ETV Bharat / bharat

ଦିଲ୍ଲୀ ହାଇକୋର୍ଟରେ ସୁରକ୍ଷାକର୍ମୀଙ୍କ ଆତ୍ମହତ୍ୟା - ଦିଲ୍ଲୀ ହାଇକୋର୍ଟ

ଦିଲ୍ଲୀ ହାଇକୋର୍ଟର ୩ ନମ୍ବର ଗେଟରେ ନିଜକୁ ଗୁଳିକରି ଆତ୍ମହତ୍ୟା କଲେ ସୁରକ୍ଷାକର୍ମୀ । ପାରିବାରିକ କଳହରୁ ସେ ଏପରି କରିଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ । ଅଧିକ ପଢନ୍ତୁ...

delhi-high-court-3-number-get-security-commit-suicide
ଦିଲ୍ଲୀ ହାଇକୋର୍ଟରେ ସୁରକ୍ଷାକର୍ମୀଙ୍କ ଆତ୍ମହତ୍ୟା
author img

By

Published : Sep 29, 2021, 12:22 PM IST

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ସମ୍ମୁଖରେ ନିଜ ବନ୍ଧୁକରେ ଗୁଳିକରି ଆତ୍ମହତ୍ୟା କଲେ ଜଣେ ସୁରକ୍ଷାକର୍ମୀ । ଗେଟ୍ ନମ୍ବର ୩ରେ ଥିବା ସୁରକ୍ଷାକର୍ମୀ ନିଜକୁ ଗୁଳି କରିଥିବା ଜଣାପଡିଛି । ଏଥିରେ ଅନ୍ୟ କେହି ଆହତ ହୋଇନାହାନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନାନୁସାରେ, ଦିଲ୍ଲୀ ହାଇକୋର୍ଟର ୩ ନମ୍ବର ଗେଟ୍ ନିକଟରେ ସକାଳ ପ୍ରାୟ 10ଟା 15 ରେ ଗୁଳିମାଡର ଶବ୍ଦ ଆସିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଅବସ୍ଥାରେ ଜଣେ ସୁରକ୍ଷାକର୍ମୀଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଯାଇଛି । ପ୍ରାଥମିକ ଅନୁସନ୍ଧାନରେ ପୋଲିସ ଜାଣିବାକୁ ପାଇଛି ଯେ, ମୃତକଙ୍କ ନାମ ଟିଙ୍କୁ ରାମ, ଯିଏ ରାଜସ୍ଥାନ ଆର୍ମଡ କନଷ୍ଟେବଳର ଅଷ୍ଟମ ବାଟାଲିୟନରେ କାମ କରୁଥିଲେ ।

ସେ ରାଜସ୍ଥାନର ଅଲୱାରର ମୂଳ ବାସିନ୍ଦା । ଛୁଟିରୁ ଫେରିବା ପରେ ସେ ସକାଳ 9ଟା 30 ରେ ଡ୍ୟୁଟିରେ ପହଞ୍ଚିଥିଲେ । ୩ ନମ୍ବର ଗେଟରେ ତାଙ୍କର ଡ୍ୟୁଟି ପଡିଥିବା ବେଳେ ଏଠାରେ ସେ ନିଜ ରାଇଫଲ ସାହାଯ୍ୟରେ ଗୁଳି କରିଥିଲେ ।

ପୋଲିସ ପୋଷ୍ଟମର୍ଟମ ପାଇଁ ମୃତଦେହ ପଠାଇଛି । ଏନେଇ ପୋଲିସ ମଧ୍ୟ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଛି । ତେବେ ସେ କେଉଁ କାରଣରୁ ଏପରି କଲେ ସେନେଇ ସ୍ପଷ୍ଟ ହୋଇନାହିଁ । ପ୍ରାଥମିକ ଅନୁସନ୍ଧାନରେ ଘରୋଇ ବିବାଦ କାରଣରୁ ସେ ଏପରି କରିଥାଇପାରନ୍ତି ବୋଲି ପୋଲିସ୍ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.