ETV Bharat / bharat

ଯୌନ ଶୋଷଣ ଅଭିଯୋଗ ପାଇଁ ସ୍କିନ-ଟୁ-ସ୍କିନ୍ ଟଚ୍ ଜରୁରୀ ନୁହେଁ: ସୁପ୍ରିମକୋର୍ଟ

author img

By

Published : Nov 18, 2021, 2:26 PM IST

ବମ୍ବେ ହାଇକୋର୍ଟଙ୍କ ସ୍କିନ୍ ଟୁ ସ୍କିନ୍ ଟଚ୍ ରାୟକୁ ଖାରଜ କଲେ ସୁପ୍ରିମକୋର୍ଟ । ସ୍କିନ ଟୁ ସ୍କିନ ଟଚ୍ ହୋଇନଥିଲେ ମଧ୍ୟ ଯୌନ ଶୋଷଣ ଅଭିଯୋଗ ହୋଇପାରିବ । ଅଧିକ ପଢନ୍ତୁ

ଯୌନ ଶୋଷଣ ଅଭିଯୋଗ ପାଇଁ ସ୍କିନ-ଟୁ-ସ୍କିନ୍ ଟଚ୍ ଜରୁରୀ ନୁହେଁ: ସୁପ୍ରିମକୋର୍ଟ
ଯୌନ ଶୋଷଣ ଅଭିଯୋଗ ପାଇଁ ସ୍କିନ-ଟୁ-ସ୍କିନ୍ ଟଚ୍ ଜରୁରୀ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସ୍କିନ୍ ଟୁ ସ୍କିନ୍ ଟଚ୍ (skin-to-skin) ନହେଲେ ଯୌନ ଶୋଷଣ ଅଭିଯୋଗ ହୋଇପାରିବନି ବୋଲି ବମ୍ବେ ହାଇକୋର୍ଟ ଦେଇଥିବା ରାୟକୁ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଅଭିଯୋଗ ପାଇଁ ସ୍କିନ୍ ଟୁ ସ୍କିନ୍ ଟଚ୍ ଅର୍ଥାତ୍ ଚର୍ମ ସ୍ପର୍ଶ ହୋଇଥିଲେ ଯୌନଶୋଷଣ ମାମଲା ରୁଜୁ ହୋଇପାରିବ ଏହା ଭୁଲ୍ । ଏପରି ହେଲେ ପୋକ୍ସୋ ଆକ୍ଟର ଅସଲ ଉଦ୍ଦେଶ୍ୟ କ୍ଷୂର୍ଣ୍ଣ ହେବ ବୋଲି ଅଦାଲତ କହିଛନ୍ତି ।

ଏଥିସହ ବମ୍ବେ ହାଇକୋର୍ଟ ଦେଇଥିବା ଏକ ରାୟକୁ ଖାରଜ କରି ଅଭିଯୁକ୍ତକୁ ୩ ବର୍ଷ ଦଣ୍ଡ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସୂଚନା ଅନୁଯାୟୀ ବମ୍ବେ ହାଇକୋର୍ଟ ପୋକ୍ସୋ ଆକ୍ଟରେ ସ୍କିନ୍ ଟୁ ସ୍କିନ ଟଚ୍ ହୋଇନଥିବା ଦର୍ଶାଇ ଜଣେ ୩୯ ବର୍ଷୀୟ ବ୍ୟକ୍ତିଙ୍କୁ ମୁକ୍ତ କରି ଦେଇଥିଲେ । ବ୍ୟକ୍ତି ଜଣକ ଜଣେ ୧୨ ବର୍ଷିୟ ନାବାଳିକାଙ୍କ ପୋଷାକ ନଖୋଲି କେବଳ ତାଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିଥିଲେ । ଏହାକୁ ଯୌନ ଶୋଷଣ କୁହାଯାଇ ପାରିବ ନାହିଁ । ପୋକ୍ସୋ ଆକ୍ଟ ପାଇଁ ସ୍କିନ ଟୁ ସ୍କିନ ଟଚ୍‌ ଜରୁରୀ ବୋଲି ବମ୍ବେ ହାଇକୋର୍ଟ କହିଥିଲେ ।

ଏଥିସହ ବ୍ୟକ୍ତି ଜଣଙ୍କୁ ବମ୍ବେ ହାଇକୋର୍ଟ ମଧ୍ୟ ନିର୍ଦ୍ଦୋଶ ବୋଲି କହିଥିଲେ । ତେବେ ଏନେଇ ସର୍ବୋଚ୍ଚ ଅଦାଲତ ଏକ ଶୁଣାଣି କରି ବମ୍ବେ ହାଇକୋର୍ଟଙ୍କ ରାୟକୁ ଖାରଜ କରି ଦେଇଛନ୍ତି । ଯୌନ ଶୋଷଣ ଅଭିଯୋଗ ପାଇଁ ଚର୍ମ ସ୍ପର୍ଶ ହୋଇଥିବା ରାୟକୁ ଭୁଲ୍ ବୋଲି କହିଛନ୍ତି ।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ୟୁୟୁ ଲଳିତ, ଜଷ୍ଟିସ ଏସ୍‌ ରବୀନ୍ଦ୍ର ଭଟ୍ଟ ଓ ଜଷ୍ଟିସ ବେଲା ତ୍ରିବେଦୀଙ୍କ ଖଣ୍ଡପୀଠ ସ୍ପର୍ଶର ଅର୍ଥକୁ କେବଳ ସ୍କିନ-ଟୁ-ସ୍କିନରେ ସୀମିତ ରଖିବା ଗୋଟିଏ ସଂକୀର୍ଣ୍ଣ ମାନସିକତାର ପରିଚୟ ବୋଲି କହିବା ସହ ଏପରି ମାନସିକତା ପାଇଁ ପୋକ୍ସୋ ଆକ୍ଟର ଅସଲ ଉଦ୍ଦେଶ୍ୟ ଧ୍ୱଂସ ହୋଇଯିବ ବୋଲି କହିଛନ୍ତି ।

ଛୋଟ ପିଲାମାନଙ୍କୁ ଯୌନ ଶୋଷଣରୁ ସୁରକ୍ଷା ଦେବାକୁ ପୋକ୍ସୋ ଆଇନ ପ୍ରଣୟନ କରାଯାଇଛି । ତେଣୁ ଯୌନ ଶୋଷଣର ଉଦ୍ଦେଶ୍ୟ ରଖି ଯଦି କୌଣସି ବ୍ୟକ୍ତି ଖରାପ ବ୍ୟବହାର କରେ ତେବେ ଏହା ଅପରାଧ ତାଲିକାରେ ଯିବ । ଯୌନ ଶୋଷଣ ଅଭିଯୋଗ ପାଇଁ ସ୍କିନ ଟୁ ସ୍କିନ ଟଚ ନିୟମ ଗ୍ରହଣୀୟ ନୁହେଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.