ETV Bharat / bharat

ରାମଲାଲାଙ୍କ ଶ୍ରୀବିଗ୍ରହ ପାଇଁ ଚୂଡ଼ାନ୍ତ ହେଲା ପ୍ରଖ୍ୟାତ ମୂର୍ତ୍ତିକାର ଅରୁଣ ଯୋଗୀରାଜଙ୍କ ନିର୍ମିତ ମୂର୍ତ୍ତି - Shri Ramlalla Sarkar

Shri Vigraha of Bhagwan Shri Ramlalla Sarkar : ଗର୍ଭଗୃହରେ ସଂସ୍ଥାପିତ ହେବ ପ୍ରଖ୍ୟାତ ଦକ୍ଷିଣ ଭାରତୀୟ ମୂର୍ତ୍ତିକାର ଅରୁଣ ଯୋଗୀରାଜଙ୍କ ନିର୍ମିତ ରାମଲାଲାଙ୍କ ଶ୍ରୀବିଗ୍ରହ । ଅଧିକ ପଢନ୍ତୁ

ରାମଲାଲାଙ୍କ ଶ୍ରୀବଗ୍ରହ ପାଇଁ ଚୂଡାନ୍ତ ହେଲା ପ୍ରଖ୍ୟାତ ମୂର୍ତ୍ତିକାର ଅରୁଣ ଯୋଗୀରାଜଙ୍କ ନିର୍ମିତ ମୂର୍ତ୍ତି

author img

By ETV Bharat Odisha Team

Published : Jan 15, 2024, 5:25 PM IST

Updated : Jan 15, 2024, 6:13 PM IST

ଲକ୍ଷ୍ନୌ: କର୍ଣ୍ଣାଟକ ମହୀଶୂରର ପ୍ରସିଦ୍ଧ ମୂର୍ତ୍ତିକାର ଅରୁଣ ଯୋଗୀରାଜଙ୍କ ଦ୍ବାରା ନିର୍ମିତ ମୂର୍ତ୍ତି ରାମଲାଲାଙ୍କ ଶ୍ରୀବିଗ୍ରହ ପାଇଁ ଚୟନ ହୋଇଛି । ଏକାଧିକ ମୂର୍ତ୍ତିକାରଙ୍କ ପକ୍ଷରୁ ଶ୍ରୀବିଗ୍ରହଙ୍କ ନମୂନା ପ୍ରଦାନ କରାଯାଇଥିଲା । ଦକ୍ଷିଣ ଭାରତର ପ୍ରଖ୍ୟାତ ମୂର୍ତ୍ତିକାର ଯୋଗୀରାଜଙ୍କ ମୂର୍ତ୍ତିକୁ ଟ୍ରଷ୍ଟ ପକ୍ଷରୁ ଚୂଡ଼ାନ୍ତ କରାଯାଇଛି । ଏହି ଭବ୍ୟ ମୂର୍ତ୍ତି କୃଷ୍ଣଶୀଳା ନାମକ ବିଶେଷଧରଣର ପ୍ରସ୍ତରରେ ନିର୍ମିତ କରାଯାଇଛି । ଯାହାକୁ 18 ତାରିଖରେ ଗର୍ଭଗୃହ ମଧ୍ୟରେ ସିଂହାସନରେ ସଂସ୍ଥାପିତ କରାଯିବା ସହ 22 ରେ ପ୍ରାଣପ୍ରତିଷ୍ଠା କରାଯିବ । ଏନେଇ ରାମ ଜନ୍ମଭୂମି ଟ୍ରଷ୍ଟ ଟ୍ବିଟ୍‌ ମାଧ୍ୟମରେ ବିଧିବଦ୍ଧ ଘୋଷଣା କରିଛି ।

  • कर्नाटक के प्रसिद्ध मूर्तिकार श्री अरुण योगीराज द्वारा कृष्णशिला पर निर्मित मूर्ति का चयन भगवान श्री रामलला सरकार के श्री विग्रह के रूप में प्रतिष्ठित होने हेतु किया गया है।

    The Murti sculpted on Krishna Shila, by renowned sculptor Shri Arun Yogiraj, has been selected as Shri…

    — Shri Ram Janmbhoomi Teerth Kshetra (@ShriRamTeerth) January 15, 2024 " class="align-text-top noRightClick twitterSection" data=" ">

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅରୁଣ ଯୋଗୀରାଜଙ୍କ ସମେତ 3 ପ୍ରଖ୍ୟାତ ମୂର୍ତ୍ତିକାରଙ୍କ ଦ୍ବାରା ନିର୍ମିତ ମୂର୍ତ୍ତିକୁ ଶ୍ରୀବିଗ୍ରହ ପାଇଁ ବିଚାରକୁ ନିଆଯାଇଥିଲା । ଏବେ ପ୍ରତିଷ୍ଠା ଦିବସର କିଛି ଦିନ ପୂର୍ବରୁ ବିଗ୍ରହ ଚୂଡାନ୍ତ କରିଛି ଟ୍ରଷ୍ଟ । ତେବେ 22 ତାରିଖରେ ହେବାକୁ ଥିବା ପ୍ରାଣପ୍ରତିଷ୍ଠା ପ୍ରକ୍ରିୟା ପୂର୍ବରୁ 18 ତାରିଖରେ ଗର୍ଭଗୃହରେ ବିଗ୍ରହ ସଂସ୍ଥାପିତ ହେବ । 16 ରୁ ପ୍ରାକ ପ୍ରତିଷ୍ଠା ବିଧି ଭାବେ ହୋମଯଜ୍ଞ ମଧ୍ୟ ଆରମ୍ଭ ହୋଇଯିବା ନେଇ ଟ୍ରଷ୍ଟ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ।

କି’ଏ ଏହି ମୂର୍ତ୍ତିକାର ଅରୁଣ ଯୋଗୀରାଜ:-

ଭବ୍ୟ ରାମ ମନ୍ଦିରର ଗର୍ଭଗୃହରେ ପ୍ରତିଷ୍ଠା ହେବାକୁ ଯାଉଥିବା ରାମଲାଲାଙ୍କ ଶ୍ରୀବିଗ୍ରହର ନିର୍ମାଣର ସୌଭାଗ୍ୟ ପାଇଥିବା ପ୍ରଖ୍ୟାତ ଶିଳ୍ପୀ ଅରୁଣ ଯୋଗୀରାଜ ହେଉଛନ୍ତି କର୍ଣ୍ଣାଟକର ମହୀଶୂରର ବାସିନ୍ଦା । ସେ ତାଙ୍କର ପ୍ରସ୍ତର କାରିଗରୀ ପାଇଁ ସମଗ୍ର ଦେଶରେ ପୂର୍ବରୁ ମଧ୍ୟ ବେଶ ପରିଚିତ । ପୂର୍ବରୁ ସେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ମଧ୍ୟ ନିର୍ମାଣ କରିସାରିଛନ୍ତି । ଯାହାକୁ ଅନ୍ୟତମ ସନାତନ ଧାମ କେଦାରନାଥ ପୀଠରେ ସଂସ୍ଥାପିତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :- ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ: 19ରୁ ଲକ୍ଷ୍ନୌ-ଅଯୋଧ୍ୟାକୁ ହେଲିକପ୍ଟର ସେବା

ଏହାଛଡା ସେ ଦିଲ୍ଲୀର ଇଣ୍ଡିଆ ଗେଟରେ ସ୍ଥାପିତ ହୋଇଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ବିଶାଳ ଦଣ୍ଡାୟମାନ ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ । ସ୍ବତନ୍ତ୍ର ଧରଣର ଗ୍ରେନାଇଟ ପ୍ରସ୍ତରରେ ନେତାଜୀଙ୍କର ବିଶାଳ ଦଣ୍ଡାୟମାନ ତଥା ସାଲ୍ୟୁଟ କରୁଥିବା ମୁଦ୍ରାରେ ନିର୍ମିତ ପ୍ରତିମୂର୍ତ୍ତି ଏବେ ଇଣ୍ଡିଆ ଗେଟ ସମ୍ମୁଖରେ ସ୍ଥାପନ କରାଯାଇଛି । ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିଥିଲେ । ତେବେ ରାମ ମନ୍ଦିରର ଶ୍ରୀବିଗ୍ରହ ପାଇଁ ମଧ୍ୟ ଅନ୍ୟ ମୂର୍ତ୍ତିକାରଙ୍କ ସମେତ ଯୋଗୀରାଜଙ୍କୁ ସୁଯୋଗ ମିଳିଥିଲା । ତାଙ୍କ ଦ୍ବାରା ନିର୍ମିତ ଏହି ଭବ୍ୟ ଶ୍ରୀବିଗ୍ରହ ଏବେ କୋଟି କୋଟି ହିନ୍ଦୁଙ୍କର ଆସ୍ଥାର କେନ୍ଦ୍ର ବନିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 15, 2024, 6:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.