ETV Bharat / bharat

Demonetization Row: ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା କହିଲେ ସୁପ୍ରିମକୋର୍ଟ - ବିମୁଦ୍ରୀକରଣ ନିଷ୍ପତ୍ତି ଠିକ ଥିଲା

ବିମୁଦ୍ରୀକରଣ ମାମଲାରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍‌ । ନୋଟବନ୍ଦୀ ନିଷ୍ପତ୍ତି ଠିକ୍ ଥିଲା ବୋଲି ରାୟ ଦେଇଛନ୍ତି ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ । ଅଧିକ ପଢନ୍ତୁ

Demonetisation Row
Demonetisation Row
author img

By

Published : Jan 2, 2023, 11:29 AM IST

Updated : Jan 2, 2023, 12:20 PM IST

ନୂଆଦିଲ୍ଲୀ: ବିମୁଦ୍ରୀକରଣକୁ ନେଇ ଆସିଲା ସୁପ୍ରିମକୋର୍ଟଙ୍କ ବଡ ରାୟ । କେନ୍ଦ୍ର ସରକାରଙ୍କୁ କ୍ଲିନଚିଟ ଦେଲେ ସୁପ୍ରିମକୋର୍ଟ(SC Upholds Union Government's 2016 Demonetization Decision) । କହିଲେ, ବିମୁଦ୍ରୀକରଣ ନିଷ୍ପତ୍ତି ଠିକ ଥିଲା । ଶୀତ ଅବକାଶ ପରେ ଆଜି ପ୍ରଥମ ଦିନରେ ୫ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଏଥିସହ ବିମୁଦ୍ରୀକରଣକୁ ନେଇ ହୋଇଥିବା ୫୮ଟି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି।

  • Supreme Court upholds the decision of the Central government taken in 2016 to demonetise the currency notes of Rs 500 and Rs 1000 denominations. pic.twitter.com/sWT70PoxZX

    — ANI (@ANI) January 2, 2023 " class="align-text-top noRightClick twitterSection" data=" ">

ଏହା ମଧୟ ପଢନ୍ତୁ: Suryanagari Express Derailed: ଟ୍ରାକରୁ ଖସିଲା ୧୨ ବଗି, 20ରୁ ଊର୍ଦ୍ଧ୍ବ ଆହତ

କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ମୋଟ ୫୮ଟି ପିଟିସନ ଦାଖଲ ହୋଇଥିଲା । ୨୦୧୬ ମସିହା ନଭେମ୍ବର ୮ ତାରିଖ ଦିନ କେନ୍ଦ୍ର ସରକାର ଦେଶରେ ପ୍ରଚଳିତ ୫୦୦ ଓ ହଜାରେ ଟଙ୍କିଆ ନୋଟ ଅଚଳ କରିବାକୁ ଚ୍ୟାଲେଞ୍ଜ କରି ପିଟିସନ ଦାଖଲ ହୋଇଥିଲା । କିନ୍ତୁ ଏହା ଏକ୍ସୁକ୍ୟୁଟିଭ୍‌(କାର୍ଯ୍ୟପାଳିକା)ର ନୀତି ହୋଇଥିବାରୁ ଏହାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି କହିଛନ୍ତି ଜଷ୍ଟିସ ଅବଦୁଲ ନାଜିରଙ୍କ ଅଧ୍ୟକ୍ଷତାରେ ୫ଜଣିଆ ଖଣ୍ଡପୀଠ ।

ସୁପ୍ରିମକୋର୍ଟ ଖଣ୍ଡପୀଠ ରାୟ ଶୁଣାଇ କହିଛନ୍ତି, "ବିମୁଦ୍ରୀକରଣ ପୂର୍ବରୁ କେନ୍ଦ୍ରସରକାର ଏବଂ ଆଇବିଆଇ ମଧ୍ୟରେ ଆଲୋଚନା ହୋଇଥିଲା । ଏହାଛଡ଼ା ସରକାରଙ୍କ ପାଖରେ ବିମୁଦ୍ରୀକରଣ କରିବା ପାଇଁ ଏକ ଗ୍ରହଣୀୟ କାରଣ ରହିଥିଲା । ଏହାଦ୍ବାରା କୌଣସି କ୍ଷେତ୍ର ଉପରେ ପ୍ରଭାବ ପଡ଼ିଛି ବୋଲି ସୁପ୍ରିମକୋର୍ଟ ଅନୁମାନ କରୁନାହାନ୍ତି । ବିମୁଦ୍ରୀକରଣରେ କୌଣସି ତୃଟି ନାହିଁ । ସମସ୍ତ ରେକର୍ଡ ଯାଞ୍ଚ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଟ୍ୟାକ୍ସଚୋରି, କଳାଧନ ଓ ଟେରର ଫଣ୍ଡିଂ ରୋକିବା ପାଇଁ କୋନ୍ଦ୍ର ସରକାରଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତ୍ତି ଠିକ ଥିଲା ।"

ଏହା ମଧ୍ୟ ପଢନ୍ତୁ: Bharat Jodo Yatra: ମଙ୍ଗଳବାର ୟୁପିରେ ପ୍ରବେଶ କରିବ ଭାରତ ଯୋଡ଼ ଯାତ୍ରା

ପ୍ରକାଶଯୋଗ୍ୟ ଯେ, ୨୦୧୬ ନଭେମ୍ବର ୮ ତାରିଖରେ କେନ୍ଦ୍ର ସରକାର ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଫେରାଇ ନେବାକୁ ଘୋଷଣା କରିଥିଲେ । ଏନେଇ ଡିସେମ୍ବର ୧୬ ତାରିଖରେ ସୁପ୍ରିମକୋର୍ଟରେ ଅଭିଯୋଗ ହୋଇଥିଲା ।ବିମୁଦ୍ରୀକରଣ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ଦାଖଲ କରିବାକୁ ସୁପ୍ରିମକୋର୍ଟ ଡିସେମ୍ବର ୭ ତାରିଖରେ କେନ୍ଦ୍ର ସରକାର ଏବଂ RBIକୁ ନିର୍ଦ୍ଦେଶ ଦେବା ସହ ରାୟ ସଂରକ୍ଷିତ ରଖିଥିଲେ । ଜଷ୍ଟିସ ଏସ ଅବଦୁଲ ନାଜିର, ବିଆର ଗଭାଇ, ଏଏସ ବୋପନ୍ନା, ଭି ରାମସୁବ୍ରମନ୍ୟମ ଏବଂ ବିଭି ନାଗରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ରାୟ ଶୁଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 2, 2023, 12:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.