ETV Bharat / bharat

ଅରୁଣାଚଳ ପ୍ରଦେଶରେ ଦୁଇ ଯବାନ ନିଖୋଜ, ସର୍ଚ୍ଚ ଅପରେସନ ଜାରି

author img

By

Published : Jun 12, 2022, 7:07 PM IST

ଗତ ସପ୍ତାହରୁ ଉର୍ଦ୍ଧ୍ବ ହେଲାଣି ଅରୁଣାଚଳ ପ୍ରଦେଶର ଅନଜାଓ ଜିଲ୍ଲାରେ କାର୍ଯ୍ୟରତ ଦୁଇ ଯବାନ ନିଖୋଜ । ସର୍ଚ୍ଚ ଅପରେସନ ଜାରି ରଖିଛି ସେନା । ଗତ ମାସ ୨୮ ତାରିଖରେ ଶେଷ ଥର ପାଇଁ ପୋଷ୍ଟ ସହ ହୋଇଥିଲା ଯୋଗାଯୋଗ । ଅଧିକ ପଢନ୍ତୁ

ଅରୁଣାଚଳ ପ୍ରଦେଶରେ ଦୁଇ ଯବାନ ନିଖୋଜ, ସର୍ଚ୍ଚ ଅପରେସନ ଜାରି
ଅରୁଣାଚଳ ପ୍ରଦେଶରେ ଦୁଇ ଯବାନ ନିଖୋଜ, ସର୍ଚ୍ଚ ଅପରେସନ ଜାରି

ଇଟାନଗର: ଅରୁଣାଚଳ ପ୍ରଦେଶର ଅନଜାଓ ଜିଲ୍ଲାର ଫରଓ୍ବାଡ ପୋଷ୍ଟରେ କାର୍ଯ୍ୟରତ ଥିବା ଭାରତୀୟ ସେନାର ଦୁଇ ଯବାନ ଗତ ସପ୍ତାହେ ହେଲାଣି ନିଖୋଜ ଅଛନ୍ତି । ତାଙ୍କୁ ଠାବ କରିବା ଲାଗି ସର୍ଚ୍ଚ ଅପରେସନ ଜାରି ରହିଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ମଧ୍ୟ ସଫଳତା ମିଳିପାରି ନାହିଁ । ଗତମାସ ୨୮ ତାରିଖରୁ ଉଭୟଙ୍କ ସହ କ୍ୟାମ୍ପ ସହିତ ଯୋଗାଯୋଗ ହୋଇ ପାରିନାହିଁ । ଜଣେ ସେନା ମୁଖପାତ୍ରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦୁଇ ନିଖୋଜ ଯବାନ ନଏକ ପ୍ରକାଶ ସିଂ ଓ ଲାନ୍ସନାଏକ ହରେନ୍ଦ୍ର ସିଂ ।

ସେମାନେ କାର୍ଯ୍ୟରତ ଥିବା ପୋଷ୍ଟ ନିକଟରେ ପ୍ରବାହିତ ଏକ ନଦୀରେ ଦୁର୍ଘଟଣାବଶତଃ କୌଣସି ଅଘଟଣ ଘଟିଥିବା ନେଇ ଆଶଙ୍କା କରାଯାଉଛି । ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ସେନା ସର୍ଚ୍ଚ ଅପରେସନ ଜାରି ରଖିଛି । ଏହି ଅପରେସନରେ ସେନାର ପ୍ରଶିକ୍ଷିତ କୁକୁର ମଧ୍ୟ ନିୟୋଜିତ ହୋଇଛନ୍ତି । ସମସ୍ତ ପ୍ରୟାସ ସୁଦ୍ଧା ମଧ୍ୟ ସେନାକୁ କୌଣସି ସଫଳତା ମିଳିପାରିନାହିଁ ।

ଘଟଣା ସମ୍ପର୍କରେ ଉକ୍ତ ୨ ନିଖୋଜ ଯବାନଙ୍କ ପରିବାର ସଦସ୍ୟଙ୍କୁ ଅବଗତ କରାଯାଇଛି । ପରିବାର ସଦସ୍ୟଙ୍କ ସହ ନିୟମିତ ସମ୍ପର୍କରେ ମଧ୍ୟ ରହିଛି ସେନା । ନିଖୋଜ ଯବାନ କାର୍ଯ୍ୟରତ ଥିବା ଅନଜାଓ ପୋଷ୍ଟ ଉଭୟ ଅରୁଣାଚଳ ପ୍ରଦେଶ ଓ ମିଆଁମାର ସୀମାକୁ ଲାଗିଛି । ଏହି ଘଟଣାରେ ସେନା ମଧ୍ୟ କୋର୍ଟ ଅଫ ଇନକ୍ବାରୀ ନିର୍ଦ୍ଦେଶ ଦେଇସାରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.