ETV Bharat / bharat

ସ୍କୁଲ ଛାତ୍ରଙ୍କ କାରନାମା: ବୋମା ଭିଡିଲେ, କାର ଉପରେ କଲେ ଟେଷ୍ଟିଂ, ବାନ୍ଧିନେଲା ପୋଲିସ

author img

By

Published : Jan 10, 2023, 9:08 PM IST

ୟୁଟ୍ୟୁବ ଦେଖି ବୋମା ତିଆରି କରୁଥିଲେ ସ୍କୁଲ ଛାତ୍ର (puducherry School students making bomb)। ପରୀକ୍ଷଣ ପାଇଁ କାର ଉପରେ କଲେ ମାଡ । ଗିରଫ ହେବା ପରେ ଆସିଲା ଏପରି ତଥ୍ୟ । ଅଧିକ ପଢନ୍ତୁ

ୟୁଟ୍ଯୁବ ଦେଖି ବୋମା ତିଆରି କରୁଥିଲେ ସ୍କୁଲ ଛାତ୍ର, ବାନ୍ଧି ନେଲା ପୋଲିସ

ହାଇଦ୍ରାବାଦ: ୟୁଟ୍ୟୁବ ଦେଖି ବୋମା ପ୍ରସ୍ତୁତ କରୁଥିଲେ ସ୍କୁଲ ଛାତ୍ର (puducherry School students making bomb) । ନିଜ ଦ୍ବାରା ପ୍ରସ୍ତୁତ ବୋମାର ପରୀକ୍ଷଣ ପାଇଁ ରାସ୍ତାକଡରେ ପାର୍କ ହୋଇଥିବା କାର ଉପରେ ମାଡ ମଧ୍ୟ କଲେ । 6ଜଣ ଛାତ୍ର ଏପରି କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଖବର ପାଇ ପୋଲିସ ସେମାନଙ୍କୁ ଗିରଫ କରିବା ସହ ବୋମା ତିଆରିରେ ବ୍ୟବହୃତ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରିଛି । ଏପରି କିଛି ଘଟଣା ପୁଡୁଚେରୀରେ ଦେଖିବାକୁ ମିଳିଛି । ସମସ୍ତ ଗିରଫ ଅଭିଯୁକ୍ତଙ୍କ ବୟସ 16 ରୁ 17 ହେବ ଓ ସମସ୍ତେ ସ୍କୁଲରେ ପାଠ ପଢୁଥିବା ସ୍ଥାନୀୟ ପୋଲିସ ପ୍ରାଥମିକ ଜେରା ପରେ କହିଛି ।

ପୁଡୁଚେରୀର ପୋଲିସର ତଦନ୍ତକାରୀ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଶାନ୍ତିନଗର ବାଲାଜୀ ଥିଏଟର ଏରିଆରେ ରାସ୍ତା କଡରେ ପାର୍କ ହୋଇଥିବା ଏକ କାରକୁ କିଛି ଯୁବକ ବୋମାମାଡ କରିଥିବା ସୂଚନା ମିଳିଥିଲା । ତେବେ ପୋଲିସ ଘଟଣାର ତଦନ୍ତ କରିବା ପରେ ଏହି ବୋମାମାଡ ପଛରେ ଏହି ଛାତ୍ରମାନଙ୍କର ସମ୍ପୃକ୍ତି ଥିବା ଜାଣିବାକୁ ପାଇଥିଲା । ସେମାନଙ୍କ ମଧ୍ୟରୁ 4ଜଣଙ୍କୁ ଗିରଫ କରି ଜେରା କରିବା ପରେ ବୋମାମାଡର କାରଣ ସମ୍ପର୍କରେ ଏପରି ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଥିଲା ।

ଏହି ବୋମାମାଡ ପଛରେ କୌଣସି ନିର୍ଦ୍ଦିଷ୍ଟ କାରଣ ମଧ୍ୟ କିଛି ନଥିଲା । ସେମାନେ ହାତରେ ତିଆରି କରିଥିବା ବୋମାର ପରୀକ୍ଷଣ ପାଇଁ ରାସ୍ତାକଡରେ ଛିଡା ହୋଇଥିବା କାରକୁ ମାଡ କରିଥିଲେ । ଏଥିରେ କାରଟି କ୍ଷତିଗ୍ରସ୍ତ ହୋଇଥିଲା । ତେବେ କାରରେ କେହି ନଥିବା କାରଣରୁ କେହି ମୃତାହତ ହୋଇନଥିଲେ । ସେମାନେ ୟୁଟ୍ୟୁବ ଦେଖି ବୋମା ତିଆରି କରିବା ଶିଖିବା ସହ ଏହାକୁ ନିଜେ ପ୍ରସ୍ତୁତ କରିଥିଲେ ।

ଏହି 6ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇଜଣ ସ୍କୁଲ ଛାତ୍ର, ଜଣେ ପଲିଟେକ୍ନିକ ଛାତ୍ର, ଜଣେ ବିଏ ପ୍ରଥମ ବର୍ଷର ଛାତ୍ର ଏବଂ ଦୁଇ ଜଣ ଡ୍ରପଆଉଟ୍ ଛାତ୍ର ଅଛନ୍ତି । ଘଟଣାସ୍ଥଳରୁ 4 ଜଣଙ୍କୁ ଗିରଫ କାରଯାଇଥିବା ବେଳେ ଅନ୍ୟ 2 ଜଣ ଫେରାର ହୋଇଯାଇଛନ୍ତି । 4ଙ୍କୁ ଗିରଫ ସହ ଏକାଧିକ ବିସ୍ଫୋରକ ସାମଗ୍ରୀ ଜବତ କରିଛି । ସମସ୍ତଙ୍କର ଅପରାଧିକ ପୃଷ୍ଠଭୂମି ଯାଞ୍ଚ କରାଯାଇଥିଲେ ସୁଦ୍ଧା ସେପରି କିଛି ପ୍ରମାଣ ପୋଲିସ ହାତରେ ଲାଗିନାହିଁ । ସମସ୍ତଙ୍କୁ ବଳ ଅପରାଧ ବୋର୍ଡ ନିକଟରେ ଜାରି କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.