ଲକ୍ଷ୍ନୌ: ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା SDM ଜ୍ୟୋତି ମୋର୍ଯ୍ୟ ମାମଲା ଦିନକୁ ଦିନ ରୋଚକ ହେବାରେ ଲାଗିଛି । ଗତ ମେ 7 ତାରିଖରେ ସ୍ବାମୀ ଆଲୋକ ମୌର୍ଯ୍ୟଙ୍କ ସମେତ ଶାଶୁଘର ଲୋକଙ୍କ ବିରୋଧରେ ଧୁମନଗଞ୍ଜ ଥାନାରେ ଅଭିଯୋଗ କରିଥିଲେ SDM ଜ୍ୟୋତି। ଯେଉଁଥିରେ ଆଲୋକ ମୌର୍ଯ୍ୟଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ଜ୍ୟୋତି। ଶାଶୁଘର ଲୋକଙ୍କ ତରଫରୁ ଜ୍ୟାତିଙ୍କୁ ନିର୍ଯାତନା, ଭିଡିଓ ଭାଇରାଲ କରିବା ନେଇ ବ୍ଲାକ ମେଲ୍ ଏବଂ ଯୌତୁକ ବାବଦରେ ଫର୍ଚୁନର ଗାଡ଼ି ବରାଦ କରିବା ଭଳି ଅଭିଯୋଗ ରହିଥିଲା। ଶାଶୁଘର ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଏଫଆଇରେ ଉଲ୍ଲେଖ କରିଥିଲେ ଜ୍ୟୋତି ।
ହେଲେ ଘଟଣାକୁ 2 ମାସ ବିତିବା ପରେ ସୁଦ୍ଧା ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ଅଭିଯୋଗ ହୋଇଛି। ତେବେ ଆଇଟି ଆକ୍ଟ ଅନୁସାରେ ଆବଶ୍ୟକୀୟ ପ୍ରମାଣ ଜ୍ୟୋତି ମୋର୍ଯ୍ୟଙ୍କ ତରଫରୁ ପ୍ରଦାନ କରାଯାଇନଥିବା ପୋଲିସ ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ, 19 ନଭେମ୍ବର 2010ରେ ରାମ ମୁରାରୀ ମୌର୍ଯ୍ୟଙ୍କ ପୁଅ ଆଲୋକ ମୌର୍ଯ୍ୟଙ୍କୁ ଜ୍ୟୋତି ବିବାହ କରିଥିଲେ। ହେଲେ ବିବାହର ମାତ୍ର କିଛି ଦିନ ପରେ ହିଁ ଉଭୟଙ୍କ ମଧ୍ୟରେ ବଚସା ହେବା ସହିତ ଦାମ୍ପତ୍ୟ ଜୀବନ ଭଲ ନଥିବା ଅଭିଯୋଗ ଆଣିଥିଲେ SDM ଜ୍ୟୋତି ମୋର୍ଯ୍ୟ। ଯାହାକୁ ନେଇ ଜ୍ୟୋତି ବିବାହ ବିଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଥିବାବେଳେ କେସ୍ ଫେରାଇ ନନେଲେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିଲା। ଏପରିକି ଜ୍ୟୋତିଙ୍କ ଭିଡିଓକୁ ଏଡିଟ୍ କରି ଭାଇରାଲ କରିବା ଭଳି ଧମକ ମିଳିଥିବା ସେ ଅଭିଯୋଗ କରିଛନ୍ତି।
ଏହା ମଧ୍ୟ ପଢନ୍ତୁ..."ମୋ ସ୍ତ୍ରୀ ନୁହେଁ ଜ୍ୟୋତି ମୌର୍ଯ୍ୟ" ଦମ୍ଭୋକ୍ତି ସହ ପତ୍ନୀଙ୍କୁ ଆଡମିଶନ କରାଉଛନ୍ତି ସ୍ବାମୀ
ଅପରପକ୍ଷେ, SDM ଜ୍ୟୋତି ମୌର୍ଯ୍ୟ ମାମଲାରେ ଛନ୍ଦି ହୋଇ ପଡ଼ିଛନ୍ତି ମହୋବାର ଜିଲ୍ଳା କମାଣ୍ଡେଣ୍ଟ୍ ମନିଷ ଦୁବେ। SDM ଜ୍ୟୋତି ମୋର୍ଯ୍ୟଙ୍କ ସହ ପରକୀୟା ପ୍ରୀତି ଥିବା ପରି ଗମ୍ଭୀର ଆରୋପ ଆଣିଥିଲେ ଜ୍ୟୋତିଙ୍କ ସ୍ବାମୀ ଆଲୋକ ମୌର୍ଯ୍ୟ । ଏହାପରେ ସରକାରଙ୍କ ତରଫରୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ପ୍ରୟାଗରାଜ ଡିଜି ହୋମଗାର୍ଡଙ୍କୁ ଦିଆଯାଇଥିଲା । ଯାଞ୍ଚ ରିପୋର୍ଟରେ ସ୍ୱାମୀ ଆଲୋକ ମୌର୍ଯ୍ୟଙ୍କ ଅଭିଯୋଗ ଠିକ ବୋଲି ଜଣାପଡିଥିଲା । ପ୍ରୟାଗରାଜ ଡିଜି ନିଜ ରିପୋର୍ଟରେ ମନୀଷ ଦୁବେଙ୍କୁ ନିଲମ୍ବନ କରିବା ସମେତ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ସେପଟେ ଏହି ଅଭିଯୋଗକୁ ଭିତ୍ତି କରି ତଦନ୍ତ ଚାଲିଥିବାବେଳେ ଗତ କିଛି ଦିନ ହେବ ଏହି ଘଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ହେଲେ ତଦନ୍ତ ସମୟରେ ଜ୍ୟୋତି କିମ୍ବା ଆଲୋକଙ୍କ ସହ ଯୋଗାଯୋଗ ହୋଇପାରିନଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ତଦନ୍ତ ସମୟରେ ଉଭୟ ପୋଲିସ ନିକଟରେ ଧରାଛୁଆଁ ଦେଉନଥିବାବେଳେ ଘଟଣାକୁ ନେଇ ସାଧାରଣରେ ବର୍ତ୍ତମାନ ଅନେକ ପ୍ରଶ୍ନ ସୃଷ୍ଟି ହୋଇିଛି।