ETV Bharat / bharat

Hijab Violence: ତେଜୁଛି ହିଜାବ ବିବାଦ, ୨୨ ଯାଏଁ ବେଙ୍ଗାଲୁରୁରେ ୧୪୪ ଧାରା ଲାଗୁ - କର୍ଣ୍ଣାଟକ ହିଜାବ ବିବାଦ

କର୍ଣ୍ଣାଟକ ହିଜାବ ହିଂସାକାଣ୍ଡ । ବେଙ୍ଗାଲୁରୁ ସହର ସ୍ଥିତି ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକ ପରିସରରେ ୧୪୪ ଧାରା ଲାଗୁ । ଅଧିକ ପଢନ୍ତୁ

Karnataka hijab violence: ୨୨ ଯାଏଁ ବେଙ୍ଗାଲୁରୁରେ ୧୪୪ ଧାରା ଲାଗୁ

author img

By

Published : Feb 10, 2022, 11:08 AM IST

ବେଙ୍ଗାଲୁରୁ: ଦିନକୁ ଦିନ ଉଗ୍ର ରୂପ ନେଉଛି ହିଜାବ ବିବାଦ । କଲେଜ କ୍ଲାସରୁମ୍‌ରୁ ଆରମ୍ଭ ହୋଇଥିବା ଅସନ୍ତୋଷ ଏବେ ଦେଶବ୍ୟାପୀ ହିଂସାକାଣ୍ଡରେ ବଦଳିଛି । ହିଜାବକୁ ନେଇ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ପ୍ରକାଶ ପାଇଛି । ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଛାତ୍ରଛାତ୍ରୀ ଯେଉଁଭଳି ମୁହାଁମୁହିଁ ହେଉଛନ୍ତି, ତାହାକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁ ସହରରେ ଥିବା ଶିକ୍ଷାନୁଷ୍ଠାନଗୁଡିକର ଫାଟକ ନିକଟରୁ ୨୦୦ ମିଟର ପରିଧି ଭିତରେ ୧୪୪ ଧାରା ଲାଗୁ କରାଯାଇଛି । ଅର୍ଥାତ୍ ଶିକ୍ଷାନୁଷ୍ଠାନର ୨୦୦ ମିଟର ପରିଧି ମଧ୍ୟରେ କୌଣସି ପ୍ରଦର୍ଶନ କିମ୍ବା ବିକ୍ଷୋଭ କରଯାଇ ପାରିବ ନାହିଁ ।

ବେଙ୍ଗାଲୁରୁ ପୋଲିସ କମିଶନର କମଲ ପନ୍ତ ସ୍କୁଲ, ପ୍ରି ୟୁନିଭରସିଟି କଲେଜ, ଡିଗ୍ରୀ କଲେଜ ଏବଂ ଅନ୍ୟ ଏହିଭଳି ଶିକ୍ଷାନୁଷ୍ଠାନର ଗେଟ୍ ଠାରୁ ୨୦୦ ମିଟର ପରିଧି ମଧ୍ୟରେ କୌଣସି ସଭା, ଆନ୍ଦୋଳନ କିମ୍ବା କୌଣସି ପ୍ରକାର ବିରୋଧ ପ୍ରଦର୍ଶନ ଉପରେ ଧାରା ୧୪୪ ଅଧିନରେ ନିଷେଦ୍ଧାଦେଶ ଲାଗୁ କରିଛନ୍ତି । ଆସନ୍ତା ୨୨ ତାରିଖ ଯାଏଁ ଏହି କଟକଣା ବଳବତ୍ତର ରହିବ ।

ବୁଧବାର ଏହି ମାମଲାରେ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ରିତୁ ରାଜ ଅବସ୍ଥି ଏକ ପୂର୍ଣ୍ଣ ଖଣ୍ଡପୀଠ ଗଠନ କରିଛନ୍ତି । ଜଷ୍ଟିସ ଅବସ୍ଥିଙ୍କ ସମେତ ଜଷ୍ଟିସ କ୍ରିଷ୍ଣା ଏସ ଦିକ୍ଷିତ୍ ଏବଂ ଜଷ୍ଟିସ୍ ଜେ ଏମ୍ ଖଜିଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି(ଗୁରୁବାର) ଏହି ହିଜାବ ବିବାଦର ଶୁଣାଣି କରିବେ । ଉଲ୍ଲେଖଯୋଗ୍ୟ, ବୁଧବାରଠୁ ହାଇକୋର୍ଟରେ ମାମଲାର ଶୁଣାଣି ଆରମ୍ଭ ହୋଇଛି ।

ଅନ୍ୟପଟେ ଏହି ହିଜାବ ବିବାଦକୁ ରାଜନୀତି ଜୋର୍ ଧରିଛି । ବହୁ ରାଜନୈତିକ ଦଳ ମୁହାଁମୁହିଁ ହେଉଥିବାର ମଧ୍ୟ ଦେଖାଯାଇଛି । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ହିଜାବ ଘଟଣାରେ ମୁସଲମାନ ସମ୍ପ୍ରଦାୟର ଛାତ୍ରୀଙ୍କ ସମର୍ଥନ କରିଛନ୍ତି । ସେ କହିଛନ୍ତି, ମହିଳାମାନେ କି ପ୍ରକାର ପୋଷାକ ପିନ୍ଧିବା ତାହା ସେମାନେ ନିଷ୍ପତ୍ତି ନେବେ । ଏହା ତାଙ୍କର ମୌଳିକ ଅଧିକାର । ସେହିପରି ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ କର୍ଣ୍ଣାଟକର ଏକ ସ୍କୁଲରେ ହିଜାବ ପିନ୍ଧି ଇସଲାମିକ ସ୍ଲୋଗାନ ଦେଉଥିବା ଛାତ୍ରୀଙ୍କୁ ସାହାସୀ କହି ପ୍ରଶଂସା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.