ETV Bharat / bharat

ହଷ୍ଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ଜୀବନ ହାରିଲେ ସିକ୍ୟୁରିଟି ଗାର୍ଡ୍‌

author img

By

Published : Jun 7, 2023, 10:30 PM IST

ମୁମ୍ବାଇର ଏକ ହଷ୍ଟେଲର ବନ୍ଦ କୋଠରୀ ଭିତରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ସେଠାରେ କାର୍ଯ୍ୟରତ ଜଣେ ସୁରକ୍ଷାକର୍ମୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଅଧିକ ପଢନ୍ତୁ

ହଷ୍ଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର
ହଷ୍ଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ମୁମ୍ବାଇ: ହଷ୍ଟେଲ ଭିତରୁ ଉଦ୍ଧାର ହୋଇଛି ଛାତ୍ରୀଙ୍କ ଝୁଲନ୍ତା ମୃତଦେହ । ମୁମ୍ବାଇ ସ୍ଥିତ ସାବିତ୍ରୀ ଦେବୀ ଫୁଲେ ହଷ୍ଟେଲ୍‌ର ଏକ ବନ୍ଦ ଘରୁ ଛାତ୍ରୀଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ଉଦ୍ଧାର ହୋଇଛି । ମୁମ୍ବାଇ ସ୍ଥିତ ଚର୍ଚ୍ଚ ଗେଟ୍ ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ 6ଟା ସମୟରେ ଛାତ୍ରୀଙ୍କ ମୃତଦେହକୁ ଉଦ୍ଧାର କରିଛି ମେରାଇନ ଡ୍ରାଇଭ ଥାନା ପୋଲିସ । ତେବେ ଛାତ୍ରୀଙ୍କୁ ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା ହୋଇଥିବା ନେଇ ପୋଲିସ ସନ୍ଦେହ କରୁଥିବା କହିଛନ୍ତି ଏସିପି ଅଭିନବ ଦେଶମୁଖ । ସେପଟେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ପରେ ଜୀବନ ହାରିଛନ୍ତି ହଷ୍ଟେଲ୍‌ ସିକ୍ୟୁରିଟି ଗାର୍ଡ । ଏବେ ଏକାଧିକ ଦିଗରୁ ତଦନ୍ତ କରୁଛି ପୋଲିସ ।

ସୂଚନା ମୁତାବକ, ଛାତ୍ରୀଙ୍କ ମୃତଦେହ ଓଢଣୀ ସାହାଯ୍ୟରେ ଝୁଲୁଥିବା ବେଳେ ଉଦ୍ଧାର ହୋଇଛି। ତେବେ ମୃତ ଯୁବତୀଙ୍କ ବୟସ 19 ବର୍ଷ ହେବ ବୋଲି ଜଣାପଡିଛି । କବାଟ ବାହାର ପଟୁ ବନ୍ଦ ଥିବାବେଳେ ଭିତରୁ ମୃତଦେହ କିପରି ଆସିଲା ସେନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ତେବେ କେହି ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ସୁଚିନ୍ତିତ ଷଡ଼ଯନ୍ତ୍ର କରିଥିବା ସନ୍ଦେହ କରୁଛି ପୋଲିସ । ଏନେଇ ପୋଲିସ ଦୁଷ୍କର୍ମ ଏବଂ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏନେଇ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରାଯାଇଥିବା ସୂଚନା ଦେଇଛନ୍ତି ଏସିପି ।

ତେବେ ସିସିଟିଭି ଫୁଟେଜ ଏବଂ ଆଉ କେତେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଆଧାରରେ ସାବିତ୍ରୀ ଦେବୀ ଫୁଲେ ହଷ୍ଟେଲରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟରତ ଜଣେ ବ୍ୟକ୍ତିଙ୍କୁ ସନ୍ଦେହ କରୁଛି ପୋଲିସ। ସୁରକ୍ଷାକର୍ମୀ ଜଣକ ହେଉଛନ୍ତି ଉତ୍ତରପ୍ରଦେଶର ଓମ ପ୍ରକାଶ କାନୋଜିଆ । ଏହି ହତ୍ୟାକାଣ୍ଡ ପଛରେ ଓମ ପ୍ରକାଶ କାନୋଜିଆଙ୍କ ସଂପୃକ୍ତି ଥିବା ନେଇ ସନ୍ଦେହ ଘନୀଭୂତ ହୋଇଛି । ଓମ୍‌ ପ୍ରକାଶ ମଙ୍ଗଳବାର ସକାଳୁ ଫେରାର ଥିବା ଜଣାପଡିବା ପରେ ଅଭିଯୁକ୍ତକୁ ସ୍କାନରକୁ ନେଇ ପୋଲିସ ଛାନଭିନ କରିଥିଲା ।

ତେବେ ଘଟଣାକୁ ଗୁରୁତ୍ୱର ସହ ନେଇ ପୋଲିସ ତଦନ୍ତ ଜୋରଦାର କରିଥିବା ବେଳେ ନିକଟସ୍ଥ ଚରନି ରୋଡ୍ ରେଳ ଷ୍ଟେସନ ନିକଟରୁ ଉଦ୍ଧାର ହୋଇଛି ଓମ ପ୍ରକାଶଙ୍କ ମୃତଦେହ । ପୋଲିସ ହାତରେ ଧରାପଡିଯିବା ଭୟରେ ଓମ ପ୍ରକାଶ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି । ଅଭିଯୁକ୍ତ ଓମ ପ୍ରକାଶ କାନୋଜିଆ ଉତ୍ତରପ୍ରଦେଶର ହୋଇଥିବାବେଳେ ଶବ ଚିହ୍ନଟ ପାଇଁ ପରିବାର ଆସି ପହଞ୍ଚିଛନ୍ତି । ପୂର୍ବରୁ ପୀଡିତାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବାବେଳେ, ପରବର୍ତ୍ତୀ ସମୟରେ ମିଳିଥିବା ଅଭିଯୁକ୍ତ ଓମ୍‌ ପ୍ରକାଶଙ୍କ ମୃତଦେହକୁ ମଧ୍ୟ ବ୍ୟବଚ୍ଛେଦ ପାଇଁ ପଠାଇଛି ମେରାଇନ ଥାନା ପୋଲିସ । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି ଏସିପି ଅଭିନବ ଦେଶମୁଖ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.