ETV Bharat / bharat

UK PM Sunak visit : ଅକ୍ଷରଧାମ ମନ୍ଦିରରେ ବଢିଲା ସୁରକ୍ଷା, କାଲି ଦର୍ଶନ କରିବେ ସୁନକ - ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ

କାଲି ଅକ୍ଷରଧାମ ମନ୍ଦିରରେ ଦର୍ଶନ କରିବେ ସୁନକ । ବଢିଲା ସୁରକ୍ଷା ବ୍ୟବସ୍ଥା । ଆଜି ପ୍ରଧାନମନ୍ତ୍ରୀଙ୍କ ସହ କରିଛନ୍ତି ଦ୍ବିପାକ୍ଷିକ ଆଲୋଚନା । ଅଧିକ ପଢନ୍ତୁ

UK PM Sunak visit : ଅକ୍ଷରଧାମ ମନ୍ଦିରରେ ବଢିଲା ସୁରକ୍ଷା, କାଲି ଯିବେ ସୁନକ

author img

By ETV Bharat Odisha Team

Published : Sep 9, 2023, 9:51 PM IST

ନୂଆଦିଲ୍ଲୀ: ଜି20 ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ପ୍ରଥମ ଥର ଭାରତ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଆସନ୍ତାକାଲି ଦିଲ୍ଲୀର ପ୍ରସିଦ୍ଧ ଅକ୍ଷରଧାମ ମନ୍ଦିରରେ ଦର୍ଶନ କରିବେ । ସେଥିପାଇଁ ଆଜିଠାରୁ ମନ୍ଦିର ପରିସରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁନକ ଓ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛି । ବ୍ରିଟଶ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ଭାରତୀୟ ବଂଶଜ ଋଷି ସୁନକ ଭାରତ ଗସ୍ତରେ ଆସିଛନ୍ତି । ଆଜି ଜି20 ମୁଖ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ଦ୍ବିପାକ୍ଷିକ ଆଲୋଚନା ମଧ୍ୟ ହୋଇଛି ।

ତେବେ ଆସନ୍ତାକାଲି ପୂର୍ବାହ୍ନରେ ସୁନକ ମନ୍ଦିରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ମନ୍ଦିର ପ୍ରଶାସନ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛି । ମନ୍ଦିର ପ୍ରଶାସନର ଅଧିକାରୀ ଜ୍ୟୋତିନ୍ଦ୍ର ଦାଭେ କହିଛନ୍ତିି ‘‘ବ୍ରିଟିଶ ଉଚ୍ଚାୟୁକ୍ତ କାର୍ଯ୍ୟାଳୟରୁ ସୁନକଙ୍କ ଦର୍ଶନ ସମ୍ପର୍କରେ ମନ୍ଦିର ପ୍ରଶାସନକୁ ଅବଗତ କରାଯାଇଛି । ତେବେ ତାଙ୍କ ଗସ୍ତ ପାଇଁ ଆମେ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛୁ । ସୁରକ୍ଷା ସମେତ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ମନ୍ଦିରର ମୁଖ୍ୟ ଦ୍ବାରା ‘ମୟୂର ଦ୍ବାର’ରେ ତାଙ୍କୁ ସ୍ବାଗତ କରାଯାଇ ପାଛୋଟି ନିଆଯିବ । ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।’’

ଏହା ମଧ୍ୟ ପଢନ୍ତୁ :- G20 Summit: ସୁନକଙ୍କ ସହ ମୋଦିଙ୍କ ଦ୍ବିପାକ୍ଷିକ ଆଲୋଚନା

ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ଭାରତୀୟ ବଂଶଜ । ସେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଥମ ଥର ଭାରତ ଗସ୍ତରେ ଆସିଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ସୁନକ ଓ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି ଦିଲ୍ଲୀରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେ ତାଙ୍କୁ ସ୍ବାଗତ କରିଥିଲେ । ଆଜି ଭାରତ ମଣ୍ଡମପରେ ଜାରି ରହିଥିବା ମୁଖ୍ୟ କାର୍ଯ୍ୟକ୍ରମରେ ସମସ୍ତ ଦେଶର ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି । ଏହି ପ୍ରତିନିଧିଙ୍କ ମଧ୍ୟରେ ଜି20 ସଦସ୍ୟ ରାଷ୍ଟ୍ରମୁଖ୍ୟ, ଅନ୍ୟ ନିମନ୍ତ୍ରିତ ରାଷ୍ଟ୍ରମୁଖ୍ୟ, ବିଭିନ୍ନ ବୈଶ୍ବିକ ସଂସ୍ଥାର ମୁଖ୍ୟ, ଅନ୍ତର୍ଜାତୀୟ ଅତିଥି ତଥା ପ୍ରତିନିଧି ରହିଛନ୍ତି । ଆଜି ଭାରତ ବ୍ରିଟେନ ରଣନୈତିକ ସମ୍ପର୍କ ନେଇ ପ୍ରଧାନମନ୍ତ୍ରୀ ମୋଦି ଓ ବ୍ରିଟଶ ପ୍ରଧାନମନ୍ତ୍ରୀ ସୁନକଙ୍କ ମଧ୍ଯରେ ଆଲୋଚନା ହୋଇଛି । ଉଭୟ ରାଷ୍ଟ୍ରମୁଖ୍ୟ ବାଣିଜ୍ଯ ଓ ନିବେଶ ଉପରେ ଗୁରୁତ୍ବ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.