ETV Bharat / bharat

Parliament Budget Session: ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ - ବଜେଟ ଅଧିବେଶନ

ଆଜିଠୁ ସଂସଦର ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ବିରୋଧୀ । ଅଧିକ ପଢନ୍ତୁ

Parliament Budget Session
ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ
author img

By

Published : Mar 13, 2023, 9:26 AM IST

ନୂଆଦିଲ୍ଲୀ: ଆଜିଠୁ ସଂସଦରେ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏପ୍ରିଲ 6 ତାରିଖ ଯାଏ ହେବାକୁ ଥିବା ଏହି ଅଧିବେଶନରେ ମୋଟ 17ଟି କାର୍ଯ୍ୟ ଦିବସ ରହିଛି । ଦ୍ବିତୀୟ ପର୍ଯ୍ୟାୟ ବିଜେଟ ଅଧିବେଶକୁ ନେଇ ରାଜନୈତିକ ପାଣିପାଗ ସରଗରମ ରହିଛି । ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ହୋଇଛନ୍ତି । ବିଶେଷ କରି ଆଦାନୀ ପ୍ରସଙ୍ଗ, ଇଡି ଓ ସିବିଆଇ ଭଳି କେନ୍ଦ୍ରୀୟ ସଂସ୍ଥାଙ୍କ କାର୍ଯ୍ୟକଳାପକୁ ମୁଦ୍ଦା କରି ସରକାରଙ୍କୁ ଘେରିବାକୁ ବିରୋଧୀ ସଜବାଜ ହୋଇଛନ୍ତି ।

ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଜାନୁଆରୀ 31 ତାରିଖରୁ ଆରମ୍ଭ ହୋଇଥିଲା । ପ୍ରତିଦିନ ଗୃହରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା । ଆଦାନୀ ଝଡରେ କମ୍ପିଥିଲା ଗୃହ । ଆଦାନୀ ପ୍ରସଙ୍ଗରେ JPC ଦାବି କରି ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଦାନୀ ମାମଲାରେ ସଂଯୁକ୍ତ ସଂସଦୀୟ ସମିତି ଗଠନ ଏବଂ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅଧୀନରେ ମାମଲାର ତଦନ୍ତ ଦାବି କରିଥିଲେ ବିରୋଧୀ । ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ମଧ୍ୟ ବିରୋଧୀ ସମାନ ପ୍ରସଙ୍ଗକୁ ମୁଦ୍ଦା କରିପାରନ୍ତି ।

ସଂସଦର ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ କଂଗ୍ରେସ ସମେତ ବହୁ ବିରୋଧୀ ଦଳ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । କଂଗ୍ରେସ ସାଂସଦ ତଥା ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବରେ ଦଳୀୟ ସାଂସଦ ଏକାଠି ହୋଇଛନ୍ତି । ବୈଠକରେ କଂଗ୍ରେସ ସମେତ ଅନ୍ୟଦଳ ନେତା କେନ୍ଦ୍ରକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ବିରୋଧୀ ଦଳ ନେତାଙ୍କ ବିରୋଧରେ ଇଡି, ସିବିଆଇ ଭଳି କେନ୍ଦ୍ରୀୟ ସଂସ୍ଥାଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ ବିରୋଧୀରେ ବର୍ଷିବେ ବିରୋଧୀ । ବିଶେଷ କରି ଆଦାନୀ ପ୍ରସଙ୍ଗ, ମହଙ୍ଗା ମାଡ, ବେରୋଜଗାରୀ ବିଷୟରେ ଶାସକ ଦଳ ସହ ମୁହାମୁହିଁ ହୋଇପାରନ୍ତି ବିରୋଧୀ ।

ଆପ ନେତା ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି । ଆରଜେଡି ନେତାଙ୍କ ଘରେ ଇଡିର ଚଢାଉ । ବିଆରଏସ ନେତା କେ କବିତାଙ୍କୁ ମଧ୍ୟ ଇଡି ଜେରା କରିଛି । ତେଣୁ ବିରୋଧୀ ଦଳ ମିଳିତ ଭାବେ ଏହି ପ୍ରସଙ୍ଗକୁ ଉଠାଇବା ସମ୍ଭାବନା ରହିଛି । ଚୀନ ସହ ସୀମା ପ୍ରସଙ୍ଗରେ ଲୋକସଭାରେ ମୁଲତବୀ ନୋଟିସ୍‌ ଆଣିଛନ୍ତି ମନୀଷ ତିୱାରୀ । ସେହିପରି ଗୃହରେ ଏଲପିଜି ଦର ବୃଦ୍ଧି ପ୍ରସଙ୍ଗରେ ମୁଲତବୀ ନୋଟିସ ଆଣିଛନ୍ତି କଂଗ୍ରେସ ସାଂସଦ ମାନିକକାମ ଟାଗୋର । ତ୍ରିପୁରା ବିଧାନସଭା ନିର୍ବାଚନ ପରବର୍ତ୍ତୀ ହିଂସା ପ୍ରସଙ୍ଗରେ ଆଲୋଚନା ପାଇଁ ରାଜ୍ୟସଭା ସାଂସୟ ବିନୟ ବିଶ୍ବାମ ବ୍ୟବସାୟ ନୋଟିସ୍‌ ଆଣିଛନ୍ତି ।

ପ୍ରକାଶଥାଉ କି, ଜାନୁଆରୀ 31 ତାରିଖରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା । ଫେବୃଆରୀ 1 ତାରିଖରେ ସଂସଦରେ ବଜେଟ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ 31ରୁ ଫେବୃଆରୀ 13 ପର୍ଯ୍ୟନ୍ତ ହୋଇଥିଲା । ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆଜିଠୁ ଆରମ୍ଭ ହୋଇ ଏପ୍ରିଲ 6 ତାରିଖ ପର୍ଯ୍ୟନ୍ତ ଚାଲିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.