ETV Bharat / bharat

Evacuation from Ukraine: ସ୍ବଦେଶ ଫେରିଲେ ୨୫୦ ଭାରତୀୟ, ସ୍ବାଗତ କଲେ ସିନ୍ଧିଆ

author img

By

Published : Feb 27, 2022, 1:29 PM IST

ୟୁକ୍ରେନରୁ ବିମାନ ଯୋଗେ ସ୍ବଦେଶ ଫେରୁଛନ୍ତି ଭାରତୀୟ । ଦିଲ୍ଲୀ ବିମାନବନ୍ଦରରେ ୨୫୦ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କଲେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଅଧିକ ପଢନ୍ତୁ

Evacuation from Ukraine: ଅପରେସନ ଗଙ୍ଗାରେ ନିଜ ଦେଶକୁ ଫେରୁଛନ୍ତି ଭାରତୀୟ

ନୂଆଦିଲ୍ଲୀ: ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଛି ‘ଅପରେସନ ଗଙ୍ଗା’ । ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ରୋମାନିଆର ରାଜଧାନୀ ବୁଚାରେଷ୍ଟରୁ ୨୫୦ ଭାରତୀୟ ନାଗରିକଙ୍କୁ ନେଇ ଭାରତ ଅଭିମୁଖେ ଉଡାଣ ଭରିଥିବା ଏୟାର ଇଣ୍ଡିଆ ବିମାନ ଆଜି (ରବିବାର) ସକାଳେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଛି ।

  • #FlyAI: HMCA @JM_Scindia receiving the Indian nationals who were flown back to Delhi from Bucharest by AI 1942 on 27th Feb, '22 early morning, operated to evacuate Indians stranded at war-ravaged Ukraine. Thank you for guiding us on this mission @MoCA_GoI pic.twitter.com/y1DuYcjJTW

    — Air India (@airindiain) February 26, 2022 " class="align-text-top noRightClick twitterSection" data=" ">

କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିମାନବନ୍ଦରରେ ଉପସ୍ଥିତ ରହି ଭାରତୀୟଙ୍କୁ ସ୍ବାଗତ କରିଥିବା ଦେଖିବାକୁ ମିଳିଛି । ବିମାନରେ ବସିବା ପରେ ଭାରତ ମାତାକି ଜୟରେ କମ୍ପିଲା ବିମାନ । ନିଜ ଦେଶକୁ ଫେରୁଥିବାରୁ ବେଶ ଖୁସି ଅଛନ୍ତି ୟୁକ୍ରେନରେ ଫସିଥିବା ଭାରତୀୟ । ସୂଚନା ଥାଉକି, ଗତକାଲି(ଶନିବାର) ଠାରୁ ୟୁକ୍ରେନରେ ଫସି ରହିଥିବା ନାଗରିକମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଅପରେସନ ଗଙ୍ଗା ଆରମ୍ଭ ହୋଇଛି । ପ୍ରଥମ ବିମାନ, AI 1944 ସନ୍ଧ୍ୟାରେ ବୁଖାରେଷ୍ଟରୁ ୨୧୯ ଜଣଙ୍କୁ ନେଇ ମୁମ୍ବାଇ ଆସିଥିଲା । ଆଜି ସକାଳୁ ଦ୍ୱିତୀୟ ବିମାନ ଦିଲ୍ଲୀରେ ପହଞ୍ଚିଛି।

ସେପଟେ ବୁଡାଫେଷ୍ଟ (ହଙ୍ଗେରୀ)ରୁ ଆଉ ୨୪୦ ଭାରତୀୟ ନାଗରିକଙ୍କୁ ନେଇ ଅପରେସନ୍ ଗଙ୍ଗା ଅଧୀନରେ ତୃତୀୟ ବିମାନ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଛି । ଯୁଦ୍ଧକ୍ଷେତ୍ର ୟୁକ୍ରେନ ଭିତରୁ ଭାରତ ନିଜ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଅଭିଯାନକୁ ଜୋରଦାର କରିଛି । ପ୍ରାୟ ୧୬,୦୦୦ ଭାରତୀୟ ବର୍ତ୍ତମାନ ୟୁକ୍ରେନରେ ଫସି ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.