ଭୋପାଳ: ଏକାସଙ୍ଗରେ ଦୁଇଟି ହାତରେ ଲେଖିବା ଏକ କଳା । ଏହା କୌଣସି ଯାଦୁଗରୀ କଳା ନୁହେଁ ବରଂ ବାସ୍ତବରେ ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶ ସିଙ୍ଗରୋଲି ଜିଲ୍ଲାର ଏକ ଛୋଟ ଗାଁ ବୁଧେଲାରେ ପ୍ରାୟ 10 ଛାତ୍ରୀ ଛାତ୍ରୀ ଏକାସଙ୍ଗରେ ଲେଖିପାରୁଥିବା ଦେଖିବାକୁ ମିଳିଛି । ଏହି ଗାଁର ଥିବା ସ୍କୁଲରେ ଛାତ୍ରଛାତ୍ରୀ ଏହି କଳାରେ ନିପୁଣ । କମ୍ପୁଟରର କିବୋର୍ଡ ପରି ଏକାସଙ୍ଗରେ ଦୁଇଟି ହାତରେ ଲେଖୁଛନ୍ତି ଛାତ୍ରୀଛାତ୍ରୀ । ଯେଉଁ କାମକୁ ସାଧାରଣ ପିଲା ଅଧଘଣ୍ଟାରେ କରି ପାରୁ ନାହାନ୍ତି ତାହାକୁ ଗୋଟିଏ ମିନିଟରେ କରୁଛନ୍ତି ଏହି ଛାତ୍ରଛାତ୍ରୀ । ଲଗାତାର ଅଭ୍ୟାସ ଦ୍ବାରା ଛାତ୍ରଛାତ୍ରୀ ଏଥିରେ ପାରଙ୍ଗମ ହୋଇଛନ୍ତି । କେବଳ ଏକସଙ୍ଗରେ ଲେଖିବା ନୁହେଁ ବରଂ 5 ଭାଷା ଲେଖିବାରେ ମଧ୍ୟ ସଫଳ ହୋଇଛନ୍ତି । ଛାତ୍ରଙ୍କ ଏହି କୌଶଳକୁ ହ୍ୟାରୀ ପୋଟର ଯାଦୁଗରୀ ବୋଲି କୁହନ୍ତି ।
ସିଙ୍ଗରୋଲ ଜିଲ୍ଲାର ଛୋଟ ଗାଁ ବୁଧେଲାର ଏକ ସ୍କୁଲ ଛାତ୍ରଛାତ୍ରୀ ଏହି କୌଶଳରେ ପାରଙ୍ଗମ ହୋଇଛନ୍ତି । ଗାଁର ବୀରଗନ୍ଦ ଶର୍ମା ଏହି ଚିନ୍ତାଧାର ନେଇ ପ୍ରୟାସ ଆରମ୍ଭ କରିଥିଲେ । 1999ରେ ପ୍ରୟାସ ଆରମ୍ଭ କରିଥିଲେ । ବୀରଗନ୍ଦ ଶର୍ମା ଜବଲପୁରରେ ସେନା ଶିକ୍ଷା ନେଉଥିଲେ । ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଗୋଟିଏ ହାତରେ ଲେଖିବାର ଦକ୍ଷତା ରଖୁଥିବା ଜାଣିବାକୁ ପାଇଥିଲେ । ଏପରି କିପରି ହେବା ଜାଣିବାକୁ ଇଚ୍ଛା ତାଙ୍କୁ ଏ ଦିଗରେ ପ୍ରୟାସ ଆରମ୍ଭ କରିବାକୁ ବାଧ୍ୟ କରିଥିଲା । ସେ ଜାଣିବାକୁ ପାଇଥିଲେ ଯେ ନାଳନ୍ଦା ବିଶ୍ବ ବିଦ୍ୟାଳୟ ଛାତ୍ର ପ୍ରତିଦିନ 32 ହଜାର ଶଦ୍ଦ ଲେଖିବାର ଦକ୍ଷତା ରଖିଛନ୍ତି ।
11 ଘଣ୍ଟାରେ 24 ହଜାର ଶଦ୍ଧ ଲେଖି ପାରୁଛନ୍ତି ଛାତ୍ରଛାତ୍ରୀ...
ବୀରଗନ୍ଦ ଶର୍ମା ଏହାକୁ ସଫଳ କରି ଦେଖାଇଛନ୍ତି । ପ୍ରଥମେ ସେ ଦୁଇ ହାତରେ ଲେଖିବା ଆରମ୍ଭ କରିଥିଲେ । ମାତ୍ର ପ୍ରଥମରୁ ସେ ସଫଳ ହୋଇନଥିଲେ । ଏହାପରେ ପିଲାମାନଙ୍କୁ ନେଇ ପ୍ରୟାସ ଆରମ୍ଭ କରିଥିଲେ । ଛାତ୍ରଛାତ୍ରୀମାନେ ଏହାକୁ ଶିଖିବାରେ ସଫଳ ହୋଇଥିଲେ । ଛାତ୍ରଛାତ୍ରୀମାନେ 11 ଘଣ୍ଟାରେ 24 ହଜାର ଶଦ୍ଦ ଲେଖିବାରେ ସଫଳ ହୋଇଛନ୍ତି ।ବୀରଗନ୍ଦ ଶର୍ମା କହିଛନ୍ତି, ''ଏହା ଏକ ସାଧନା ଭଳି । ଧ୍ୟାନ, ଯୋଗ, ଦୃଢ ସଂକଳ୍ପ ନେଇ ଲକ୍ଷ୍ୟ ହାସଲ କରି ହୁଏ । ଏକ ମିନିଟରେ 250 ଭାଷା ଶଦ୍ଦର ଅନୁବାଦ କରିଛନ୍ତି । 1 ମିନିଟରେ 17 ଯାଏଁ ପଣିକିଆ ଲେଖି ପାରୁଛନ୍ତି ଛାତ୍ରଛାତ୍ରୀ ।
ଏହା ପଛରେ କଣ ରହିଛି ବିଜ୍ଞାନ ତର୍କ...
ସିଙ୍ଗରୋଲି ଜିଲ୍ଲା ଡାକ୍ତରଖାନା ମନୋବିଜ୍ଞାନୀ ଡାକ୍ତର ଆଶିଷ ପାଣ୍ଡେ କହିଛନ୍ତି, "ଆମ ମସ୍ତିଷ୍କର ଦୁଇଟି ଭାଗରେ ବିଭକ୍ତ । ମୁଣ୍ଡର ବାମ ଭାଗ ଡାହାଣ ଭାଗକୁ ନିୟନ୍ତ୍ରଣ କରେ ଏବଂ ଡାହାଣ ଭାଗ ବାମ ଭାଗକୁ ନିୟନ୍ତ୍ରଣ କରିଥାଏ । ଏ ନେଇ ଲୋକ ଡାହାଣ ଓ ବାମ ଭାଗରେ କାମ କରିଥାନ୍ତି । ମାତ୍ର 1 ପ୍ରତିଶତ ଏମିତି ବି ଲୋକ ଅଛନ୍ତି ଯିଏ ଦୁଇଟି ହାତରେ କାମ କରନ୍ତି ।"