ETV Bharat / bharat

ଆଜି ଗର୍ଜିବ ସଂସଦର ଉଭୟ ସଦନ; ଯନ୍ତର ମନ୍ତରରେ ଚାଷୀ କରିବେ କିଷାନ ସଂସଦ - ସଂସଦର ମୌସୁମୀ ଅଧିବେଶନ

ମୌସୁମୀ ଅଧିବେଶନକୁ ନେଇ ସଂସଦ ବାହାରେ କୃଷକ ସଂଗଠନ ଧାରଣା ଦେବାକୁ ଘୋଷଣା କରିଥିଲା । ତେବେ ଅନୁମତି ନମିଳିବାରୁ ସଂସଦରୁ ୨ କିମି ଦୂର ଯନ୍ତରମନ୍ତରରେ କୃଷକ ସଂଗଠନ ଧାରଣ ଦେବ । ଏହାସହ ସଂସଦ ଭଳି ସମାନ୍ତରାଳ ଭାବେ ପ୍ରତିଦିନ ଯନ୍ତରମନ୍ତରରେ କୃଷକ ସଂସଦ ଚଳାଇବ ।

Jantar Mantar
Jantar Mantar
author img

By

Published : Jul 22, 2021, 9:29 AM IST

ନୂଆଦିଲ୍ଲୀ: ଗୋଟିଏ ଦିନର ବିରତି ପରେ ଆଜି ଠାରୁ ପୁଣି ଚାଲିବ ସଂସଦର ମୌସୁମୀ ଅଧିବେଶନ । ଅଧିବେଶନ ବେଶ ଗୁରୁତ୍ବପୂର୍ଣ୍ଣ ଥିବାବେଳେ ବିରୋଧୀ ମଧ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବା ପାଇଁ ରଣନୀତି ଶକ୍ତ କରୁଛନ୍ତି । ବିଭିନ୍ନ ପ୍ରସଙ୍ଗକୁ ନେଇ ସଂସଦ ହୁଲସ୍ତୁଲ ହେବାକୁ ଥିବାବେଳେ, ସଂସଦ ବାହାରେ କୃଷକ ସଂଗଠନର ଶକ୍ତି ପ୍ରଦର୍ଶନ ଏବେ ସରକାରଙ୍କ ଚିନ୍ତା ବଢାଇ ଦେଇଛି ।

ମୌସୁମୀ ଅଧିବେଶନକୁ ନେଇ ସଂସଦ ବାହାରେ କୃଷକ ସଂଗଠନ ଧାରଣା ଦେବାକୁ ଘୋଷଣା କରିଥିଲା । ତେବେ ଅନୁମତି ନମିଳିବାରୁ ସଂସଦରୁ ୨ କିମି ଦୂର ଯନ୍ତରମନ୍ତରରେ କୃଷକ ସଂଗଠନ ଧାରଣ ଦେବ । ଏହାସହ ସଂସଦ ଭଳି ସମାନ୍ତରାଳ ଭାବେ ପ୍ରତିଦିନ ଯନ୍ତର ମନ୍ତରରେ କୃଷକ ସଂସଦ ଚଳାଇବ । ଯାହାକୁ ନେଇ ଏବେ ଦିଲ୍ଲୀ ପୋଲିସ ଓ ସୁରକ୍ଷା ଏଜେନ୍ସି ପୁରା ସତର୍କ ହୋଇପଡିଛି ।

ଶାନ୍ତି ଶୃଙ୍ଖଳାର ସହ ଆନ୍ଦୋଳନ କରିବାକୁ ଲିଖିତ ଭାବେ ଚାଷୀ ସଂଗଠନକୁ ପୋଲିସ ଦେବାପରେ ପୋଲିସ କିଛି ସର୍ତ୍ତ ସହ ଆନ୍ଦୋଳନ କରିବାକୁ ଅନୁମତି ଦେଇଛି । ଏହାସହ ତମାମ ସୁରକ୍ଷା ଏଜେନ୍ସିକୁ ଆଲର୍ଟ କରିଛି ଦିଲ୍ଲୀ ପୋଲିସ । ବିଶେଷ କରି ଗତ ଜାନୁୟାରୀ ୨୬ରେ ଲାଲକିଲାରେ ହୋଇଥିବା ହିଂସାକୁ ନେଇ ପୋଲିସ ଚାଷୀ ସଂଗଠନ ଉପରେ କଡା ନଜର ରଖିଛି ।

କଣ ରହିଛି ସର୍ତ୍ତ...

ଦିଲ୍ଲୀ ପୋଲିସର ସୂଚନା ଅନୁସାରେ ଆଇନ ଶୃଙ୍ଖଳା ବଜାୟ ରଖିବେ ଆନ୍ଦୋଳନକାରୀ କୃଷକ । କୌଣସି ବିଶୃଙ୍ଖଳା ସୃଷ୍ଟି କରିବେ ନାହିଁ । ପୋଲିସ ନିଜ ବସରେ କୃଷକଙ୍କୁ ନେବା ଆଣିବା କରିବ । ପ୍ରତିଦିନ ୨ ଶହରୁ ଅଧିକ ଚାଷୀ ଏକାଠି ହେବେ ନାହିଁ । ପୂର୍ବାହ୍ନ ୧୧ଟାରୁ ସଂଧ୍ୟା ୫ଟା ମଧ୍ୟରେ ହେବ ଆନ୍ଦୋଳନ । ସମ୍ପୂର୍ଣ୍ଣ ଆନ୍ଦୋଳନ ସିସିଟିଭିରେ ନଜର ରଖାଯିବ ।

କଣ ଏହି କିଷାନ ସଂସଦ ?

କିଷାନ ସଂଗଠନ ‘କିଷାନ ସଂସଦ’କୁ ନେଇ କହିଛି ଏହା ସଂସଦର ଅବିକଳ ଭଳି କରାଯିବ । ଅର୍ଥାତ ସଂସଦରେ ଯେପରି ବାଚସ୍ପତି, ଉପ-ବାଚସ୍ପତି, ସଂସଦୀୟ ବ୍ୟାପାର ମନ୍ତ୍ରୀ, ବିରୋଧୀ ଦଳନେତା, ସଦସ୍ୟ ଯେଭଳି କାର୍ଯ୍ୟ କରନ୍ତି ସେହି ଭଳି କିଷାନ ସଂସଦ ଚାଲିବ। କିଷାନ ସଂସଦରେ କେନ୍ଦ୍ରୀୟ କୃଷି ଆଇନକୁ ନେଇ ବିତର୍କ ହେବ । ମୁଲତବୀ, ସ୍ବାଧିକାର ଭଙ୍ଗ ନୋଟିସ, ପ୍ରଶ୍ନକାଳ ମଧ୍ୟ ରହିବ ।

ଦିଲ୍ଲୀ ପୋଲିସ ପାଇଁ ବଡ ଆହ୍ବାନ...

କିଶାନ ଆନ୍ଦୋଳନକୁ ନେଇ ପୁରା ସତର୍କ ହୋଇପଡିଛି ଦିଲ୍ଲୀ ପୋଲିସ । କୌଣସି ସ୍ଥିତିରେ ଯେମିତି ଚାଷୀ ଆଇନ ଭଙ୍ଗ ନକରନ୍ତି ତାହାକୁ ସୁନିଶ୍ଚିତ କରିବାକୁ ପୋଲିସ ପଦକ୍ଷେପ ନେଇଛି । ଏହାବାଦ ଯେକୌଣସି ସ୍ଥିତିର ମୁକାବିଲା ପାଇଁ ପୋଲିସ ପ୍ରସ୍ତୁତ ହୋଇ ରହିଛି । ସମସ୍ତ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ ହୋଇଥିବା ବେଳେ ଅଧିକ ପୋଲିସ ବଳଙ୍କୁ ଷ୍ଟାଣ୍ଡବାଏରେ ରଖାଯାଇଛି ।

ଆଇବିର ଆଶଙ୍କା ଚାଷୀ କରିପାରନ୍ତି ବିଶୃଙ୍ଖଳା...

କୃଷକ ଆନ୍ଦୋଳନରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ହୋଇପାରେ ଏଣ୍ଟ୍ରି । ଚାଷୀଙ୍କୁ ଉସୁକାଇ ଖଲିସ୍ତାନୀ କୌଣସି ଅଘଟଣ ଘଟାଇ ପାରେ । ଯାହାକୁ ନେଇ ଆଇବି ଓ ବିଭିନ୍ନ ସୁରକ୍ଷା ଏଜେନ୍ସି ଆଲର୍ଟ ମୋଡରେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.