ETV Bharat / bharat

ବର୍ଷାଜଳ ସଂରକ୍ଷଣ ସହ ଆତ୍ମନିର୍ଭରଶୀଳତା - rainwater conservation

ବିଶ୍ବରେ ଜଳ କେବଳ ସମସ୍ତ ଜୀବ ଜଗତ ପାଇଁ ଜୀବନନ ଉତ୍ସ ନୁହେଁ । ଏହା ସବୁଜତା ସୃଷ୍ଟି ଏବଂ ଦେଶଗୁଡ଼ିକର ନିରନ୍ତର ବିକାଶ ପାଇଁ ମଧ୍ୟ ଜରୁରୀ । ଅଧିକ ପଢନ୍ତୁ...

Self-reliance with rainwater conservation
ବର୍ଷାଜଳ ସଂରକ୍ଷଣ ସହ ଆତ୍ମନିର୍ଭରଶୀଳତା
author img

By

Published : Mar 24, 2021, 10:28 AM IST

ବିଶ୍ବରେ ଜଳ କେବଳ ସମସ୍ତ ଜୀବ ଜଗତ ପାଇଁ ଜୀବନନ ଉତ୍ସ ନୁହେଁ, ଏହା ସବୁଜତା ସୃଷ୍ଟି ଏବଂ ଦେଶଗୁଡ଼ିକର ନିରନ୍ତର ବିକାଶ ପାଇଁ ମଧ୍ୟ ଜରୁରୀ । ଯେଉଁ ସମୟରେ ସାରା ବିଶ୍ବରେ 210 କୋଟି ଲୋକ ବିଶୁଦ୍ଧ ପିଇବା ପାଣି ପାଉନାହାଁନ୍ତି ଏବଂ ଯେଉଁଠି ବିଶ୍ବ ଜନସଂଖ୍ୟାର 40 ପ୍ରତିଶତ ଲୋକ ଜଳ ସଂକଟର ସମ୍ମୁଖୀନ, ସେ ସମୟରେ ଜାତିସଂଘ 2018-2028କୁ ଜଳ ପାଇଁ କାର୍ଯ୍ୟର ଦଶନ୍ଧି ଭାବେ ଘୋଷଣା କରିଛି ।

ଯଦିଓ ମୋଟ ବିଶ୍ବ ଜନସଂଖ୍ୟାର 18 ପ୍ରତିଶତ ଏବଂ ବିଶ୍ବର ମୋଟ ଜୀବଜନ୍ତୁଙ୍କ ମଧ୍ୟରୁ 15 ପ୍ରତିଶତ ଭାରତରେ ବସବାସ କରୁଛନ୍ତି, ହେଲେ ବିଶ୍ବ ଜଳ ସମ୍ବଳର ମାତ୍ର 4 ପ୍ରତିଶତ ଭାରତରେ ରହିଛି । ଭାରତରେ ବାର୍ଷିକ 1170 ମିଲିମିଟର ବୃଷ୍ଟିପାତ ହୋଇଥାଏ । ତଥାପି ଏହାର ଏକ ପଞ୍ଚମାଂଶ ପରିମାଣ ସଂରକ୍ଷଣ କରିବାରେ ଦେଶ ଅସମର୍ଥ । ମୋଟ ଉପରେ 60 କୋଟି ଲୋକ ଜଳ ସଂଙ୍କଟର ସମ୍ମୁଖୀନ ହେଉଛନ୍ତି ।

ନିତି ଆୟୋଗର ତଥ୍ୟ ଅନୁଯାୟୀ 2030 ବେଳକୁ ଜଳ ଆବଶ୍ୟକତା ଦୁଇଗୁଣ ହୋଇଯିବ ଏବଂ 2050 ବେଳକୁ ଜଳ ସଂଙ୍କଟ ହେତୁ ଜିଡିପି 6 ପ୍ରତିଶତ କମିଯିବ। ଏହି ପୃଷ୍ଠଭୂମିରେ କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରାଳୟ ଏକ ଆକ୍ସନ ପ୍ଲାନ୍ (କାର୍ଯ୍ୟ ଯୋଜନା) ପ୍ରସ୍ତୁତ କରିଛି ଯାହାକି ଏ ବର୍ଷ ନଭେମ୍ବର ଶେଷ ବେଳକୁ କାର୍ଯ୍ୟକାରୀ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୃତି ଦେଇଛନ୍ତି ଯେ, ଏମଏନଆରଇଜିଏସ ବାବଦ ସମ୍ପୂର୍ଣ୍ଣ ଅର୍ଥ ଦେଶର 734ଟି ଜିଲ୍ଲାର ସମସ୍ତ 6 ଲକ୍ଷ ଗ୍ରାମରେ ବର୍ଷା ଜଳ ସଂରକ୍ଷଣ ପାଇଁ ବିନିଯୋଗ କରାଯିବ ।

ଭୂତଳ ଜଳ ସ୍ତର 256ଟି ଜିଲ୍ଲାର 1592ଟି ବ୍ଲକରେ ବିପଜ୍ଜନକ ଭାବେ ଅତ ତଳେ ପହଞ୍ଚିଲାଣି। ଏସବୁ ଜିଲ୍ଲା ତାମିଲନାଡୁ, ରାଜସ୍ଥାନ, ଉତ୍ତର ପ୍ରଦେଶ, ତେଲଙ୍ଗାନା ଏବଂ ଅନ୍ୟାନ୍ୟ ରାଜ୍ୟରେ ରହିଛି । ଏସବୁ ସ୍ଥାନରେ ବର୍ଷା ଜଳ ସଂରକ୍ଷଣ, ଜଳ ଉତ୍ସର ପୁନରୁଦ୍ଧାର, ସୁଦ୍ଧିକରଣ ଦ୍ବାରା ବର୍ଜ୍ୟଜଳର ପୁନଃ ବ୍ୟବହାର, ବୃକ୍ଷରୋପଣ ଏବଂ ତତ୍ ସଂଲଗ୍ନ କାର୍ଯ୍ୟକଳାପ ପର୍ଯ୍ୟାୟକ୍ରମେ କରାଯିବା ଉଚିତ ।

ଯଦି ଲୋକେ ଏକାଠି ହୋଇ କ୍ଷମତାକୁ ବ୍ୟକ୍ତିକରଣ ଭଳି ପଦକ୍ଷେପ ନିଅନ୍ତି ତେବେ ଏହା କରିବାରେ ଅସମ୍ଭବ କ’ଣ ଅଛି ?

ଆମେ ସମସ୍ତେ ଆମ ପିଲାଦିନେ ପଢିଛେ ଯେ, ସମ୍ରାଟ ଅଶୋକ ଜଳସେଚନ ପାଇଁ ବଡ଼ ବଡ଼ ପୋଖରୀ ନିର୍ମାଣ କରିଥିଲେ। ତାହା ଅତୀତ ହୋଇଯାଇଛି । ବର୍ତ୍ତମାନ ବିପଜ୍ଜନକ ପ୍ରଦୂଷିତ ସାମଗ୍ରୀ ଛାଡ଼ି ଆମେ ଜାଣିଶୁଣି ଜଳକୁ ପ୍ରଦୂଷିତ କରୁଥିବା ଅନେକ ଦୃଷ୍ଟାନ୍ତ ରହିଛି । ଆମେ ମଣିଷ ହୋଇ ମଧ୍ୟ ନିଜ ହାତରେ ଜଳ ଉତ୍ସକୁ ନଷ୍ଟ କରୁଛେ ଏବଂ ଏପରି ଜମିକୁ କବଜା କରୁଛେ।

ଭାରତରେ ପ୍ରାୟ 450 ନଦୀ ପ୍ରବାହିତ ହେଉଛି । ତଥାପି ଏସବୁ ନଦୀର ଅଧାରୁ ଅଧିକ ପାଣି ବ୍ୟବହାର ଉପଯୁକ୍ତ ନୁହେଁ । ନଦୀ ମଧ୍ୟକୁ ବର୍ଜ୍ୟ ସାମଗ୍ରୀ ଆଉ ଅଧିକ ଛାଡ଼ିବା ନେଇ ସରକାର ସହ୍ୟ କରିବା ଉଚିତ୍ ନୁହେଁ । ଆକଳନ ଅନୁଯାୟୀ ପ୍ରଦୂଷଣ କରୁଥିବା 3600 କୋଟି ଲିଟର ବର୍ଜ୍ୟ ସାମଗ୍ରୀ ପ୍ରବାହିତ ଜଳ ମଧ୍ୟକୁ ଛଡ଼ାଯାଉଛି । ଯଦି ତେଲଙ୍ଗାନା ପରି ରାଜ୍ୟ ସରକାରଗୁଡ଼ିକ ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କର ଜଳ ଉତ୍ସଗୁଡ଼ିକୁ ପୁନର୍ବାହାଲ କରିବାକୁ ସଂକଳ୍ପ ନେବେ। ଲୋକେ ମଧ୍ୟ ସରକାରଙ୍କ ସହିତ ଏ ଦିଗରେ ହାତ ମିଳାଇବା ଉଚିତ୍ ।

ପାଞ୍ଚ ଦଶନ୍ଧି ତଳେ ସ୍ଥିତି ଯାହା ଥିଲା ତାହା ତୁଳନାରେ ଏବେ ବୃଷ୍ଟିପାତ 24 ପ୍ରତିଶତ ହ୍ରାସ ପାଇଛି । ବିଶ୍ବ ଜଳବାୟୁରେ ପରିବର୍ତ୍ତନ ସାଙ୍ଗକୁ ଋତୁ ପରିବର୍ତ୍ତନରେ ଅନିୟମିତତା କାରଣରୁ ଦେଶରେ ବାରମ୍ବାର ଅଚାନକ ମରୁଡି ଓ ବନ୍ୟା ପରିସ୍ଥିତିର ସାମନା କରିବାକୁ ପଡୁଛି । ପ୍ରତି ଜଣଙ୍କ ପିଛା ଯେତିକି ଜଳ ଉପଲବ୍ଧ ହେବା କଥା ତାହା ମଧ୍ୟ ଦ୍ରୁତ ବେଗରେ ହ୍ରାସ ପାଇବାରେ ଲାଗିଛି । ଯେହେତୁ ଏକାଧିକ ପରିବେଶ ସମସ୍ୟା ଦେଶକୁ କବଳିତ କରି ରଖିଛି । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର, ସ୍ବାୟତ୍ତ ସଂସ୍ଥା ଏବଂ ପ୍ରତ୍ୟେକ ନାଗରିକ ଏକାଠି ହୋଇ ଜଳ ଯୋଗାଣରେ ଆତ୍ମ ନିର୍ଭରତା ହାସଲ କରିବାକୁ ହେବ ।

ଜଳ ସଂରକ୍ଷଣ ଲକ୍ଷ୍ୟ ହାସଲ କରିବାକୁ ହେଲେ ଏନେଇ ହେଉଥିବା ଖର୍ଚ୍ଚରେ ସ୍ବଚ୍ଛତା ରହିବା ଉଚିତ । ଏ ସମ୍ପର୍କିତ ସମସ୍ତ ତଥ୍ୟ ସମସ୍ତଙ୍କ ପାଖରେ ପହଞ୍ଚିବା ଉଚିତ । ଏଥିସହ ସମ୍ପୃକ୍ତ ଅଧିକାରୀମାନେ ମଧ୍ୟ ଉତ୍ତରଦାୟୀ ରହିବା ଉଚିତ । ଯଦି ବୈଜ୍ଞାନିକ ପଦ୍ଧତିରେ ଏକ ନୀତି ଅନୁସରଣ କରାଯାଏ ତେବେ ଭାରତ ନିଶ୍ଚିତ ଭାବେ ପ୍ରଗତି ହାସଲ କରିବ । ଏହାଦ୍ବାରା ଅନ୍ତତଃ ଭାରତ ମୋଟ ବୃଷ୍ଟିର 428 ଟିଏମସି ଫୁଟ ଜଳ ସଂରକ୍ଷଣ କରିପାରିବ । ଯାହାକି ଦେଶରେ ହେଉଥିବା ମୋଟ ବୃଷ୍ଟିପାତର ପଚାଶ ପ୍ରତିଶତ ।

ସିଙ୍ଗାପୁର ଏବଂ ଇସ୍ରାଏଲ ସେମାନଙ୍କ ଜଳସମ୍ପଦକୁ ଯେଉଁଭଳି ପ୍ରୟୋଗ କରୁଛନ୍ତି ସେହି ଜ୍ଞାନକୌଶଳକୁ ଅନୁସରଣ କରିବା ଏବଂ ବର୍ଜ୍ୟଜଳର 70 ପ୍ରତିଶତ ଶୁଦ୍ଧିକରଣ କରି ପୁନଃବ୍ୟବହାର କରୁଥିବା ଆରବ ରାଷ୍ଟ୍ରଗୁଡ଼ିକର ଜ୍ଞାନକୌଶଳ ପ୍ରୟୋଗ କରିବାକୁ ପଡ଼ିବ । ଭାରତ ମଧ୍ୟ ଏହାର ଜଳସମ୍ପଦକୁ ମଜବୁତ କରି ପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.