହ ହେଉଛି ତାହାର ପରିମାଣ ସାଧାରଣରେ ପ୍ରକାଶ କରାଯାଉ । ଯାହା ଫଳରେ ଦାନ ସଂଗ୍ରହରେ ପାରଦର୍ଶିତା ଆସି ପାରିବ । ବିଶ୍ବ ହିନ୍ଦୁ ପରିଷଦ 15 ଜାନୁୟାରୀ 2021 ରୁ ଅଯୋଧ୍ୟାରେ ଭଗବାନ ରାମଙ୍କ ମନ୍ଦିର ନିର୍ମାଣ ପାଇଁ 44 ଦିନିଆ ଦେଶବ୍ୟାପୀ ଦାନ ଗ୍ରହଣ ଅଭିଯାନ ଆରମ୍ଭ କରିଛି।

ରାମ ମନ୍ଦିର ନିର୍ମାଣ ପାଇଁ ଦିଗବିଜୟ ସିଂ ଦେଲେ ଆର୍ଥିକ ସହାୟତା
ରାମ ମନ୍ଦିର ନିର୍ମାଣ ପାଇଁ ଦିଗବିଜୟ ସିଂ ଦେଲେ ଆର୍ଥିକ ସହାୟତା

ଆହୁରି ମଧ୍ୟ ସେ କହିଛନ୍ତି ଯେ ପ୍ରତେକ ଭାରତୀୟଙ୍କ ପାଇଁ ପ୍ରଭୁ ଶ୍ରୀ ରାମ ଆସ୍ତା ଓ ବିଶ୍ବାସର ପ୍ରତୀକ । ତେଣୁ ତାଙ୍କ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ରାଜନୀତି କରିବା ଆଦୌ ଗ୍ରହଣୀୟ ନୂହେଁ । ସେ ତାଙ୍କ ରାଜନୈତିକ କ୍ୟାରିୟରରେ ରାମଙ୍କୁ ନେଇ କେବେ ରାଜନୀତି କରି ନାହାନ୍ତି ବୋଲି ମଧ୍ୟ ସ୍ପଷ୍ଟୋକ୍ତି କରିଛନ୍ତି । ଗାନ୍ଧିଜୀଙ୍କ ଏକ ପଙ୍କ୍ତି ମନେ ପକାଇ ଦିଗବିଜୟ କହିଛନ୍ତି ଯେ ଧର୍ମୀୟ ବିଶ୍ବାସ କେବେ ହେଲେ ଜାତୀୟତାର ପରିଚୟ ହୋଇ ପାରିବ ନାହିଁ । ଏହା ଏକ ବ୍ୟକ୍ତିଗତ ବିଶ୍ବାସର କଥା ବୋଲି କହିଛନ୍ତି ଦିଗ ବିଜୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.