ETV Bharat / bharat

ମଧ୍ୟପ୍ରଦେଶରେ ହନୁମାନ ମୂର୍ତ୍ତିକୁ ନେଇ ଗୋଷ୍ଠୀ ସଂଘର୍ଷ, 144 ଧାରା ଜାରି

author img

By

Published : May 17, 2022, 5:53 PM IST

ମଧ୍ୟପ୍ରଦେଶର ନିମୁଚ୍‌ ସହରରେ ହନୁମାନ ମୂର୍ତ୍ତିକୁ ନେଇ ସାମ୍ପ୍ରଦାୟିକ ସଂଘର୍ଷ । ଜାରି ହେଲା 144 ଧାରା । କୌଣସି କାର୍ଯ୍ୟକ୍ରମକୁ ନାହିଁ ଅନୁମତି । ସୁରକ୍ଷା ବଳ ମୁତୟନ । ଅଧିକ ପଢନ୍ତୁ

ମଧ୍ୟ ପ୍ରଦେଶରେ ହନୁମାନ ମୂର୍ତ୍ତି ବିବାଦ, ଜାରି ହେଲା 144 ଧାରା

ଭୋପାଳ: ମଧ୍ୟପ୍ରଦେଶର ନିମୁଚ୍‌ ସହରରେ ହନୁମାନ ମୂର୍ତ୍ତିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସାମ୍ପ୍ରଦାୟିକ ସଂଘର୍ଷ ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ 144 ଧାରା ଜାରି କରାଯାଇଛି । ସହରର ପୁରୁଣା କୋର୍ଟ ଏରିଆରେ ଏକ ହନୁମାନ ମୂର୍ତ୍ତି ସ୍ଥାପନକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା । ହନୁମାନଙ୍କ ମୂର୍ତ୍ତି ଦରଘା ପରିସରରେ ହୋଇଥିବା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଆପତ୍ତି ଉଠାଇବା ପରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ନେଇ ସ୍ଥାନୀୟ ପୋଲିସ ଅଧୀକ୍ଷକ ସୁରଜ ବର୍ମା ସୂଚନା ଦେଇଛନ୍ତି ।

ତିକ୍ତତା ବଢିବା ସହ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ ପରସ୍ପରକୁ ପଥର ମାଡ କରିଥିଲେ । ଏଥିରେ ଉଭୟ ପକ୍ଷରୁ ଅନେକ ଆହତ ମଧ୍ୟ ହୋଇଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲାଠି ଚାର୍ଜ କରିବା ସହ ଭିଡକୁ ଘଉଡାଇଥିଲା । ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳରେ 144 ଧାରା ଜାରି କରାଯିବା କୌଣସି ପକ୍ଷ ଶୋଭାଯାତ୍ରା କିମ୍ବା ଅନ୍ୟ କୌଣସି କାର୍ଯ୍ୟକ୍ରମ ଆୟୋଜନ କରିପାରିବେ ନାହିଁ ବୋଲି ସ୍ଥାନୀୟ ପ୍ରଶାସନ ନିର୍ଦ୍ଦେଶାବଳୀ ଜାରି କରିଛି । ଘଟଣାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି । କୌଣସି ପ୍ରକାର ବିଶୃଙ୍ଖଳାକୁ ଗ୍ରହଣ କରାଯିବ ନାହିଁ ବୋଲି ସ୍ଥାନୀୟ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.