ETV Bharat / bharat

Hijab row: ସ୍କୁଲ ଖୋଲିବା ପୂର୍ବରୁ ସୁରକ୍ଷା ବାହିନୀର ଫ୍ଲାଗ ମାର୍ଚ - ସୁରକ୍ଷା ବାହିନୀର ଫ୍ଲାଗ ମାର୍ଚ

ସୋମବାରଠୁ କର୍ଣ୍ଣାଟକରେ ଖୋଲିବ ସ୍କୁଲ । ସ୍କୁଲ ଖୋଲିବା ପୂର୍ବରୁ ଶାନ୍ତି ବଜାୟ ରଖିବା ପାଇଁ ଫ୍ଲାଗ ମାର୍ଚ କଲେ ସୁରକ୍ଷା ବାହିନୀ । ଅଧିକ ପଢନ୍ତୁ

Hijab row: ସ୍କୁଲ ଖୋଲିବା ପୂର୍ବରୁ ସୁରକ୍ଷା ବାହିନୀର ଫ୍ଲାଗ ମାର୍ଚ

author img

By

Published : Feb 12, 2022, 8:48 AM IST

ବେଙ୍ଗାଲୁରୁ: ହିଜାବ ବିବାଦକୁ ନେଇ କର୍ଣ୍ଣାଟକରେ ଅଶାନ୍ତି ଲାଗି ରହିଛି । ଅନେକ ସ୍ଥାନରେ ହିଂସାକାଣ୍ଡ ପ୍ରକାଶ ପାଉଛି । ତେଣୁ ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ୩ଟି ସହରରେ ଫ୍ଲାଗ ମାର୍ଚ କରିଛି ସୁରକ୍ଷା ବାହିନୀ । ଶୁକ୍ରବାର କର୍ଣ୍ଣାଟକ ଉଡୁପି ଠାରେ ସୁରକ୍ଷା ବାହିନୀ ପକ୍ଷରୁ ଫ୍ଲାଗ ମାର୍ଚ କରାଯାଇଛି । ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ ମଧ୍ୟ ସମସ୍ତଙ୍କୁ ଶାନ୍ତି ରକ୍ଷା କରିବାକୁ ଅନୁରୋଧ କରିଛନ୍ତି ।

ଇତିମଧ୍ୟରେ କର୍ଣ୍ଣାଟକ ସରକାର ରାଜ୍ୟରେ ପର୍ଯ୍ୟାୟ କ୍ରମେ ସ୍କୁଲ ଓ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ସୋମବାରଠୁ କର୍ଣ୍ଣାଟକରେ ସ୍କୁଲ ଖୋଲିବ । ଏହାପୂର୍ବରୁ ଶାନ୍ତି ରକ୍ଷା କରିବାକୁ ପ୍ରୟାସ କରାଯାଇଛି । ଏହି ପରିପ୍ରେକ୍ଷୀରେ କର୍ଣ୍ଣାଟକ ପୋଲିସ ଓ ଅର୍ଦ୍ଧ ସାମରିକ ବାହିନୀ ଉପୁଡି ଠାରେ ଫ୍ଲାଗ ମାର୍ଚ କରିଛନ୍ତି । ଉଲ୍ଲେଖଯୋଗ, ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲାଯିବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ୧୦ ଶ୍ରେଣୀ ଖୋଲିବ । ଏହାପରେ ଏକାଦଶରୁ ଉପର ଶ୍ରେଣୀ ଖୋଲାଯିବାକୁ ନିଷ୍ପତ୍ତି ନିଆଯିବ ।

ହେଲେ ଛାତ୍ରଛାତ୍ରୀ ସ୍କୁଲକୁ କୌଣସି ଧର୍ମର ପୋଷାକ ପିନ୍ଧି ଆସିପାରିବେ ନାହିଁ । କର୍ଣ୍ଣାଟକ ହାଇକୋର୍ଟରେ ହିଜାବ ବିବାଦରେ ଶୁଣାଣି ଚାଲିଥିବାବେଳେ ମୁଖ୍ୟ ବିଚାରପତି ମାମଲାର ସମାଧାନ ନ ହେବା ଯାଏଁ କୌଣସି ଧର୍ମକୁ ନେଇ ପୋଷାକ ପିନ୍ଧିବା ଉପରେ ରୋକ୍ ଲଗାଇଛନ୍ତି ।

କହିରଖୁଛୁ କି ଏହି ବିବାଦକୁ ନେଇ ଜଣେ ଛାତ୍ରୀ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ ତାଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା ଦର୍ଶାଇଥିଲେ । ମାତ୍ର ହିଜାବ ବିବାଦ ମାମଲାରେ ଜରୁରୀ ଶୁଣାଣି ପାଇଁ ମନା କରିଛନ୍ତି ସୁପ୍ରିମକୋର୍ଟ । ଏହାକୁ ଜାତୀୟ ସ୍ତରର ପ୍ରସଙ୍ଗ ନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.