ETV Bharat / bharat

ଆକାଶ ଛୁଆଁ ଦର, 82ଟି ଦୋକାନରେ ରିହାତିରେ ଟମାଟୋ ବିକ୍ରି ଆରମ୍ଭ

author img

By

Published : Jul 5, 2023, 6:30 AM IST

ଚେନ୍ନାଇରେ 82ଟି ଦୋକାନରେ ସରକାର ଆରମ୍ଭ କଲେ ଟମାଟୋ ବିକ୍ରି । 60 ଟଙ୍କା କେଜି ମୂଲ୍ୟରେ ମିଳୁଛି ସରକାରୀ ସବସିଡଯୁକ୍ତ ଟମାଟୋ । ଖୋଲା ବଜାରରେ କେଜି 180 ଟଙ୍କା । ସ୍ଥିତିରେ ପରିବର୍ତ୍ତନ ଆସିବା ଯାଏଁ ସରକାର ଯୋଗାଇବେ ଟମାଟୋ । ଅଧିକ ପଢନ୍ତୁ

ଚେନ୍ନାଇରେ 82 ଟି ଦୋକାନରେ ସରକାର ଆରମ୍ଭ କଲେ ଟମାଟୋ ବିକ୍ରି

ଚେନ୍ନାଇ: ସମଗ୍ର ଦେଶର ବିଭିନ୍ନ ରାଜ୍ୟ ସହ ତାମିଲନାଡୁରେ ଦେଖିବାକୁ ମିଳିଛି ଟମାଟୋ ସଙ୍କଟ । ଖୋଲା ବଜାରରେ ଟମାଟୋ 180 କେଜି ଛୁଇଁଥବା ବେଳେ ଆଜି ସରକାରୀ ଭାବେ ରିହାତି ମୂଲ୍ୟରେ ଟମାଟୋ ବିକ୍ରି ହେବା ଆରମ୍ଭ ହୋଇଛି । କେବଳ ରାଜଧାନୀ ଚେନ୍ନାଇରେ 82ଟି ନିର୍ଦ୍ଧାରିତ ଦୋକାନରେ କେଜି 60 ଟଙ୍କା ରିହାତି ଦରରେ ଟମାଟୋ ବିକ୍ରି ଆରମ୍ଭ କରିଛନ୍ତି ସରକାର । ଏନେଇ ରାଜ୍ୟ ସମବାୟ ମନ୍ତ୍ରୀ ପେରିୟାଗୁରୁପ୍ପାନ ସୂଚନା ଦେଇଛନ୍ତି ।

ରାଜ୍ୟରେ ଟମାଟୋ ଦର ଏବେ ଆକାଶ ଛୁଆଁ ହେବାରେ ଲାଗିଥିବା ବେଳେ ଦର ନିୟନ୍ତ୍ରଣ ସହ ବଜାରରେ ଟମାଟୋର ଉପଲବ୍ଧତା ନିଶ୍ଚିତ କରିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ରାଜଧାନୀ ଚେନ୍ନାଇ ସମେତ ରାଜ୍ୟରେ ମୋଟ 111ଟି ରାସନ ଦୋକାନ ଓ ସମବାୟ ସମିତି ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ଗ୍ରୀନ ସେଣ୍ଟର ଚିହ୍ନଟ କରାଯାଇ ଏଠାରେ ସରକାରୀ ରିହାତି ମୂଲ୍ୟରେ ଟମାଟୋ ବିକ୍ରି କରାଯିବା ନେଇ ରାଜ୍ୟ ସମବାୟ ମନ୍ତ୍ରୀ ଗତକାଲି କହିଥିଲେ । ଆଜି ରାଜଧାନୀ ଚେନ୍ନାଇରେ ମୋଟ 82ଟି ଦୋକନାରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ଧୀରେଧୀରେ ଏହାକୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମଧ୍ୟ ସମ୍ପ୍ରସାରିତ କରାଯିବ।

ରାଜଧାନୀ ଚେନ୍ନାଇକୁ ବିତରଣ ଦୃଷ୍ଟିରୁ ସରଳ କରିବା ପାଇଁ 3ଟି ଜୋନରେ ବିଭକ୍ତ କରାଯାଇଛି । କେନ୍ଦ୍ରୀୟ ଚେନ୍ନାଇ ଜୋନରେ ମୋଟ 32ଟି କେନ୍ଦ୍ରରେ ଟମାଟୋ ବିକ୍ରି ହୋଇଛି । ସେହିପରି ଉତ୍ତର ଓ ଦକ୍ଷିଣ ଚେନ୍ନାଇ ଜୋନରେ 25 ଟି ଲେଖାଏଁ ଦୋକାନରେ ଟମାଟୋ ବିକ୍ରି ହେବାର ବ୍ୟବସ୍ଥା କରାଯାଇଛି । ମୋଟ 82 ଦୋକାନରେ ସରକାରୀ ରିହାତିଯୁକ୍ତ ନିର୍ଦ୍ଧାରିତ ମୂଲ୍ୟ (60 ଟଙ୍କା ପ୍ରତି କେଜି)ରେ ଆଜିଠାରୁ ଟମାଟୋ ବିକ୍ରି ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।

ରାଜ୍ୟ ଯୋଗାଣ ବିଭାଗ ତଥ୍ୟ ଅନୁସାରେ, ରାଜ୍ୟରେ ଆବଶ୍ୟକତା ପଡୁଥିବା ମୋଟ ଟମାଟୋ ପରିମାଣର 75 ପ୍ରତିଶତ ତାମିଲନାଡୁରେ ଉତ୍ପାଦନ କରାଯାଏ । ଅବଶିଷ୍ଟ 25 ପ୍ରତିଶତ ଆବଶ୍ୟକତା ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ବାଧ୍ୟ ହୋଇଥାଏ ତାମିଲନାଡୁ । ଏବେ ସାରା ଦେଶରେ ଟମାଟୋର ଉପଲବ୍ଧତା ହ୍ରାସ ଓ ଦର ବୃଦ୍ଧି କାରଣରୁ ଯୋଗାଣ ଓ ଆମଦାନୀ ପ୍ରକ୍ରିୟା ମଧ୍ୟ ପ୍ରଭାବିତ ହୋଇଥିବା ରାଜ୍ୟ ଯୋଗାଣ ବିଭାଗ କହିଛି । ସ୍ଥିତିରେ ସୁଧାର ନଆସିବା ଯାଏ, ସରକାର ଏହିପରି ଭାବେ ରିହାତି ମୂଲ୍ୟରେ ଟମାଟୋ ଯୋଗାଣ ଜାରି ରଖିବା ନେଇ ମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.