ETV Bharat / bharat

Article 370 case: ଅଗଷ୍ଟରୁ ଶୁଣାଣି ଆରମ୍ଭ କରିପାରନ୍ତି ସର୍ବୋଚ୍ଚ କୋର୍ଟ

author img

By

Published : Jul 6, 2023, 6:38 AM IST

ଧାରା 370 ଉଚ୍ଛେଦ ମାମଲାର ଅଗଷ୍ଟରୁ ଶୁଣାଣି ଆରମ୍ଭ କରିପାରନ୍ତି ସର୍ବୋଚ୍ଚ କୋର୍ଟ । ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠରେ ଶୁଣାଣି ହେବା ସମ୍ଭାବନା । ଅଧିକ ପଢନ୍ତୁ

Article 370 case : ଅଗଷ୍ଟରୁ ଶୁଣାଣି ଆରମ୍ଭ କରିପାରନ୍ତି ସର୍ବୋଚ୍ଚ କୋର୍ଟ

ନୂଆଦିଲ୍ଲୀ: କାଶ୍ମୀରକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ କରୁଥିବା ଧାରା 370 ଉଚ୍ଛେଦ କରିବା ଓ ଏହାର ରାଜ୍ୟ ପାହ୍ୟାକୁ ବିଭାଜିତ କରି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଛି । ଏହା ବିରୋଧରେ ଦାଖଲ ହୋଇଥିବା ମାମଲାର ଶୁଣାଣି ଅଗଷ୍ଟରୁ ଆରମ୍ଭ କରିପାରନ୍ତି ସର୍ବୋଚ୍ଚ କୋର୍ଟ । ତେବେ ଏହାର ଶୁଣାଣି ନେଇ କୌଣସି ତାରିଖ ଘୋଷଣା କରାଯାଇନଥିବା ବେଳେ ଏହାର ଶୁଣାଣି ପ୍ରକ୍ରିୟା ଅଗଷ୍ଟରୁ ଆରମ୍ଭ ହେବା ନେଇ ସୂଚନା ମିଳିଛି । ତେବେ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି ତାରିଖ ଉଲ୍ଲେଖ କରିନାହାଁନ୍ତି । ଏହି ବେଞ୍ଚରେ ଭାରତର ପ୍ରଧାନ ବିଚାରପତି ଡି.ଇ ଚନ୍ଦ୍ରଚୁଦ ନେତୃତ୍ୱ ନେବେ ଏବଂ ଏଥିରେ ଜଷ୍ଟିସ ସଞ୍ଜୟ କିଶନ କୌଲ, ସଞ୍ଜୀବ ଖାନ୍ନା, ବିଆର ଗାଭାଇ ଏବଂ ସୂର୍ଯ୍ୟକାନ୍ତ ରହିବା ନେଇ ସୂଚନା ମିଳିଛି । ଜୁଲାଇ 11 ରେ ଶୁଣାଣି ପାଇଁ ଏହି ମାମଲାର ପ୍ରସ୍ତୁତ କରିବାକୁ ବେଞ୍ଚ ପ୍ରକ୍ରିୟାଗତ ନିର୍ଦ୍ଦେଶ ପ୍ରଦାନ କରିବ। ପରେ ଅଗଷ୍ଟରୁ ଏହି ବହୁଚର୍ଚ୍ଚିତ ମାମଲାର ଶୁଣାଣି ଆରମ୍ଭ ହେବ ।

ଗତକାଲି(ମଙ୍ଗଳବାର) ସାମାଜିକ କାର୍ଯ୍ୟକର୍ତ୍ତା ତିସ୍ତା ସେତଲଓ୍ବାଡଙ୍କ ଆବେଦନର ଶୁଣାଣି ସମୟରେ ଜଷ୍ଟିସ ବି.ଆର ଗାଭାଇ କହିଥିଲେ ଯେ ଅଗଷ୍ଟରେ ଧାରା 370କୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରିବେ । ଧାରା 370 ଏବଂ ଜାମ୍ମୁ କାଶ୍ମୀର ପୁନର୍ଗଠନ ଅଧିନିୟମ, 2019ରେ ଏହି ଧାରାକୁ ରଦ୍ଦ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଛି । 2019ରେ କେନ୍ଦ୍ର ଏହାକୁ ଉଚ୍ଛେଦ କରି ଜାମ୍ମୁ କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଯଥା ଜମ୍ମୁ କାଶ୍ମୀର ଏବଂ ଲଦାଖରେ ବିଭକ୍ତ କରିଛି । ଯାହାକୁ ସର୍ବୋଚ୍ଚ କୋର୍ଟରେ ଚ୍ଯାଲେଞ୍ଜ କରାଯାଇଛି ।

ଏହା ପୂର୍ବରୁ 2020 ମସିହା ମାର୍ଚ୍ଚରେ ସୁପ୍ରିମକୋର୍ଟର ଏକ ବେଞ୍ଚ୍‌ କହିଥିଲେ ଯେ, ଧାରା 370 ରଦ୍ଦକୁ ଚ୍ୟାଲେଞ୍ଜ କରି ହୋଇଥିବା ମାମଲାକୁ ସାତଜଣିଆ ବିଚାରପତିଙ୍କ ସମ୍ବିଧାନ ଖଣ୍ଡପୀଠକୁ ପଠାଇବାର କୌଣସି ଆବଶ୍ୟକତା ନାହିଁ । ଡିସେମ୍ବର 2019ରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା ।

2019ରେ କେନ୍ଦ୍ର ସରକାର ସଂସଦରେ ଏହି ଧାରା ଉଚ୍ଛେଦ ପାଇଁ ବିଲ ଆଗତ କରି ପାରିତ ମଧ୍ୟ କରିବାରେ ସଫଳ ହୋଇଥିଲେ । କାଶ୍ମୀରକୁ ଭାରତୀୟ ସମ୍ବିଧାନରେ ସ୍ବତନ୍ତ୍ର ପାହ୍ୟା ଦେଉଥିବା ଧାରା 370 ଓ ଅନୁଚ୍ଛେଦ 35-ଏ'କୁ ଉଚ୍ଛେଦ କରାଯାଇଥିଲା । ଯାହାକୁ ଏକାଧିକ ବିରୋଧୀ ଦଳ ବିରୋଧ କରିଥିଲେ । ଏହାକୁ ଚ୍ଯାଲେଞ୍ଜ କରି ଏକାଧିକ ଜନସ୍ବାର୍ଥ ମାମଲା ସର୍ବୋଚ୍ଚ କୋର୍ଟରେ ଦାଖଲ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.