ETV Bharat / bharat

Kheri violence: ୟୁପି ସରକାରଙ୍କୁ ବିସ୍ତୃତ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

author img

By

Published : Oct 7, 2021, 1:48 PM IST

ଉତ୍ତରପ୍ରଦେଶ ଲଖିମପୁର ଖେରୀ ହିଂସା ମାମଲା । ବିସ୍ତୃତ ରିପୋର୍ଟ ଶୁକ୍ରବାର ଦାଖଲ କରିବା ପାଇଁ ଯୋଗୀ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...

Lakhimpur Kheri violence: ୟୁପି ସରକାରଙ୍କୁ ବିସ୍ତୃତ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖିମପୁର ଖେରୀ ହିଂସା ମାମଲା । ଆଜି(ଗୁରୁବାର) ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଘଟଣାର ବିସ୍ତୃତ ରିପୋର୍ଟ କୋର୍ଟରେ ଗୋଟିଏ ଦିନ ଅର୍ଥାତ ଶୁକ୍ରବାର ଦାଖଲ କରିବା ପାଇଁ ଯୋଗୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ରିପୋର୍ଟରେ ମୃତକଙ୍କ ସମ୍ପର୍କରେ ସୂଚନା ସହିତ FIR, କିଏ ହୋଇଛନ୍ତି ଗିରଫ, ଯାଞ୍ଚ ଆୟୋଗ ଆଦି ତମାମ ପ୍ରସଙ୍ଗରେ ବିସ୍ତୃତ ଭାବେ ତଥ୍ୟ ଉପସ୍ଥାପନା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସର୍ବୋଚ୍ଚ ନ୍ୟାୟାଳୟ ଆହୁରି ନିର୍ଦ୍ଦେଶ ଦେଇଛନ୍ତି ଘଟଣାରେ ମୃତ୍ୟୁ ଘଟିଥିବା ଚାଷୀ ଲବପ୍ରୀତ ସିଂଙ୍କ ମା'ଙ୍କ ଚିକିତ୍ସା ପାଇଁ ଯଥାସମ୍ଭବ ଉଦ୍ୟମ କରାଯାଉ । କାରଣ ଲବପ୍ରୀତଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ମା'ଙ୍କୁ ଗଭୀର ଝଟକା ଲାଗିଥିଲା । ସେବେଠାରୁ ସେ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି । ୟୁପି ସରକାରଙ୍କ ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ ଗରିମା ପ୍ରସାଦ କହିଛନ୍ତି ଯେ ସରକାର ଏହି ମାମଲାରେ FIR ଦାଏର କରିଛନ୍ତି । ସେପଟେ ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ବାବଧାନରେ ଏକ ଯାଞ୍ଚ ଟିମ ମଧ୍ୟ ଗଠନ କରିଛନ୍ତି ।

ଏହା ବି ପଢନ୍ତୁ:ଉତ୍ତର ପ୍ରଦେଶରେ ଉତ୍ତେଜନା: ଚାଷୀଙ୍କୁ ଧକ୍କା ଦେଲା ବେକାବୁ କାର, ହିଂସାରେ 8 ମୃତ

କିନ୍ତୁ ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ରମଣାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଶୁଣାଣି ସମୟରେ କହିଛନ୍ତି ଯେ ହାଇକୋର୍ଟରେ ଏହି ମାମଲାକୁ ନେଇ କେତୋଟି ଆବେଦନ ପତ୍ର ଦାଖଲ ସମେତ ତଥ୍ୟ ସହିତ ଷ୍ଟାଟସ ରିପୋର୍ଟ ମାଗିଛନ୍ତି । ଲଖିମପୁର ମାମଲାରେ ଅନ୍ୟ ଏକ ପ୍ରସଙ୍ଗକୁ ମଧ୍ୟ ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାକୁ ଜନହିତକର ବା PIL ଆବେଦନ ଅନୁସାରେ ରେଜିଷ୍ଟାର କରିବା ପାଇଁ ୨ ଜଣ ଆଇନଜୀବୀ କୋର୍ଟଙ୍କୁ ଅନୁରୋଧ କରିଥିଲେ । କିନ୍ତୁ କୋର୍ଟ ଏହି ମାମଲାକୁ ସ୍ବତ ସଜ୍ଞାନ ବା ସୁ ମୋଟୋ ଆଧାରରେ ରେଜିଷ୍ଟାର କରିଛନ୍ତି ।

ତେବେ ସୂଚନା ଥାଉ କି ଏହି ହିଂସା ଘଟଣାରେ ଗତ ଅକ୍ଟୋବର ୩ ତାରିଖରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହା ପରେ ରାଜନୀତି ସରଗରମ ସହିତ ମୃତକଙ୍କୁ ନ୍ୟାୟ ଦେବା ପାଇଁ ଅନେକ ଦଳୀୟ ନେତା ଦାବି କରିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.