ETV Bharat / bharat

ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି, ସ୍ଥାନୀୟ ପୋଲିସ SSPଙ୍କ ଅବହେଳାକୁ ଦାୟୀ କଲେ ସୁପ୍ରିମକୋର୍ଟ

author img

By

Published : Aug 25, 2022, 7:20 PM IST

Updated : Aug 25, 2022, 9:59 PM IST

ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ ସମୟରେ ହୋଇଥିବା ସୁରକ୍ଷା ତ୍ରୁଟି ପାଇଁ ଦାୟୀ ସ୍ଥାନୀୟ ପୋଲିସ ପ୍ରଶାସନ । ସଡକ ମାର୍ଗରେ ଯାତ୍ରା ପାଇଁ ୨ ଘଣ୍ଚା ପୂର୍ବରୁ ମିଳିଥିଲା ସୂଚନା, ତଥାପି ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ ସ୍ଥାନୀୟ ଏସଏସପି । ଏପରି ରିପୋର୍ଟ ଦେଲେ ସର୍ବୋଚ୍ଚ କୋର୍ଟ ଦ୍ବାରା ଗଠିତ ବିଚାରବିଭାଗୀୟ କମିଟି । ଅଧିକ ପଢନ୍ତୁ

ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ଘଟଣା, ସ୍ଥାନୀୟ ପୋଲିସ SSPଙ୍କୁ ଅବହେଳାକୁ ଦାୟୀ କଲା ବିଚାରବିଭାଗୀୟ କମିଟି

ନୂଆଦିଲ୍ଲୀ: ସ୍ଥାନୀୟ ପୋଲିସ ପ୍ରଶାସନର ଅବହେଳା ପାଇଁ ହୋଇଥିଲା ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ ସମୟରେ ଫିରୋଜପୁରରେ ହୋଇଥିବା ସୁରକ୍ଷା ବ୍ୟବସ୍ଥାରେ ବିଭ୍ରାଟ । ସ୍ଥାନୀୟ SSP ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ବିଫଳ ହୋଇଥିଲେ, ଫଳରେ ଏପରି ବିଭ୍ରାଟ ଘଟିଥିଲା ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟଙ୍କ ଦ୍ବରା ଗଠିତ ତଦନ୍ତକାରୀ କିମିଟି । ଆଜି ସର୍ବୋଚ୍ଚ ଅଦାଲତର ଅବସରପ୍ରାପ୍ତ ବିଚାରପତି ଇନ୍ଦୁ ମାଲୋହୋତ୍ରାଙ୍କ ନେତୃତ୍ବରେ ୫ ଜଣିଆ କମିଟି ଏହି ବହୁଚର୍ଚ୍ଚିତ ଘଟଣାର ତଦନ୍ତ ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରିଛନ୍ତି । ଉକ୍ତ ଘଟଣା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନକୁ ଦାୟୀ କରିଛନ୍ତି ତଦନ୍ତ ପାଇଁ ଗଠିତ ବିଚାରବିଭାଗୀୟ କମିଟି ।

ତଦନ୍ତକାରୀ କମିଟି କହିଛି, ସ୍ଥାନୀୟ ଫିରୋଜପୁର ଏସଏସପି ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ବିଫଳ ହୋଇଥିଲେ । ଖରାପ ପାଗ ଯୋଗୁ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଗସ୍ତ ବାତିଲ ହୋଇଥିବା ଓ ସେ ଉକ୍ତ ସଡକମାର୍ଗରେ କାର୍ଯ୍ୟକ୍ରମ ସ୍ଥଳକୁ ଯାତ୍ରା କରିବା ନେଇ ସ୍ଥାନୀୟ ପୋଲିସ ପ୍ରଶାସନକୁ ସୂଚୀତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଯାତ୍ରା ଆରମ୍ଭ କରିବାର ପ୍ରାୟ ୨ ଘଣ୍ଚା ଏହି ସୂଚନା ଦିଆଯାଇଥିଲେ ସୁଦ୍ଧା ସ୍ଥାନୀୟ ଏସଏସପି ଆବଶ୍ୟକୀୟ ବ୍ୟବସ୍ଥା କରି ପାରିନଥିଲେ । ତେଣୁ ଏପରି ବିଭ୍ରାଟ ଘଟିଥିଲା କମିଟି ରିପୋର୍ଟରେ ଦର୍ଶାଇଛି ।

ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ ପାଇବା ମାମଲା ସର୍ବୋଚ୍ଚ କୋର୍ଟରେ ମଧ୍ୟ ପହଞ୍ଚିଥିଲା । କୋର୍ଟ ବିଚାରପତି ଇନ୍ଦୁ ମାଲୋହୋତ୍ରାଙ୍କ ନେତୃତ୍ବରେ ଏକ ୫ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି କମିଟି ଆଜି ସ୍ଥାନୀୟ ପୋଲିସ ପ୍ରଶାସନର ଅବହେଳାକୁ ବିଭ୍ରାଟର ମୁଖ୍ୟ କାରଣ ଭାବେ ଦର୍ଶାଇଛି । ଏହି ରିପୋର୍ଟ କମିଟି ସରକାରଙ୍କୁ ଦାଖଲ କରିବ । ତଦନ୍ତର ଫଳାଫଳ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଗୃହ ମନ୍ତ୍ରଣାଳୟ ।

ଏହା ମଧ୍ୟ ପଢନ୍ତୁ:-PM Security Breach Case: ଜଷ୍ଟିସ ଇନ୍ଦୁ ମଲହୋତ୍ରାଙ୍କ ସହ ଓକିଲଙ୍କୁ SFJର ଧମକପୂର୍ଣ୍ଣ କଲ୍

ଜାନୁଆରୀ 2022 ରେ ପଞ୍ଜାବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାରକେଡ୍ ଫିରୋଜପୁର ଏକ ଫ୍ଲାଏଓଭରରେ ପ୍ରାୟ ୨୦ ମିନିଟ ଅଟକି ରହିଥିଲା । ପରେ କାର୍ଯ୍ୟକ୍ରମ ବାତିଲ କରି ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଯିବାକୁ ବାଧ୍ୟ ହୋଇଥିଲେ । ଘଟଣା ପରେ ଦେଶବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ତେବେ ଏହାକୁ ବିଜେପି ନେତାମାନେ ପଞ୍ଜାବର କଂଗ୍ରେସ ସରକାରଙ୍କ ସୁଚିନ୍ତିତ ଷଡଯନ୍ତ୍ର ବୋଲି କହିଥିଲେ । ଏହାରି ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପଞ୍ଜାବ ସରକାରଙ୍କୁ ସବିଶେଷ ତଥ୍ୟ ମାଗିବା ସହ ମାମଲା ସୁପ୍ରିମ କୋର୍ଟରେ ମଧ୍ୟ ପହଞ୍ଚିିଥିଲା । ସର୍ବୋଚ୍ଚ କୋର୍ଟ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ପୁରା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 25, 2022, 9:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.