ETV Bharat / bharat

Ukraine-Russia war: ଆଜି ଦୁଇ ପକ୍ଷ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା

author img

By

Published : Mar 3, 2022, 8:35 PM IST

ଆଉ କିଛି ସମୟ ପରେ ଆରମ୍ଭ ହେବ ଋଷ-ୟୁକ୍ରେନ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା । ୟୁକ୍ରେନ ପ୍ରତିପକ୍ଷ ବେଲାରୁଷ ଅଭିମୁଖେ ଉଡାଣ ଭରି ସାରିଥିବା ସ୍ପଷ୍ଟ କଲେ ୟୁକ୍ରେନ ରାଷ୍ଟ୍ରପତିଙ୍କ ପରାମର୍ଶଦାତା । ୟୁକ୍ରେନ ବିଳମ୍ବ କରୁଥିବା ଋଷର ଅଭିଯୋଗ । ଅଧିକ ପଢନ୍ତୁ

Ukraine-Russia war: ଆଜି ଦୁଇ ପକ୍ଷ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା
Ukraine-Russia war: ଆଜି ଦୁଇ ପକ୍ଷ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା

ନୂଆଦିଲ୍ଲୀ: ଘମାଘୋଟ ଲଢେଇ ମଧ୍ୟରେ ଆଜି ପୁଣି ଦ୍ବିତୀୟ ଥର ପାଇଁ ଶାନ୍ତି ଆଲୋଚନାକୁ ଯାଉଛନ୍ତି ୟୁକ୍ରେନ ଓ ଋଷ ପ୍ରତିନିଧି ମଣ୍ଡଳୀ । ଆଜି ଆଉ କିଛି ସମୟ ମଧ୍ୟରେ ବେଲାରୁଷରେ ଏହି ଶାନ୍ତି ଆଲୋଚନା ହେବା ନେଇ ଆଶା କରାଯାଉଛି । ୟୁକ୍ରେନ ପ୍ରତିନିଧି ମଣ୍ଡଳୀ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ବେଲାରୁଷ ଅଭିମୁଖେ ଯାତ୍ରା ଆରମ୍ଭ କରିସାରିଥିବା ରାଷ୍ଟ୍ରପତି ଜେଲେନସ୍କିଙ୍କ ପରାମର୍ଶଦାତା ନିଶ୍ଚିତ କରିଛନ୍ତି ।

ସେହିପରି ଋଷ ବୈଦେଶିକ ମନ୍ତ୍ରୀ ମଧ୍ୟ କଥାବାର୍ତ୍ତା ହେବାନେଇ ସଙ୍କେତ ଦେଇଛନ୍ତି, ତେବେ ସେ ଆହୁରି ମଧ୍ୟ କହିଛନ୍ତି ଋଷ ୟୁକ୍ରେନ ସହ କଥାବାର୍ତ୍ତା କରିବା ପାଇଁ ସମସ୍ତ ଦ୍ବାର ଖୋଲା ରଖିଥିବାବେଳେ ୟୁକ୍ରେନ ଆମେରିକା ପ୍ରରୋଚନାରେ ପରଚାଳିତ ହୋଇ ପ୍ରକ୍ରିୟାକୁ ବିଳମ୍ବ କରିବାରେ ଲାଗିଛି ।

  • The Ukrainian delegation of negotiators has arrived by helicopter for talks with the Russian side in Belarus, Russian state news agency TASS: Reuters #RussianUkrainianCrisis

    — ANI (@ANI) March 3, 2022 " class="align-text-top noRightClick twitterSection" data=" ">

ଋଷର ମୁଖପାତ୍ର ଡିମିଟ୍ରି ପେସ୍କୋଭ କହିଛନ୍ତି ଯେ ବେଲାଋଷରେ ଋଷର ଏକ ପ୍ରତିନିଧି ଟିମ ୟୁକ୍ରେନ ପ୍ରତିପକ୍ଷଙ୍କୁ ଅପେକ୍ଷା କରିଥିବାବେଳେ ସେମାନଙ୍କ ପକ୍ଷରୁ ବାରମ୍ବାର ବିଳମ୍ବ କରାଯିବା ପରିସ୍ଥିତି ଦେଖିବାକୁ ମିଳିଛି । ଗତକାଲି ଏହି ଆଲୋଚନା ହେବା ନେଇ ଆଶା କରାଯାଉଥିବାବେଳେ ୟୁକ୍ରେନ ପ୍ରତିପକ୍ଷଙ୍କ ଦ୍ବାରା ବିଳମ୍ବ ଯୋଗୁ ତାହା ଫଳପ୍ରଦ ହୋଇପାରିନଥିଲା । ତେବେ ଆଜି ଏହି ଆଲୋଚନା ହେବା ନେଇ ଆଶା କରାଯାଉଥିବା ସେ ସୂଚନା ଦେଇଛନ୍ତି ।

ସୋମବାର ଉଭୟ ପ୍ରତିପକ୍ଷ ମଧ୍ୟରେ ପ୍ରଥମ ରାଉଣ୍ଡ ଆଲୋଚନା ହୋଇଥିଲା । ଏହି ପ୍ରତିନିଧି ମଣ୍ଡଳୀରେ ଉଭୟ ପକ୍ଷର ବରିଷ୍ଠ ପ୍ରତିନିଧି ସାମିଲ ହୋଇଥିଲେ ସୁଦ୍ଦା ପ୍ରାୟ ସାଢେ ୩ ଘଣ୍ଟାରେ ଆଲୋଚନା ପରେ ମଧ୍ୟ କୌଣସି ଫଳପ୍ରଦ ସହମତି ପ୍ରକାଶ ପାଇନଥିଲା । ୟୁକ୍ରେନ ଅଞ୍ଚଳରୁ ଋଷ ତାର ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର କରିବା ସହ ତୁରନ୍ତ ଆକ୍ରମଣ ବନ୍ଦ କରୁ ବୋଲି ୟୁକ୍ରେନୀୟ ପକ୍ଷ ଦାବି ରଖିଥିବା ବେଳେ ଋଷ ପକ୍ଷରୁ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିବାରୁ କୌଣସି ନିଷ୍କର୍ସ ବାହାରି ପାରିନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.