ETV Bharat / bharat

Delhi School Re-opening: ସୋମବାରଠୁ ରାଜଧାନୀରେ ଖୋଲିବ ସ୍କୁଲ

author img

By

Published : Feb 4, 2022, 1:55 PM IST

ରାଜଧାନୀ ଦିଲ୍ଲୀରେ ଖୋଲିବ ଶିକ୍ଷାନୁଷ୍ଠାନ । ସ୍କୁଲ ଯିବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ସୋମବାରଠୁ ଦିଲ୍ଲୀରେ ଖୋଲିବ ସ୍କୁଲ
ସୋମବାରଠୁ ଦିଲ୍ଲୀରେ ଖୋଲିବ ସ୍କୁଲ

ଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୋହଳ ହେଲା କଟକଣା । ଆସନ୍ତା ୭ ତାରିଖରେ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ । ସ୍କୁଲ ଯିବେ ନବମରୁ ଉପର ଶ୍ରେଣୀ ଛାତ୍ରଛାତ୍ରୀ । ନବମ କ୍ଲାସରୁ ଉପରକୁ ସବୁ କ୍ଲାସ ଖୋଲିବା ପାଇଁ ଆଜି ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥୋରିଟି(DDMA)ର ବୈଠକରେ ନିଷ୍ପତ୍ତି ନିଆଯାଇଛି । ସ୍କୁଲ, କଲେଜ ଏବଂ ଅନ୍ୟାନ୍ୟ କୋଚିଂ ସେଣ୍ଟର ସମେତ କୋଭିଡ କଟକଣା ମଧ୍ୟରେ ଜିମ୍ ଓ ସ୍ପା ଖୋଲିବାକୁ ମଧ୍ୟ ଅନୁମତି ମିଳିଛି । ଏପରିକି ସହରରେ ନାଇଟ କର୍ଫ୍ୟୁ ଅବଧିକୁ ଏକ ଘଣ୍ଟା କମ୍ କରିଛନ୍ତି ରାଜ୍ୟ ସରକାର ।

ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ(Anil Baijal)ଙ୍କ ଅଧ୍ୟକ୍ଷତାରେ DDMA ବୈଠକ ବସିଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ବହୁ ବିଶେଷଜ୍ଞ ସାମିଲ ହୋଇଥିଲେ । ଦେଶରେ ଏବେ ସଂକ୍ରମଣ କ୍ରମଶଃ ହ୍ରାସ ପାଉଛି । ଗୁରୁବାର ରାଜଧାନୀରେ ୨,୬୬୮ଟି ପଜିଟିଭ ମାମଲା ଚିହ୍ନଟ ହୋଇଛି ।

ପୂର୍ବାପେକ୍ଷା ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବାରୁ ଏସବୁକୁ ବିଚାରକୁ ନେଇ କଟକଣା କୋହଳ ନିଷ୍ପତ୍ତି ନିଆଯାଇଛି । ପ୍ରକାଶଥାଉ କି, ବର୍ଦ୍ଧିତ ଓମିକ୍ରନ ସଂକ୍ରମଣ ଯୋଗୁଁ ଡିସେମ୍ବର ୨୯ ତାରିଖରୁ ଦିଲ୍ଲୀରେ ସମସ୍ତ ସ୍କୁଲ କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.