ETV Bharat / bharat

ପରଲୋକରେ ବରିଷ୍ଠ କଂଗ୍ରେସ ନେତା ଆର୍ୟଦାନ ମହମ୍ମଦ - ବରିଷ୍ଠ କଂଗ୍ରେସ ନେତା ଆର୍ୟଦାନ ମହମ୍ମଦ

ବରିଷ୍ଠ କଂଗ୍ରେସ ନେତା ତଥା କେରଳର ପୂର୍ବତନ ମନ୍ତ୍ରୀ ଆର୍ୟଦାନ ମହମ୍ମଦଙ୍କ ପରଲୋକ (former minister Aryadan Muhammed)। କିଛି ଦିନ ହେବ ଥିଲେ ଚିକିତ୍ସାଧିନ । ଅଧିକ ପଢନ୍ତୁ

ବରିଷ୍ଠ କଂଗ୍ରେସ ନେତା ଆର୍ୟଦାନ ମହମ୍ମଦଙ୍କ ପରଲୋକ

author img

By

Published : Sep 25, 2022, 10:58 AM IST

ଥିରୁଅନନ୍ତପୁରମ: ବରିଷ୍ଠ କଂଗ୍ରେସ ନେତା ତଥା କେରଳର ପୂର୍ବତନ ମନ୍ତ୍ରୀ ଆର୍ୟଦାନ ମହମ୍ମଦଙ୍କ ପରଲୋକ ଘଟିଛି (former minister Aryadan Muhammed)। ସେ କିଛି ସପ୍ତାହ ହେବ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ କୋଝିକୋଡେର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ଆଜି ତାଙ୍କର 87 ବର୍ଷ ବୟସ ଦେହାନ୍ତ ହୋଇଛି ।

କେରଳ ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ମହମ୍ମଦ (Senior Congress leader Aryadan Muhammed)। ଟ୍ରେଡ ୟୁନିୟନ କାର୍ଯ୍ୟକର୍ତ୍ତାରୁ ରାଜନୀତିକୁ ଆସିଥିହା ମହମ୍ମଦ ରାଜ୍ୟ ରାଜନୀତିରେ ଲମ୍ବା ଇନିସିଂ ଖେଳିଥିଲେ । 1973ରେ କେରଳର ନୀଲମ୍ବୁରରେ ଜନ୍ମ ହୋଇଥିବା ମହମ୍ମଦ 1952 ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ସେ 1958ରେ କେରଳ ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ ଭାବେ ସ୍ଥାନ ପାଇଥିଲେ । ପରେ ସେ ସଂଗଠନରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ । ସେ ନିର୍ବାଚନରେ ପ୍ରତିଯୋଗିତା କରିବା ସହ ଏକାଧିକ ଥର ବିଧାୟକ ଭାବେ ନିର୍ବାଚିତ ହେବା ସହ ବିଭିନ୍ନ ବିଭାଗରେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ସମ୍ଭାଳି ଥିଲେ ।

ରାଜନୈତିକ ଜୀବନ:-

1977ରେ ସେ ପ୍ରଥମେ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିବା ସହ କେରଳ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ସେହିବର୍ଷ ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭାରେ ପହଞ୍ଚିଥିଲେ ମହମ୍ମଦ । ପରେ ସେ କ୍ରମାଗତ ସଫଳତା ପାଇବା ସହ ନୀଲମ୍ବୁର ବିଧାନସଭା ଆସନରୁ 1980, 1987, 1991, 1996, 2001, 2006 ଏବଂ 2011ରେ ମଧ୍ୟ ବିଜୟୀ ହେବାରେ ସଫଳ ହୋଇଥିଲେ । କେରଳ ସରକାରରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ମଧ୍ୟ ହୋଇଥିଲେ ସେ ।

ତେବେ ଗତ କିଛି ଦିନ ଧରି ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ଆଜି ତାଙ୍କର 87 ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ କେରଳରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.