ETV Bharat / bharat

The Kerala Story: 'କାହିଁକି ପଶ୍ଚିମବଙ୍ଗରେ ଫିଲ୍ମ ରିଲିଜ ପାଇଁ ଦିଆଯାଉନି ଅନୁମତି '

author img

By

Published : May 12, 2023, 4:42 PM IST

ପଶ୍ଚିମବଙ୍ଗରେ 'ଦ କେରଳ ଷ୍ଟୋରୀ' ବ୍ୟାନ ନେଇ ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ । ଏହି ମାମଲାରେ ଆସନ୍ତା ୧୭ରେ ହେବ ପରବର୍ତ୍ତୀ ଶୁଣାଣି । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ବିବାଦୀୟ 'ଦ କେରଳ ଷ୍ଟୋରୀ' ଫିଲ୍ମକୁ ପଶ୍ଚିମବଙ୍ଗ ସରକାର ରାଜ୍ୟରେ ବ୍ୟାନ କରିଛନ୍ତି । ଫଳରେ ରିଲିଜ ହୋଇପାରିନି ଫିଲ୍ମ । ଏହାପରେ ଫିଲ୍ମ ମେକର୍ସ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ଆଜି ସୁପ୍ରିମକୋର୍ଟ ଏହି ଆବେଦନ ଉପରେ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ରାଜ୍ୟରେ କାହିଁକି ଏହି ଫିଲ୍ମକୁ ରିଲିଜ ପାଇଁ ଅନୁମତି ଦିଆଯାଇନି ବୋଲି କୋର୍ଟ ମମତା ସରକାରଙ୍କଠୁ ଜବାବ ମାଗିଛନ୍ତି ।

ତାମିଲନାଡୁରେ ମଧ୍ୟ ଫିଲ୍ମ ରିଲିଜ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏଣୁ ସୁପ୍ରିମକୋର୍ଟ ଉଭୟ ସରକାରଙ୍କୁ ଏ ନେଇ ନୋଟିସ ଜାରି କରିବା ସହ ପରବର୍ତ୍ତୀ ଶୁଣାଣି ୧୭ ତାରିଖକୁ ଧାର୍ଯ୍ୟ କରିଛନ୍ତି । ଏ ନେଇ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ କହିଛନ୍ତି, "ଏହି ଫିଲ୍ମଟି ସାରା ଦେଶରେ ରିଲିଜ ହୋଇଛି । ହେଲେ ପଶ୍ଚିମବଙ୍ଗରେ ଫିଲ୍ମକୁ ବ୍ୟାନ କରାଯାଇଛି । କାହିଁକି ରାଜ୍ୟରେ ଫିଲ୍ମ ରିଲିଜ ପାଇଁ ସରକାର ଅନୁମତି ଦେଇନାହାନ୍ତି ? ଅନ୍ୟ ରାଜ୍ୟରେ ଫିଲ୍ମକୁ ବିରୋଧ କରାଯାଉଥିଲେ ମଧ୍ୟ ଏହାକୁ ରିଲିଜ କରାଯାଇଛି । ଫିଲ୍ମର ସିନେମା ମୂଲ୍ୟବୋଧ ସହିତ ଦଙ୍ଗାର କୌଣସି ସମ୍ପର୍କ ନାହିଁ ।"

ଏହା ବି ପଢନ୍ତୁ- The Kerala Story: ପଶ୍ଚିମବଙ୍ଗରେ ହେଲା ବ୍ୟାନ, ମମତା କହିଲେ ବିକୃତ ସିନେମା

ଗତ ସପ୍ତାହରେ ପଶ୍ଚିମବଙ୍ଗ ସରକାର ଏକ ବିଜ୍ଞପ୍ତି ଜାରି କରି ରାଜ୍ୟରେ ଫିଲ୍ମକୁ ବ୍ୟାନ୍‌ କରାଯିବା ନେଇ ଘୋଷଣା କରିଥିଲେ । ରାଜ୍ୟରେ ଶାନ୍ତି ବଜାୟ ରଖିବା ଲାଗି ଏହି ଫିଲ୍ମକୁ ବ୍ୟାନ୍‌ କରାଯାଇଛି ବୋଲି ଏହି ନୋଟିସରେ ଦର୍ଶାଯାଇଥିଲା । ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ଲାଗି ସରକାର ଏପରି ନିଷ୍ପତ୍ତି ନେଇଥିବା କୁହାଯାଇଥିଲା । ଫିଲ୍ମକୁ ବ୍ୟାନ କରିବାରେ ପ୍ରଥମ ରାଜ୍ୟ ହୋଇଥିଲା ପଶ୍ଚିମବଙ୍ଗ । ଫିଲ୍ମରେ କେରଳର ୩ଜଣ ମହିଳାଙ୍କ ସମ୍ପର୍କରେ ଦର୍ଶାଯାଇଛି, ଯେଉଁମାନେ ଧର୍ମ ପରିବର୍ତ୍ତନ କରି ଆତଙ୍କବାଦୀ ସଂଗଠନ ISIS କ୍ୟାମ୍ପରେ ଭର୍ତ୍ତି ହୋଇଥିବା ଦାବି କରାଯାଉଛି । ଫିଲ୍ମରେ ଲଭ ଜିହାଦ ସମ୍ପର୍କରେ ମଧ୍ୟ ଦର୍ଶାଯାଇଛି । ଆଜି ଏହି ଆବେଦନର ଶୁଣାଣି ବେଳେ ଉଭୟ ସରକାରଙ୍କଠୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ ।

ସୂଚନା ଥାଉ କି 'ଦ କେରଳ ଷ୍ଟୋରୀ'ର ଟ୍ରେଲର ରିଲିଜ ହେବା ପରେ ଫିଲ୍ମକୁ ବ୍ୟାନ୍‌ କରିବା ଲାଗି ଦାବି କରାଯାଇଥିଲା । କେରଳରୁ ପ୍ରାୟ ୩୨ ହଜାର ଯୁବତୀ ଧର୍ମ ପରିବର୍ତ୍ତନ କରି ISISରେ ଭର୍ତ୍ତି ହୋଇଥିଲେ ବୋଲି କୁହାଯାଇଥିଲା । ମାତ୍ର ବିରୋଧ ପରେ ଫିଲ୍ମ ମେକର୍ସ ଏହି ସଂଖ୍ୟାକୁ ବଦଳାଇ ୩ କରିଥିଲେ । ଟ୍ରେଲରରୁ ମଧ୍ୟ ଏହି ସଂଖ୍ୟାକୁ ହଟାଯାଇଥିଲା । ଟ୍ରେଲରରେ କେରଳ ଯୁବତୀ ଧର୍ମ ପରିବର୍ତ୍ତନ କରିବା ସହ ISISରେ କିପରି ଭର୍ତ୍ତି ହୋଇଥିଲା, ତାହା ଦର୍ଶାଯାଇଛି । ବିବାଦ ସତ୍ତ୍ବେ ଫିଲ୍ମଟି ହିଟ୍‌ ହେବା ସହ ୧୦୦ କୋଟି କ୍ଲବରେ ପ୍ରବେଶ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.