ଗୌହାଟୀ: ଆଜି ମୁସଲମାନ ଧର୍ମାବଲମ୍ବୀଙ୍କ ବଡ ପର୍ବ ଇଦ୍ ଉଲ ଫିତର । ଏକ ମାସ ଧରି ଚାଲିଥିବା ରୋଜାର ଆଜି ଶେଷ ଦିନ । ଯାହାକୁ ପବିତ୍ର ମାସ କୁହାଯାଏ । ଏହି ସମୟରେ ମୁସଲମାନ ସମ୍ପ୍ରଦାୟର ଲୋକେ ଦାନଧର୍ମ କରିଥାନ୍ତି । ଏହି ଅବସରରେ କରିମଗଞ୍ଜ ଜିଲ୍ଲାର ଭାରତ-ବାଂଲାଦେଶ ସୀମାରୁ ଏକ ଚିତ୍ର ସାମ୍ନାକୁ ଆସିଛି । ଦୁଇ ଦେଶର ସୀମାରେ ମୁତୟନ ସୁରକ୍ଷାକର୍ମୀମାନେ ପରସ୍ପରକୁ ଇଦର ଶୁଭକାମନା ଜଣାଇ ମିଠା ଓ ଫଳ ପ୍ୟାକେଟ ଦିଆନିଆ ହୋଇଛନ୍ତି ।
ମିଜୋରାମ ଏବଂ କାଚର ସୀମାନ୍ତ ବିଏସଏଫ ବାଂଲାଦେଶର ସିଲହେଟ ଓ ଶ୍ରୀମଙ୍ଗଲ ସେକ୍ଟରର କମାଣ୍ଡଙ୍କ ଉପସ୍ଥିତିରେ କରିମଗଞ୍ଜ ଜିଲ୍ଲା ସୁଟରକାଣ୍ଡି ବନ୍ଦରର ଜିରୋ ପଏଣ୍ଟ ନିକଟରେ ପରସ୍ପରକୁ ଏହି ମିଠା ଓ ଫଳ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ