ETV Bharat / bharat

Security Breach: ମୋଦିଙ୍କ ପରେ ଶାହଙ୍କ ସୁରକ୍ଷାରେ ତ୍ରୁଟି, ୨ ଗିରଫ - ଅମିତ ଶାହ

କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ପରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି । ଶାହଙ୍କ କାରକେଡକୁ ପିଛା କରୁଥିବା ୨ ଯୁବକ ଗିରଫ । ଅଧିକ ପଢନ୍ତୁ

Amit Shah
Amit Shah
author img

By

Published : Mar 27, 2023, 10:26 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ଗସ୍ତ ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସୁରକ୍ଷାରେ ତ୍ରୁଟି ଅଭିଯୋଗ । ଗତ ଶନିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷାରେ ତ୍ରୁଟି ପରେ ଏବେ ଶାହଙ୍କ ଗସ୍ତ ସମୟରେ ମଧ୍ୟ ସମାନ ଘଟଣା ଘଟିଛି । ଅଭିଯୋଗ ଅନୁସାରେ ୨ଜଣ ବାଇକ ଆରୋହୀ ଶାହଙ୍କ କାରକେଡକୁ ରବିବାର ପ୍ରାୟ ୩୦୦ମିଟର ଧରି ପିଛା କରୁଥିଲେ । ଏଥିଲାଗି ତାଙ୍କୁ ଗିରଫ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଏହି ୨ ଜଣ ବାଇକ ଆରୋହୀ ଛାତ୍ର ଥିବା ବେଳେ ସେମାନଙ୍କୁ କାରକେଡ ସମ୍ପର୍କରେ ଜଣାନଥିଲା । ଯେତେବେଳେ କେନ୍ଦ୍ର ଗୃହମନ୍ତ୍ରୀ ତାଜ ହୋଟେଲରୁ ବିମାନବନ୍ଦରର ଅଭିମୁଖେ ଗସ୍ତ କରୁଥିଲେ ଏହି ସମୟରେ ୨ ଜଣ ଛାତ୍ର ତାଙ୍କୁ ପିଛା କରିଥିଲେ । ରାତି ପ୍ରାୟ ୧୧ଟା ସମୟରେ ଘଟିଥିଲା ଏହି ଘଟଣା । ଶାହଙ୍କ କାରକେଡକୁ ଛାତ୍ର ଦ୍ବୟ ପିଛା କରୁଥିବା ସମୟରେ ସେମାନଙ୍କୁ ଟ୍ରାଫିକ ପୋଲିସ ମଧ୍ୟ ବାରଣ କରିଥିଲା । ହେଲେ ସେମାନେ ଟ୍ରାଫିକ ପୋଲିସର ସିଗ୍ନାଲକୁ ମାନିନଥିଲେ । ଏଥିଲାଗି ତାଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଏହା ବି ପଢନ୍ତୁ- PM Modi Security breach: ରୋଡ ଶୋ' ବେଳେ କାରକେଡକୁ ପଶି ଆସିଲା ଯୁବକ

ଛାତ୍ର ଦ୍ବୟ ଉଦ୍ଦେଶ୍ୟମୂଳକ ଭାବେ ଏପରି କରିନଥିବା କହିଛନ୍ତି । ହେଲେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଯୋଗୁଁ ସେମାନଙ୍କୁ ଆଇପିସି ଧାରା ୩୫୩ଓ ୨୭୯ ଅନୁଯାୟୀ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଶାହ ରବିବାର ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ବେଙ୍ଗାଲୁରୁ ଗସ୍ତ କରିଥିଲେ । ଏଥିଲାଗି ସହରର ପ୍ରାୟ ୨୦ଟି ମାର୍ଗରେ ଅପରାହ୍ନ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଯାତାୟାତ ନକରିବା ଲାଗି ଟ୍ରାଫିକ ପୋଲିସ ପକ୍ଷରୁ ଆଡଭାଇଜରି ଜାରି କରାଯାଇଥିଲା ।

ସୂଚନା ଥାଉ କି ଗତ ଶନିବାର ପ୍ରଧାନମନ୍ତ୍ରୀଙ୍କ ବେଙ୍ଗାଲୁରୁ ଗସ୍ତ ସମୟରେ ମଧ୍ୟ ସୁରକ୍ଷାରେ ତ୍ରୁଟି ହୋଇଥିବା ଖବର ସାମନାକୁ ଆସିଥିଲା । ମୋଦି ଦେବାନଗିରିରେ ରୋଡ ଶୋ' କରିବା ସମୟରେ ଜଣେ ଯୁବକ ହଠାତ ସମସ୍ତ ପ୍ରୋଟକଲ ଭାଙ୍ଗି ପ୍ରଧାନମନ୍ତ୍ରୀଙ୍କ ନିକଟତର ହେବାକୁ ଉଦ୍ୟମ କରିଥିଲା । ଏହି ସମୟରେ ସ୍ଥାନୀୟ ପୋଲିସ ତାକୁ କରିଥିଲେ । ଏ ନେଇ ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ଯୁବକଟି କାରକେଡ ଭାଙ୍ଗି ମୋଦିଙ୍କ ନିକଟତର ହେଉଥିବା ଦୃଶ୍ୟ ସ୍ପଷ୍ଟ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରିବା ଲାଗି ଏହି ଗସ୍ତ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.