ETV Bharat / bharat

Monkey Pox: କେରଳରେ ଚିହ୍ନଟ ହେଲା ଦ୍ୱିତୀୟ ମାମଲା

author img

By

Published : Jul 18, 2022, 5:04 PM IST

କେରଳରେ ଚିହ୍ନଟ ହେଲା ମଙ୍କିପକ୍ସର ଦ୍ବିତୀୟ ମାମଲା । କନ୍ନରୁ ଜିଲ୍ଲାରେ ହୋଇଥିବା ସୂଚନା ଦେଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

Monkey Pox: କେରଳରେ ଚିହ୍ନଟ ହେଲା ଦ୍ବିତୀୟ ମାମଲା

ଥିରୁଅନନ୍ତପୁରମ: କେରଳରେ ମଙ୍କିପକ୍ସ ଭୂତାଣୁର ଦ୍ବିତୀୟ ମାମଲା ଚିହ୍ନଟ ହୋଇଛି । କନ୍ନୁର ଜିଲ୍ଲାରେ ଜଣେ ସଂକ୍ରମିତଙ୍କ ଠାରେ ମଙ୍କିପକ୍ସ ଲକ୍ଷଣ ପ୍ରକାଶ ପଇବା ପରେ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଥିଲା । ତେବେ ସଂକ୍ରମିତ ମଙ୍କିପକ୍ସରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି ।

  • "The second positive case of Monkey Pox in Kerala has been confirmed in Kannur District," confirms State Health Ministry

    — ANI (@ANI) July 18, 2022 " class="align-text-top noRightClick twitterSection" data=" ">

ଗୋପନୀୟତା କାରଣରୁ ସଂକ୍ରମିତଙ୍କ ନାମ ଓ ଅନ୍ୟାନ୍ୟ ଠିକଣା ସାର୍ବଜନୀନ କରାଯାଇନାହିଁ । ସଂକ୍ରମିତଙ୍କ ବୟସ 31 ବର୍ଷ ଓ ସେ 13 ତାରିଖରେ ଦୁବାଇରୁ କର୍ଣ୍ଣାଟକର ମାଙ୍ଗାଲୋର ବିମାନ ବନ୍ଦରରେ ଅବତରଣ କରିଥିଲେ । ପରେ ସେ କେରଳ ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ତାଙ୍କ ଠାରେ ମଙ୍କିପକ୍ସ ଲକ୍ଷଣ ପ୍ରକାଶ ପାଇବା ପରେ ତାଙ୍କ ଠାରୁ ନମୂନା ସଂଗ୍ରହ କରାଯାଇ ପୁଣେ ସ୍ଥିତ ଜାତୀୟ ଭୂତାଣୁ ପ୍ରତିଷ୍ଠାନ (NIV)କୁ ପଠାଯାଇଥିଲା । ଆଜି ତାଙ୍କ ରିପୋର୍ଟ ଆସିବା ପରେ ସେ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ନିରୀକ୍ଷଣରେ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.